ଓଡିଶା

odisha

By

Published : Jun 30, 2023, 5:07 PM IST

ETV Bharat / entertainment

ରାମାୟଣରେ ସୀତା ହେବେ ଆଲିଆ ଭଟ୍ଟ, ଏମିତି ପ୍ରତିକ୍ରିୟା ରଖିଲେ ସୁନୀଲ ଲହରୀ

ନୀତେଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ରାମାୟଣରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ ଏବଂ ତାଙ୍କ ପତ୍ନୀ ଆଲିଆ ଭଟ୍ଟ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଫିଲ୍ମକୁ ନେଇ ପ୍ରତିକିୟା ଦେଇଛନ୍ତି ସୁନୀଲ ଲହରୀ । ଅଧିକ ପଢନ୍ତୁ

ରାମାୟଣରେ ଆଲିଆ ଭଟ୍ଟଙ୍କ ସୀତା ଅଭିନୟ ଉପରେ ଏମିତି କହିଲେ ସୁନୀଲ ଲହରୀ
ରାମାୟଣରେ ଆଲିଆ ଭଟ୍ଟଙ୍କ ସୀତା ଅଭିନୟ ଉପରେ ଏମିତି କହିଲେ ସୁନୀଲ ଲହରୀ

ହାଇଦ୍ରାବାଦ:ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରୀ ଆଜିକାଲି ନିଜ ମନ୍ତବ୍ୟକୁ ନେଇ ବେଶ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ଆଦିପପୁରୁଷ ଉପରେ ନିଜ ପ୍ରତିକ୍ରିୟା ଦେଇ ଶିରେନାମାରେ ରହିଥିବା ବେଳେ ଏବେ ପୁଣି ନୀତେଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ରାମାୟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ରାମାୟଣରେ ନଜର ଆସିବାକୁ ଥିବା ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭୂମିକାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଏକ ସାକ୍ଷାତକାରରେ ଯେତେବେଳେ ସୁନୀଲଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ବର୍ତ୍ତମାନ ନୀତେଶ ତିୱାରୀ ରାମାୟଣ ଉପରେ ଫିଲ୍ମ କରିବାକୁ ପ୍ରସ୍ତୁତ ହେଉଛି । ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏହି ଫିଲ୍ମରେ ନଜର ଆସିବେ, ଆପଣ ଏହି କାଷ୍ଟିଂକୁ ନେଇ ସନ୍ତୁଷ୍ଟ କି ? ଏହାର ଉତ୍ତରରେ ସୁନୀଲ ଲହରୀ କହିଛନ୍ତି, 'ଉଭୟ ବହୁତ ଭଲ ଅଭିନେତା ଓ ଅଭିନେତ୍ରୀ, ଏବଂ ମୁଁ ଭାବୁଛି ଉଭୟ ଏହି ଚରିତ୍ରକୁ ନ୍ୟାୟ ପ୍ରଦାନ କରିବେ ।' ରାମବୀରଙ୍କ ଭୂମିକା ପାଇଁ ରଣବୀର ବହୁତ ଭଲ ପସନ୍ଦ ଏବଂ ଏହି ଚରିତ୍ରରେ ସେ ଭଲ ଅଭିନୟ କରିପାରନ୍ତି।

