ହାଇଦ୍ରାବାଦ: ପ୍ରତିଦ୍ବନ୍ଦିତା ମଧ୍ୟରେ ଅଗଷ୍ଟ 11 ରେ ରିଲିଜ ହୋଇଥିବା ସନ୍ନି ଦେଓଲ ଏବଂ ଅମୀଷା ପଟେଲ ଷ୍ଟାରର ଫିଲ୍ମ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ OMG 2 । ଗଦର-2 24 ଦିନ ଘରୋଇ ବକ୍ସ ଅଫିସରେ 500 କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି । ହେଲେ 25 ଦିନରେ ଏହି ଫିଲ୍ମର କଲେକ୍ସନରେ 61.5% ହ୍ରାସ ପାଇଛି । ସେପଟେ ଓଏମଜି-2ର ମଧ୍ୟ 25ତମ ଦିନରେ କମ ଆୟ ରେକର୍ଡ କରାଯାଇଛି । ଯାହା ଫିଲ୍ମର ଆଜି ପର୍ଯ୍ୟନ୍ତର ସର୍ବନିମ୍ନ ଆୟ ଅଟେ ।
ସାକ୍ନିକ୍ର ପ୍ରାରମ୍ଭିକ ଆକଳନ ଅନୁଯାୟୀ, 25ତମ ଦିନରେ ଗଦର-2ର ବକ୍ସ ଅଫିସ୍ କଲେକ୍ସନ୍ ଭାରତରେ 2.50 କୋଟି ରହିଥିଲା । ଯାହା ରବିବାର ଦିନ ଫିଲ୍ମ ଦ୍ୱାରା ଆୟ ହୋଇଥିବା ସଂଖ୍ୟାଠାରୁ 4.8 କୋଟି ଟଙ୍କା କମ୍ ଅଟେ । ତେବେ ଫିଲ୍ମ ଘରୋଇ ବଜାରରେ ମୋଟ 503.67 କୋଟି ଟଙ୍କା ମୋଟ କଲେକ୍ସନ କରିଛି । ଏହି ସମୟରେ, ସୋମବାର ଦିନ ହିନ୍ଦୀରେ ଏହି ଚଳଚ୍ଚିତ୍ରର ମୋଟ 7.27% ଆୟ କରିଛି । ତଥାପି ଗଦର ୨ ଆମୀର ଖାନ-ଷ୍ଟାରର ଦଙ୍ଗଲ ଏବଂ ୟଶ-ଷ୍ଟାରର କେ.ଜି.ଏଫ୍ 2 ପରେ ତୃତୀୟ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି ।
ସେପଟେ ଓଏମଜି-2 ଓ ଗଦର-2ର ଟକ୍କର ସତ୍ତ୍ବେ ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମ 25ତମ ଦିନରେ ମାତ୍ର 80 ଲକ୍ଷ ଆୟ କରିଛି । 24ତମ ଦିନରେ ଫିଲ୍ମ 2.20 କୋଟି ଆୟ କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଆୟ କମିଯାଇଛି । ଏହି ଆୟ ରେକର୍ଡ ଅନୁସାରେ ଫିଲ୍ମର ଆଜି ପର୍ଯ୍ୟନ୍ତର ସର୍ବନିମ୍ନ ଆୟ ହୋଇଛି । ଏହିପରି ସୋମବାର ଦିନ ହିନ୍ଦୀରେ ଏହି ଚଳଚ୍ଚିତ୍ରର ମୋଟ 11% ଆୟ କରିଛି।
ଏହା ମଧ୍ୟ ପଢନ୍ତୁ:500କୋଟି କ୍ଲବରେ ଗଦର 2, 150 କୋଟି ନିକଟତର ଓଏମଜି 2
ଗଦର ଏକ ପ୍ରେମ କଥାର ସ୍ବିକେଲ୍ ଗଦର-2 । ତେବେ ପ୍ରଥମ ଭାଗରେ ଟ୍ରକ୍ ଡ୍ରାଇଭର ତାରା ସିଂ ଭୂମିକାରେ ଅଭିନୟ କରିଥିଲେ ସନ୍ନି ଦେଓଲ । ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅମୀଷା ପଟେଲ । ଫିଲ୍ମରେ ତାରା ପାକିସ୍ତାନୀ ପତ୍ନୀ ସାକିନାଙ୍କୁ ଫେରାଇ ଆଣିବା ପାଇଁ ସଂଗ୍ରାମ କରିଥିଲେ । ସେହିପରି ଗଦର-2 ଅର୍ଥାତ ଦ୍ବିତୀୟ ଭାଗରେ ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ସଂଗ୍ରାମ କରିଥିବା ଦେଖିବାକୁ ମିଳିଛି ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କଳ ଶର୍ମା ଏବଂ ଲଭ୍ ସିହ୍ନା ନଜର ଆସିଛନ୍ତି । ସେହିପରି ଅମିତ ରୟଙ୍କ ନିର୍ଦ୍ଦେଶିତ ଓଏମଜି 2ରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଦୂତ ଭାବେ ନଜର ଆସିଛନ୍ତି । ଏଥିରେ ୟାମି ଗୌତମ, ପଙ୍କଜ ତ୍ରିପାଠୀ ଏବଂ ରାମାୟଣ ଫେମ ଅଭିନେତା ଅରୁଣ ଗୋବିଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି କମେଡି-ଡ୍ରାମା ଫିଲ୍ମ 2012ର ଓଏମ୍ଜିର ସିକ୍ବେଲ ଅଟେ ।