ଓଡିଶା

odisha

By

Published : Jun 16, 2023, 12:29 PM IST

ETV Bharat / entertainment

Sunny Deol: ୧୮ରେ ବାହା ହେବ ପୁଅ, ହାତରେ ମେହେନ୍ଦୀ ଲଗାଇଲେ ବାପା

ଜୁନ18 ରେ ସନ୍ନି ଦେଓଲଙ୍କ ବଡ ପୁଅ କରନ ଦେଓଲଙ୍କ ବିବାହ କରିବାକୁ ଯାଉଛନ୍ତି । ଏନେଇ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଗତକାଲି କରନ ଦେଓଲଙ୍କ ମେହେନ୍ଦୀ ସମାରୋହ ଆୟୋଜିତ ହୋଇଥିଲା । ଯେଉଁଥିରେ ବାପା ସନ୍ନି ଦେଓଲ ହାତରେ ମେହେନ୍ଦୀ ଲଗାଇଥିଲେ । ଯାହାକୁ ବର୍ତ୍ତମାନ ଫ୍ୟାନ୍ସ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ପୁଅ କରନଙ୍କ ମେହେନ୍ଦୀ ସେରମୋନିରେ ମେହେନ୍ଦୀ ଲଗାଇଲେ ବାପା ସନ୍ନି
ପୁଅ କରନଙ୍କ ମେହେନ୍ଦୀ ସେରମୋନିରେ ମେହେନ୍ଦୀ ଲଗାଇଲେ ବାପା ସନ୍ନି

ମୁମ୍ବାଇ:ଦେଓଲ ପରିବାରରେ ଖୁସିର ବାତାବରଣ । ଜୁନ 18ରେ ସନ୍ନି ଦେଓଲଙ୍କ ବଡ ପୁଅ କରନ ଦେଓଲଙ୍କ ବିବାହ କରିବେ। ଏନେଇ ପରିବାରରେ ବିବାହର ପୂର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସମୟରେ ପୁଅଙ୍କ ବିବାହକୁ ନେଇ ବାପା ସନ୍ନି ଦେଓଲ ବେଶ ଖୁସି ଥିବା ଜଣାପଡିଛି । ମେହେନ୍ଦୀ ଏବଂ ହଲଦୀ ସମାରୋହକୁ ବେଶ ଉପଭୋଗ କରୁଥିବା ନଜର ଆସିଛନ୍ତି । ତେବେ କାର୍ଯ୍ୟକ୍ରମର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପୁଅ କରନଙ୍କ ମେହେନ୍ଦୀ ସେରମୋନିରେ ମେହେନ୍ଦୀ ଲଗାଇଲେ ବାପା ସନ୍ନି

ଗତକାଲି କରଣ ଏବଂ ଦିଶା ଆଚାର୍ଯ୍ୟଙ୍କ ମେହେନ୍ଦୀ ଏବଂ ହଲଦୀ ସମାରୋହ ଆୟୋଜିତ ହୋଇଥିଲା । ଏହି ସମୟରେ ବାପା ସନ୍ନି ଦେଓଲ ଏହାକୁ ଖୁବ ଉପଭୋଗ କରୁଥିବା ନଜର ଆସିଛନ୍ତି । ନିଜ ହାତରେ ମେହନ୍ଦୀ ଲଗାଇବା ସହ ସମାରୋହରେ ଡ୍ୟାନ୍ସ କରିଛନ୍ତି ବାପା ସନ୍ନି । ଯୁଗ ଯୁଗ ଜିଓ ଫିଲ୍ମର ନଚ ପଞ୍ଜାବନ ଗୀତରେ ଠୁମକା ଲଗାଉଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଏହି ଭିଡିଓ ଏବଂ ଫଟୋ ଭାଇରଲ ହେବା ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

ଜୁନ18 ରେ କରନ ଦେଓଲ ଦିଶା ଆଚାର୍ଯ୍ୟଙ୍କ ସହ ବିବାହ କରିବେ

ସନ୍ନି ହାତରେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ ଧର୍ମର ପ୍ରତୀକକୁ ମେହେନ୍ଦୀରେ ଚିତ୍ରଣ କରିଥିଲେ । ସନ୍ନିଙ୍କ ଏହି ମେହେନ୍ଦୀକୁ ଫ୍ୟାନ୍ସ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ଫ୍ୟାନ୍ସ ସନ୍ନି ଦେଓଲଙ୍କୁ 'ଗଦାର' କହିଥିବାବେଳେ ଅନେକ ଏହାକୁ ରାଜନୀତି ବୋଲି କହିଛନ୍ତି । ଅନ୍ୟ କିଛି ଫ୍ୟାନ୍ସ ତାଙ୍କର ଏହି ଅନ୍ଦାଜକୁ ଲାଇକ କରି ପ୍ରତିକ୍ରିୟାରେ ଲାଲ ହାର୍ଟ ଇମୋଜି ସେୟାର କରିଛନ୍ତି । ସୂଚନା ଥାଉ କି, ଜଣେ ଅଭିନେତା ହେବା ବ୍ୟତୀତ ସନ୍ନି ଦେଓଲ ମଧ୍ୟ ପଞ୍ଜାବର ଏକ ଆସନରୁ ସାଂସଦ ଅଟନ୍ତି । ଯାହାକୁ ନେଇ ସନ୍ନିଙ୍କ ଏହି ମେହେନ୍ଦୀକୁ ଚିତ୍ରଣକୁ ନେଇ ରାଜନୀତିର ନାଁ ଦେଇଛନ୍ତି ।

ବର୍ତ୍ତମାନ ସନ୍ନି ଦେଓଲ ତାଙ୍କ ବଡ଼ ପୁଅ କରଣ ଦେଓଲଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜୁନ୍ 18ରେ ଦିଶା ଆଚାର୍ଯ୍ୟଙ୍କ ସହ କରଣ ଦେଓଲଙ୍କ ହାତଗଣ୍ଠି ପଡିବ । ତେବେ ଉଭୟଙ୍କ ଏହି ସମାରୋହରେ ଦାଦା ବବି ଦେଓଲ ଏବଂ ସମ୍ପର୍କୀୟ ଭାଇ ଅଭୟ ଦେଓଲ ମଧ୍ୟ ସାମିଲ ହୋଇଥିଲେ । ସେପଟେ ସନ୍ନିଙ୍କ ପୁଅ କରନଙ୍କ ବିବାହରେ ଅନେକ ବଲିଉଡ ସେଲିବ୍ରିଟି ସାମିଲ ହେବେ ବୋଲି ଜଣାପଡିଛି । ଏହି ତାଲିକାରେ ବଚ୍ଚନ ପରିବାର, ଜ୍ୟାକି ଶ୍ରଫ, ଅନିଲ କପୁର, ଅମୃତା ସିଂ, ପୁନମ ଧିଲନଙ୍କ ଭଳି ତାରକା ସାମିଲ ହେବେ ବୋଲି ଜଣାପଡିଛି ।

ABOUT THE AUTHOR

...view details