ଓଡିଶା

odisha

By ETV Bharat Odisha Team

Published : Sep 18, 2023, 1:26 PM IST

ETV Bharat / entertainment

ଆମେରିକାରେ ବାପା ଧର୍ମେନ୍ଦ୍ରଙ୍କ ସହ ପିଜା ପାର୍ଟି କଲେ ସନ୍ନି ଦେଓଲ

ସନ୍ନି ଦେଓଲ ତାଙ୍କ ପରିବାର ସହ ଆମେରିକାରେ ଛୁଟି କାଟୁଛନ୍ତି। ସେଠାରୁ ଧର୍ମେନ୍ଦ୍ର ଏବଂ ସନ୍ନି କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଫଟୋ ସେୟାର କରୁଛନ୍ତି। ବର୍ତ୍ତମାନ ଏକ ନୂଆ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ଉଭୟ ପିଜା ପାର୍ଟି ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ,

ଆମେରିକାରେ ଧର୍ମେନ୍ଦ୍ରଙ୍କ ସହ ପିଜା ପାର୍ଟି କରୁଥିବା ନଜର ଆସିଲେ ସନ୍ନି ଦେଓଲ, ଉଭଣୀ ଇଶା ଦେଲେ ପ୍ରତିକ୍ରିୟା
ଆମେରିକାରେ ଧର୍ମେନ୍ଦ୍ରଙ୍କ ସହ ପିଜା ପାର୍ଟି କରୁଥିବା ନଜର ଆସିଲେ ସନ୍ନି ଦେଓଲ, ଉଭଣୀ ଇଶା ଦେଲେ ପ୍ରତିକ୍ରିୟା

ହାଇଦ୍ରାବାଦ: କିଛି ଦିନ ପୂର୍ବରୁ ବାପା ଧର୍ମେନ୍ଦ୍ରଙ୍କ ସହ ସନ୍ନି ଦେଓଲ ଆମେରିକା ଯାଇଥିବା ଜଣାପଡିଥିଲା । ବାପାଙ୍କୁ ଚିକିତ୍ସା ପାଇଁ ସନ୍ନି ସେଠାକୁ ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ପରେ ସନ୍ନିଙ୍କ ଟିମ୍ ଏବଂ ହେମା ମାଲିନୀ ଉଭୟ ଛୁଟି କାଟିବାକୁ ସେଠାକୁ ଯାଇଥିବା ନେଇ ସ୍ପଷ୍ଟ କରିଥିଲେ । ଏହା ପରେ ସନ୍ନି ମଧ୍ୟ ସେଠାରୁ କ୍ରମାଗତ ଭାବେ ଫଟୋ ସେୟାର କରି ଏହି ଗୁଜବ ଖବରକୁ ମିଥ୍ୟା ପ୍ରମାଣିତ କରିଛନ୍ତି । ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ସନ୍ନି ଏକ ନୂଆ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ପିଜା ପାର୍ଟି ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

ସନ୍ନି ଦେଓଲ ଇନଷ୍ଟାଗ୍ରାମରେ ପିତା ଧର୍ମେନ୍ଦ୍ରଙ୍କ ସହ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟଙ୍କ ମଧ୍ୟରେ ଥିବା ଘନିଷ୍ଠତା ଦେଖିବାକୁ ମିଳିଛି । ସନ୍ନି ଏହି ଫଟୋ ସେୟାର କରି କ୍ୟାପସନରେ ଲାଲ ହାର୍ଟ ଇମୋଜି ସହ ଲେଖିଛନ୍ତି, ପାପା ଏବଂ ମୁଁ ଶାନ୍ତିରେ ପିଜା ଉପଭୋଗ କରୁଛୁ । ଫଟୋରେ ଧର୍ମେନ୍ଦ୍ର ଏକ ଡେନିମ୍ ସାର୍ଟ ଏବଂ ବ୍ଲାକ୍ କ୍ୟାପ୍ ପିନ୍ଧିଥିବାବେଳେ ସନ୍ନି ହ୍ବାଇଟ୍ ଟି-ସାର୍ଟ ସହ ବ୍ଲୁ କ୍ୟାପ୍ ଏବଂ ବ୍ଲାକ ଗଗଲ୍ସରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଏଥିସହ ଭଉଣୀ ଇଶା ଦେଓଲ ମଧ୍ୟ ଏହି ଫଟୋ ଉପରେ ପ୍ରତିକ୍ରିୟା ଦେଇ ଏକ ହାର୍ଟ ଇମୋଜି ସେୟାର କରିଛନ୍ତି ।

ସୂଚନା ଥାଉ କି, ଭେଟେରାନ୍ ଅଭିନେତା ବର୍ତ୍ତମାନ 87 ବର୍ଷ ବୟସର ଅଟନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ଏଣୁ ସନ୍ନି ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ କାମରୁ ବ୍ରେକ ନେଇ ଆମେରିକା ଯାଇଥିବାର ଖବର ଆସିଥିଲା । ସେଠାରେ ସେ 15 ରୁ 20 ଦିନ ରହିବେ । ସନ୍ନି ଦେଓଲଙ୍କ ଟିମ୍ ସ୍ପଷ୍ଟ କରି କହିଥିଲା ଯେ ସେ ଏବଂ ଧର୍ମେନ୍ଦ୍ର ଚିକିତ୍ସା ପାଇଁ ନୁହେଁ ବରଂ ଛୁଟି କାଟିବାକୁ ସେଠାକୁ ଯାଇଛନ୍ତି । ଏହି ସମୟରେ ଧର୍ମେନ୍ଦ୍ରଙ୍କ ପତ୍ନୀ ହେମା ମାଲିନି ମଧ୍ୟ କହିଥିଲେ, "ଧର୍ମେନ୍ଦ୍ର ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏଥିରେ କିଛି ଚିନ୍ତା କରିବାର ନାହିଁ ।"

ଏହା ମଧ୍ୟ ପଢନ୍ତୁ:ଦୀର୍ଘ ବର୍ଷ ପରେ ଏକାଠି ନଜର ଆସିଲେ ସନ୍ନି ଦେଓଲ, ଡିମ୍ପଲ କପାଡିଆ ଏବଂ ଅମ୍ରିତା ସିଂ, ଭିଡିଓ ଭାଇରାଲ

ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର ୨' ବର୍ତ୍ତମାନ ବି ପ୍ରେକ୍ଷାଳୟରେ ଚାଲିଛି । ଫିଲ୍ମ ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଫିଲ୍ମଟି ତାର ଜଲୱା ଜାରି ରଖିଛି । ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରିଛି । ଫିଲ୍ମଟି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି । ଫିଲ୍ମର ରୋଜଗାର ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରଟି ଭାରତରେ ଏ ପର୍ଯ୍ୟନ୍ତ ମୋଟ 519.43 କୋଟି ଟଙ୍କା କଲେକ୍ସନ୍ କରିଥିବା ବେଳେ ଫିଲ୍ମ ବିଶ୍ବ ବକ୍ସ ଅଫିସରେ 650 କୋଟି ଟଙ୍କା ଅତିକ୍ରମ କରି ସଫଳତା ହାସଲ କରିଛି ।

ABOUT THE AUTHOR

...view details