ଓଡିଶା

odisha

ETV Bharat / entertainment

Sushant Singh Rajput: ଭାବୁକ ହେଲେ ଅଙ୍କିତା, କହିଲେ ଟ୍ରୋଲର୍ସ ମୋ ଜୀବନକୁ ବରବାଦ୍‌ କରିଦେଇଥିଲେ - Ankita Lokhande Vicky Jain

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଅଭିନେତ୍ରୀ କେବେବି ଖୁଲାସା କରିନଥିଲେ କି, ତାଙ୍କ ସ୍ୱାମୀ ଭିକି ଜୈନଙ୍କ ପ୍ରତିକ୍ରିୟା କ’ଣ ରହିଛି ବୋଲି । ବର୍ତ୍ତମାନ ଅଭିନେତ୍ରୀ ପ୍ରଥମ ଥର ପାଇଁ ଏହାକୁ ନେଇ ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ଭାବୁକ ହେଲେ ଅଙ୍କିତା, କହିଲେ ଟ୍ରୋଲର୍ସ ମୋ ଜୀବନକୁ ବରବାଦ୍‌ କରିଦେଇଥିଲେ
ଭାବୁକ ହେଲେ ଅଙ୍କିତା, କହିଲେ ଟ୍ରୋଲର୍ସ ମୋ ଜୀବନକୁ ବରବାଦ୍‌ କରିଦେଇଥିଲେ

By

Published : Jun 6, 2022, 7:27 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ଅଙ୍କିତା ଲୋଖଣ୍ଡେଙ୍କୁ ସ୍ପଷ୍ଟୀକରଣ ମାଗାଯାଇଥିଲା ଏବଂ ବେଳେବେଳେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା। ସେହି ସମୟରେ ସେ ପୁରାପୁରି ଭାଙ୍ଗି ପଡିଥିଲେ । ସେ ଅନେକ ଥର ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲେ । କିନ୍ତୁ ସେ ସବୁବେଳେ ଟ୍ରୋଲରଙ୍କ ଟାର୍ଗେଟରେ ରହିଥିଲେ । ତେବେ ଏହି ଘଟଣାରେ ଅଭିନେତ୍ରୀ କେବେବି ଖୁଲାସା କରିନଥିଲେ କି, ତାଙ୍କ ସ୍ୱାମୀ ତଥା ସୁଶାନ୍ତଙ୍କ ବନ୍ଧୁ ଭିକି ଜୈନଙ୍କ ପ୍ରତିକ୍ରିୟା କ’ଣ ରହିଛି ବୋଲି । ବର୍ତ୍ତମାନ ଅଭିନେତ୍ରୀ ପ୍ରଥମ ଥର ପାଇଁ ଏହାକୁ ନେଇ ମୁହଁ ଖୋଲିଛନ୍ତି ।

ଏକ ସାକ୍ଷାତକାର ସମୟରେ ଅଭିନେତ୍ରୀ କହିଛନ୍ତି, 'ସୁଶାନ୍ତ ଏବଂ ମୁଁ 2016 ରେ ଅଲଗା ହୋଇଥିଲୁ। ଦୁଇ ବର୍ଷ ଅବିବାହିତ ରହିବା ପରେ ମୁଁ 2018 ରେ ଭିକିଙ୍କୁ ଡେଟ କରିବା ଆରମ୍ଭ କରିଥିଲି। କିନ୍ତୁ, ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ହେଲା, ଟ୍ରୋଲର୍ସ ଭିକିଙ୍କ ଉପରେ ହମଲା କରିବା ଆରମ୍ଭ କରିଦେଲେ। 'ସେ କହିଥିଲେ, 'ଅଙ୍କିତା ସୁଶାନ୍ତଙ୍କ ପାଇଁ ସବୁଠୁ ଥିଲେ ଏବଂ ତାଙ୍କୁ ସବୁବେଳେ ସୁଶାନ୍ତଙ୍କ ସହ ରହିବା ଉଚିତ୍ ଥିଲା'। ସୋସିଆଲ ମିଡିଆ ଭିକିଙ୍କୁ ମୋତେ ଛାଡିବାକୁ କହିଥିଲେ, କାରଣ ମୁଁ ସୁଶାନ୍ତଙ୍କୁ ଭଲ ପାଉଥିଲି। ଜଣେ ପୁରୁଷ ପାଇଁ ଏହାକୁ ଦେଖିବା ଏତେ ସହଜ ନୁହେଁ।

ଅଙ୍କିତା ଆହୁରି ମଧ୍ୟ କହିଛନ୍ତି, 'ଏହି ସମୟରେ ପ୍ରତିଦିନ ଭିନ୍ନ ଭିନ୍ନ କାହାଣୀ ସାମ୍ନାକୁ ଆସୁଥିଲା ଏବଂ ମୁଁ ସବୁବେଳେ ସୁଶାନ୍ତଙ୍କ ବିଷୟରେ ହିଁ କଥାବାର୍ତ୍ତା କରୁଥିଲି। କିନ୍ତୁ ଭିକି ମୋତେ କୌଣସି କଥା କହି ନଥିଲେ କି କୌଣସି ସ୍ପଷ୍ଟୀକରଣ ମାଗି ନଥିଲେ। ବରଂ ଭିକିଙ୍କ ସହ ତାଙ୍କ ପରିବାର ମଧ୍ୟ ମୋ ସହିତ ଥିଲେ । ଯଦି ଅନ୍ୟ କୌଣସି ପୁଅ ଥାଆନ୍ତା, ସେ ମୋତେ ସେତେବେଳକୁ ଛାଡି ଚାଲିଯାଇଥାନ୍ତା। କିନ୍ତୁ ଭିକି ସେଠାରେ ଠିଆ ହୋଇଥିଲେ। ସେ ମୋର ଦୁର୍ବଳତା ନଥିଲେ ବରଂ ମୋ ଶକ୍ତି ଥିଲେ। ଆମେ ଦୁଃଖରେ ଥିଲୁ ଏବଂ ଟ୍ରୋଲର୍ସ ଆମ ଜୀବନକୁ ଆହୁରି ଅଧିକା କଷ୍ଟକର କରିଦେଇଥିଲେ। ଛଅ ମାସ ଧରି ସୁଶାନ୍ତ ଏବଂ ମୋର ଅତୀତକୁ ନେଇ ନୂଆ ନୂଆ କାହାଣୀ ସାମ୍ନାକୁ ଅଣାଯାଉଥିଲା । ମୁଁ ସୁଶାନ୍ତଙ୍କ ପାଇଁ ଛିଡା ହୋଇଥିଲି ଏବଂ ମୁଁ ଏଥିପାଇଁ କରିପାରିଥିଲି, କାରଣ ଭିକି ମୋ ସାଙ୍ଗରେ ଥିଲେ ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details