ଓଡିଶା

odisha

ETV Bharat / entertainment

Salman Khan: ଏୟାରପୋର୍ଟରେ କଡ଼ା ସୁରକ୍ଷା ବଳୟରେ ନଜର ଆସିଲେ ଭାଇଜାନ - ବଲିଉଡ ଭାଇଜାନ ସଲମାନ ଖାନ

ବଲିଉଡ ଭାଇଜାନ ସଲମାନ ଖାନ ମୁମ୍ବାଇ ବିମାନବନ୍ଦରରେ ସ୍ବାଗ ଅନ୍ଦାଜରେ ନଜର ଆସିଛନ୍ତି । ଏହି ସମୟରେ ସଲମାନଙ୍କୁ କଡା ସୁରକ୍ଷା ମଧ୍ୟରେ ଦେଖିବାକୁ ମିଳିଛି । ସଲମାନଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ବିମାନବନ୍ଦରରେ କଡା ସୁରକ୍ଷାରେ ନଜର ଆସିଲେ ଭାଇଜାନ, ଫ୍ୟାନ୍ସ କହିଲେ ଏପରି
ବିମାନବନ୍ଦରରେ କଡା ସୁରକ୍ଷାରେ ନଜର ଆସିଲେ ଭାଇଜାନ, ଫ୍ୟାନ୍ସ କହିଲେ ଏପରି

By

Published : Jun 15, 2023, 6:25 PM IST

ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତା ସଲମାନ ଖାନ ତାଙ୍କର ଆଗାମୀ ରିଆଲିଟି ସୋ ବିଗ୍ ବସ୍ OTT 2କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଜୁନ୍ 17ରୁ ଜିଓ ସିନେମାରେ ବିଗ୍ ବସ୍ OTT 2 ଷ୍ଟ୍ରିମ୍ ହେବାକୁ ଯାଉଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଭାଇଜାନ ମୁମ୍ବାଇ ବିମାନବନ୍ଦରରେ କଡା ସୁରକ୍ଷା ସହ ନଜର ଆସିଛନ୍ତି । ସଲମାନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଲାଇକ କରିବା ସହ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଛନ୍ତି ।

ବିମାନବନ୍ଦରରେ ସଲମାନଙ୍କୁ ଏକ ଭିନ୍ନ ସ୍ବାଗ୍‌ ସହ କଡ଼ା ସୁରକ୍ଷା ମଧ୍ୟରେ ଦେଖିବାକୁ ମିଳିଛି । ଅଭିନେତା ବ୍ଲାକ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି ।ସଲମାନ ଖାନ ବିଗ୍ ବସ୍ OTT 2ର ସାମ୍ବାଦିକ ସମ୍ମିଳନୀକୁ ଯାଉଛନ୍ତି ବୋଲି କୁହାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସୂଚନା ଆସିନାହିଁ । ସେପଟେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏତେ ସୁରକ୍ଷା ମଧ୍ୟରେ ସଲମାନ ଖାନଙ୍କୁ ଦେଖି ଫ୍ୟାନ୍ସ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି, 'ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଏତେ ଭୟ, ଏତେ ସିକ୍ୟୁରିଟି । ଅନ୍ୟପକ୍ଷରେ ଅନେକ ସଲମାନଙ୍କ ପ୍ରଶଂସକମାନେ ତାଙ୍କ ଏହି ଅନ୍ଦାଜକୁ ପସନ୍ଦ କରିଛନ୍ତି। କେହି କେହି ଅଭିନେତାଙ୍କୁ ସିଂହ ସହ ତୁଳନା କରିଛନ୍ତି ।

ସୂଚନା ଥାଉ କି, ସଲମାନ ଖାନ ବିଗ୍ ବସ୍ OTT-2 ହୋଷ୍ଟ କରିବା ନେଇ ବେଶ ଉତ୍ସାହିତ ଅଛନ୍ତି । ପୂର୍ବରୁ ବିଗ୍ ବସ୍ OTT ସିଜିନ-1କୁ ଫିଲ୍ମ ନିର୍ମାତା କରଣ ଜୋହର ହୋଷ୍ଟ କରିଥିବା ବେଳେ ବର୍ତ୍ତମାନ ସଲମାନ ଖାନ ବିଗ୍ ବସ୍ OTT-2 ହୋଷ୍ଟ କରିବେ । ଭାଇଜାନଙ୍କୁ OTTରେ ଦେଖିବାକୁ ଉତ୍ସାହିତ ରହିଛନ୍ତି ଫ୍ୟାନ୍ସ । ତେବେ ନିକଟରେ ଜିଓ ସିନେମା ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମରେ ସୋ’ର ସମସ୍ତ 13 ପ୍ରତିଯୋଗୀଙ୍କ ପ୍ରଥମ ଝଲକ ଦେଖାଇ ଦର୍ଶକଙ୍କୁ ଉତ୍ସାହିତ କରିଛି । ବିଗ୍ ବସ୍ ଇତିହାସରେ ଏହା ପ୍ରଥମ ଥର ଯେତେବେଳେ ଘରେ ପ୍ରବେଶ କରିବା ପୂର୍ବରୁ ପ୍ରତିଯୋଗୀଙ୍କ ଚେହେରା ଦର୍ଶକଙ୍କୁ ଦେଖାଯାଇଥିଲା।

ଏଥର ସୋ’ର ଥିମ ହେଉଛି 'ଜନତା ହେ ଅସଲି ବସ୍‌', କାରଣ ଏଥର କେଉଁ ପ୍ରତିଯୋଗୀ ଜିତିବେ ତାହା ଜନସାଧାରଣଙ୍କ ଭୋଟ୍ ସ୍ଥିର କରିବ । ଜୁନ୍ 17ରୁ ବିଗ୍ ବସ୍ OTT 2 ଜିଓ ସିନେମାରେ ଷ୍ଟ୍ରିମିଂ ହେବାକୁ ଯାଉଛି । ଏହି ସୋ'ରେ ଆଲିଆ ସିଦ୍ଦିକି, ସେଲିବ୍ରିଟି ମ୍ୟାଚର୍‌ ସୀମା ତାପଡିଆ, ଜିଆ ଶଙ୍କର, ପୁନିତ ସୁପରଷ୍ଟାର, ଫୁକ୍ରା ଇନସାନ, ଆକାଂକ୍ଷା ପୁରୀ, ଅବିନାଶ ସଚ୍ଚଦେବ, ଫଲକ ନାଜ, ବେବିକା ଧୁରଭେ, ମନୀଷା ରାନୀ, ପଲକ ପୁରସ୍ୱାନି, ଶ୍ରୁତି ସିହ୍ନା, ସାଇରସ ବ୍ରୋଚା, ଏବଂ କେଭିନ ଆଲମସିଫରଙ୍କ ନାଁ ସାମିଲ ହୋଇଛି । ଏବଂ ଏହି ସୋ'ରେ ସଲମାନ ଖାନଙ୍କ ସହ କ୍ରିିଷ୍ଣା ଅଭିଷେକ ମଧ୍ୟ ତାଙ୍କ ସହ ଷ୍ଟେଜ୍‌ରେ ନଜର ଆସିବେ ।

ABOUT THE AUTHOR

...view details