ହାଇଦ୍ରାବାଦ: ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ଆଜିକାଲି ‘ଜବାନ’ର ସଫଳତାକୁ ଉପଭୋଗ କରୁଛନ୍ତି । ତାଙ୍କର ଗୀତଗୁଡିକ ସାରା ଦେଶରେ ବହୁତ ପସନ୍ଦ କରାଯାଉଛି । ଏହି ସମୟରେ, ସେ ତାଙ୍କ ବିବାହ ଖବର ପାଇଁ ମଧ୍ୟ କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଏକ ଖବର ଆସିଲା ଯେ ସେ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ କିର୍ତ୍ତୀ ସୁରେଶଙ୍କ ସହ ବିବାହ କରିବାକୁ ଯାଉଛନ୍ତି । କୁହାଯାଉଥିଲା ଯେ ଦୁହେଁ ଏବେ ରିଲେସନସିପ୍ରେ ଅଛନ୍ତି ଏବଂ ସେମାନେ ଆଉ ପାଦେ ଆଗକୁ ବଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ବର୍ତ୍ତମାନ କିର୍ତ୍ତୀଙ୍କ ପିତା ତଥା ନିର୍ମାତା-ଅଭିନେତା ସୁରେଶ କୁମାର ଏହି ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି । ଯେତେବେଳେ ସୁରେଶ କୁମାରଙ୍କୁ ଅନିରୁଦ୍ଧଙ୍କ ସହିତ ତାଙ୍କ ଝିଅର ବିବାହ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ OTT ପ୍ଲେ’ ସହ କଥାବର୍ତ୍ତା କରି କହିଛନ୍ତି ଯେ ଏଥିରେ କୌଣସି ସତ୍ୟତା ନାହିଁ । ସେ ଏହି ରିପୋର୍ଟଗୁଡ଼ିକୁ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । ସେ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ, କିର୍ତ୍ତୀ ଏବଂ ଅନିରୁଦ୍ଧଙ୍କ ବିଷୟରେ ଏଭଳି ଖବର ଆସିବା ପ୍ରଥମ ଘଟଣା ନୁହେଁ ।
ସୁରେଶ କୁମାର କହିଛନ୍ତି ଅତୀତରେ କିର୍ତ୍ତୀ ଏବଂ ଅନିରୁଦ୍ଧଙ୍କୁ ନେଇ ଅନେକ ଲିଙ୍କ୍-ଅପ୍ ଖବର ଆସିଛି । ଚଳିତ ବର୍ଷ ଆରମ୍ଭରେ, ଖବର ଆସିଥିଲା ଯେ କୀର୍ତ୍ତି ରିଲେସନ୍ସିପ୍ରେ ରହିବା ପରେ ତାଙ୍କ ପିଲାଦିନର ବନ୍ଧୁ ତଥା ବ୍ୟବସାୟୀଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ। ସେହି ସମୟରେ କୀର୍ତ୍ତିଙ୍କ ମାଆ ମେନକା ସୁରେଶ ଏହି ଗୁଜବକୁ ଖଣ୍ଡନ କରି ଏହାକୁ ମିଥ୍ୟା ବୋଲି କହିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏ ବିଷୟରେ ଅଧିକ କଥାବାର୍ତ୍ତା କରିବାକୁ ଚାହାଁନ୍ତି ନାହିଁ । ମେ ମାସରେ କିର୍ତ୍ତୀ ମଧ୍ୟ ଦୁବାଇର ଜଣେ ବ୍ୟବସାୟୀଙ୍କ ସହ ତାଙ୍କ ବିବାହ ଖବର ଉପରେ ଆଲୋଚନା କରିଥିଲେ ।