ଓଡିଶା

odisha

ରିଲିଜ ହେଲା ସୁରିୟାଙ୍କ ଆଗାମୀ ଫିଲ୍ମର ଟିଜର ଓ ଟାଇଟଲ

By

Published : Apr 16, 2023, 10:00 PM IST

ସୁରିୟାଙ୍କ ୪୨ତମ ଅପକମିଂ ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ସୁରିୟା । ରିଲିଜ ହେଲା ଟିଜର ଏବଂ ଟାଇଟେଲ । ଅଧିକ ପଢ଼ନ୍ତୁ

Suriya 42 title teaser out
Suriya 42 title teaser out

ହାଇଦ୍ରବାଦ: ସାଉଥ ସୁପରଷ୍ଟାର ସୁରିୟାଙ୍କ ଜବରଦସ୍ତ ଫ୍ୟାନ୍ ଫଲୋଇଂ ରହିଛି । ତାଙ୍କ ଅଭିନୟ, ଆକ୍ସନ ଓ ଡ୍ୟାନ୍ସର ଦିୱାନା ସମସ୍ତେ । ସୁରିୟାଙ୍କ ୪୨ତମ ଅପକମିଂ ଫିଲ୍ମକୁ ନେଇ ସୁରିୟା ବେଶ ଚର୍ଚ୍ଚାରେ ଥିବେ ବେଳେ ଫିଲ୍ମର ଟାଇଟଲ ଘୋଷଣା ହୋଇଯାଇଛି ।

ଏହି ଫିଲ୍ମର ନାମ 'କାଙ୍ଗୁଭା' ରଖାଯାଇଛି । 'କାଙ୍ଗୁଭା'ର ଟିଜର ମଧ୍ୟ UV କ୍ରିଏସନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି । ଫିଲ୍ମ ବିଷୟରେ ସସପେନ୍ସ ରଖି ସମ୍ୟକ୍‌ ହିଣ୍ଟ ଦିଆ ଯାଇଛି ଟିଜରେ । ଏହାସହ ଫିଲ୍ମ ମେକର ସୋସିଆଲ ମିଡିଆରେ ଫିଲ୍ମର ଟାଇଟଲ୍ ଲୁକ୍ ସେୟାର କରିଛନ୍ତି । କ୍ୟାପସନ ରଖିଛନ୍ତି, ‘ଏ ମ୍ୟାନ୍ ଉଇଥ୍‌ ପାୱାର ଅଫ୍‌ ଫାୟାର, ଅଣ୍ଡ ଏ ସାଗା ଅଫ୍ ଏ ମାଇଟି ଭାଲିଆଣ୍ଟ ହିରୋ ।’ ଏହି ଫାଣ୍ଟାସି ଆକ୍ସନ ମୁଭିକୁ ଆଗମୀ ବର୍ଷ ପହିଲାକୁ ରିଲିଜ କରିବା ପାଇଁ ଫିଲ୍ମ ମେକର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଫିଲ୍ମ ୧୦ଟି ଭାଷରେ ରିଲିଜ ହେବ ।

ନ୍ୟାସନାଲ ଆୱାର୍ଡ ପାଇଥିବା ସୁପରଷ୍ଟାର ସୁରିୟା ମଧ୍ୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଟିଜରକୁ ସେୟାର କରିଛନ୍ତି । ସୁରିୟା #Kanguva ସହ ଟାଇଟଲ୍ ଲୁକ୍ ସହ ଟିଜର ମଧ୍ୟ ସେୟାର କରିଛନ୍ତି । ସୁରିଆ କ୍ୟାପସନରେ ଲେଖିଛନ୍ତି "ଏହି ଶକ୍ତିଶାଳୀ ବୀର ଗାଥାରେ ସମସ୍ତ କ୍ରୁ-ମେମ୍ବରଙ୍କ ସହ କାମ କରି ମୁଁ ବେଶ ଖୁସି ଅନୁଭାବ କରୁଛି ।"

ଏହି ୧ମିନିଟ ୧୩ ସେକେଣ୍ଡର ଟିଜରରେ ଜବରଦସ୍ତ CGI ଏବଂ VFX ରହିଛି । ଭିଡିଓରେ ଜଣେ ବ୍ୟକ୍ତି ଘୋଡା ଉପରେ ବସିଥିବାର ଦେଖାବାକୁ ମିଳିଛି । ଯାହା ଭିଡିଓକୁ ଏକ ପାୱାର ଫୁଲ ଲୁକ୍ ଦେଉଛି । ଏହା ସହିତ ଶାଗୁଣା ଏବଂ କୁକୁରମାନଙ୍କୁ ମଧ୍ୟ ଆନିମେଟେଡ୍ କରି ଲଗାଯାଇଛି ଯାହା ବେଶ ଆକର୍ଷଣୀୟ ଲୁକ୍ ଦେଉଛି । 'କଙ୍ଗୁଭା'ର ସାଉଣ୍ଡ ଟ୍ରାକ୍ ସାନ୍ଦାର ରହିଛି । ଭିଡିଓକୁ ଦେଖିଲେ ଲାଗୁଛି ଯେ ଫିଲ୍ମଟି ଆକ୍ସନ ଏବଂ ଥ୍ରୀଲର ଭରପୂର ରହିବ ।

ସୁରିୟଙ୍କ ବିପକ୍ଷରେ ଦିଶା ପଟ୍ଟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ସିରୁଥାଇ ଶିବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଜଣେ ସାହସୀ ଏବଂ ଶକ୍ତିଶାଳୀ ହିରୋଙ୍କ ଜିବନୀ ଉପରେ ଆଧାର ଧରି ଫିଲ୍ମରେ ଦିଶାଙ୍କ କ୍ୟାରେକ୍ଟର ବି ଫୋକସ୍‌ରେ ରହିବ । K.E. ଷ୍ଟୁଡିଓ ଗ୍ରୀନ୍ ବ୍ରାଣ୍ଡ ସହ UV କ୍ରିଏସନ୍ ମିଶି ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ବଡ଼ ପରଦାରେ ସୁରିୟା ଏବଂ ଦିଶା ପଟ୍ଟାନୀଙ୍କ ଅଭିନୟ ଦେଖିବାକୁ ଫ୍ୟାନ୍ସ ବେଶ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details