ଏହା ମଧ୍ୟ ପଢନ୍ତୁ: 'ରାମାୟଣ'ରେ ରାବଣ ଚରିତ୍ର କରିବାକୁ ଅମଙ୍ଗ ହେଲେ KGF ଷ୍ଟାର୍‌

ସେ ଆହୁରି କହିଛନ୍ତି, 'ଆଲିଆ ମଧ୍ୟ ବହୁତ ପ୍ରତିଭାଶାଳୀ ଅଭିନେତ୍ରୀ, କିନ୍ତୁ ମୁଁ ଅନୁଭବ କରୁଛି ଯେ ଯଦି ଆଲିଆ 5 ବର୍ଷ ପୂର୍ବେ ସୀତା ଭୂମିକାରେ ଅଭିନୟ କରିଥାଆନ୍ତେ, ତେବେ ସେ ଏହି ଚରିତ୍ରକୁ ଅଧିକ ନ୍ୟାୟ ଦେଇ ପାରିଥାଆନ୍ତେ । ଏହା ମୋର ବ୍ୟକ୍ତିଗତ ମତ । ମୁଁ ଭାବୁଛି ଆଲିଆ ବହୁତ ପରିବର୍ତ୍ତନ ହୋଇଛନ୍ତି । ମୁଁ ଜାଣେ ନାହିଁ ଯେ ସେ ବର୍ତ୍ତମାନ ସୀତା ଭୂମିକାରେ କେତେ ପ୍ରଭାବଶାଳୀ ହୋଇ ପାରିବେ ।'

ସେପଟେ ଜୁଲାଇ 3ରେ ପୁଣି ଥରେ ଟିଭିରେ ପ୍ରସାରିତ ହେବ ରାମାନନ୍ଦ ସାଗରଙ୍କ ରାମାୟଣ । ଏଥିସହିତ ରାମାୟଣର ନୂଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ଏଭଳି ପରିସ୍ଥିତିରେ ଯେତେବେଳେ ତାଙ୍କୁ ରାମାୟଣରେ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଲୋକଙ୍କୁ ସେ କେଉଁ ପରାମର୍ଶ ଦେବେ ବୋଲି ପଚରାଯାଇଥିବା ବେଳେ ଏହାର ଉତ୍ତରରେ ସୁନୀଲ କହିଥିଲେ ଯେ, ରାମାୟଣର ଆଧାର ପରିବର୍ତ୍ତନ କରାଯିବା ଉଚିତ ନୁହେଁ । ରାମାୟଣ ଭଲ ଏବଂ ସମ୍ମାନରେ ପରିପୂର୍ଣ୍ଣ ହେବା ଉଚିତ୍ । ଏକ ନୂତନ ସଂସ୍କରଣ ପ୍ରସ୍ତୁତ କରୁଥିବା ବେଳେ ରାମାୟଣକୁ ନେଇ ପରୀକ୍ଷା କରାଯିବା ଉଚିତ ନୁହେଁ । ଭାଷା, ଚରିତ୍ର ଏବଂ ଦୃଶ୍ୟରେ ସମନ୍ୱୟ ରହିବା ଆବଶ୍ୟକ ବୋଲି କହିଛନ୍ତ ସୁନୀଲ ଲହରୀ ।

ସୂଚନା ଥାଉ କି, ନୀତେଶ ତିୱାରୀଙ୍କ ବଡ଼ ପ୍ରୋଜେକ୍ଟ 'ରାମାୟଣ'ରେ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଭଗବାନ ଶ୍ରୀ ରାମଙ୍କ ଭୂମିକାରେ ଏବଂ ସୀତାଙ୍କ ଭୂମିକାରେ ଆଲିଆ ଭଟ୍ଟ ନଜର ଆସିବେ ବୋଲି ଖବର ସାମ୍ନାକୁ ଆସିଛି । ଏଥିସହ କେଜିଏଫ ତାରକା ୟଶଙ୍କୁ ମଧ୍ୟ ଏହି ଫିଲ୍ମ ପାଇଁ ରାବଣ ଭୂମିକାରେ ଅଭିନୟ କରିବାକୁ ଅଫର ଦିଆଯାଇଥିଲା । ହେଲେ ୟଶ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ନିର୍ମାତାମାନେ ଏପର୍ଯ୍ୟନ୍ତ ରାମାୟଣର ସମ୍ପୂର୍ଣ୍ଣ କାଷ୍ଟକୁ ସୁନିଶ୍ଚିତ କରିନାହାଁନ୍ତି ।

ABOUT THE AUTHOR

...view details