ଓଡିଶା

odisha

By

Published : Jun 24, 2023, 8:13 AM IST

ETV Bharat / entertainment

Suhana Khan: ଆଲିବାଗରେ 12.91 କୋଟିର ଜମି କିଣିଲେ କିଙ୍ଗଖାନଙ୍କ ଲାଡଲି

ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ମୁମ୍ବାଇର ଆଲିବାଗରେ 1.5 ଏକର ଚାଷ ଜମି କିଣିଛନ୍ତି । ସେ ଏହି ଜମିକୁ 12.91 କୋଟିରେ କିଣିଛନ୍ତି । ଅଧିକ ପଢନ୍ତୁ

ଅଲିବାଗରେ 12.91 କୋଟିର ଜମି କିଣିଲେ କିଙ୍ଗଖାନଙ୍କ ଲାଡଲି
ଅଲିବାଗରେ 12.91 କୋଟିର ଜମି କିଣିଲେ କିଙ୍ଗଖାନଙ୍କ ଲାଡଲି

ମୁମ୍ବାଇ:ବଲିଉଡ କିଙ୍ଗଖାନ' ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଆଜିକାଲି ତାଙ୍କର ଆଗାମୀ ବଲିଉଡ ଡେବ୍ୟୁ ଫିଲ୍ମ 'ଦି ଆର୍ଚିସ'କୁ ନେଇ ଶିରୋନାମାରା ରହିଛନ୍ତି । ନିକଟରେ ସୁହାନା ତାଙ୍କ ପୁରା ଟିମ୍ ସହିତ ବ୍ରାଜିଲରେ ଆୟୋଜିତ TUDUM ଇଭେଣ୍ଟରେ ଫିଲ୍ମର ଟ୍ରେଲର ଲଞ୍ଚ କରିଥିଲେ । ସେଠାରେ ସୁହାନା ଖାନ ମଧ୍ୟ ତାଙ୍କ ସହ-ଷ୍ଟାରମାନଙ୍କ ସହିତ ଏକ ଦମଦାର ଡ୍ୟାନ୍ସ ମଧ୍ୟ ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ସୁହାନା ଖାନଙ୍କ ବିଷୟରେ ଆଉ ଏକ ଖବର ସାମ୍ନାକୁ ଆସିଛି । ସୁହାନା 12 କୋଟିରୁ ଅଧିକ ମୂଲ୍ୟର ଏକ ଚାଷ ଜମି କିଣିଛନ୍ତି ।

ସୁହାନା 12.91 କୋଟି ଟଙ୍କାରେ ଅଲିବାଗର ଥାଲ ଗ୍ରାମରେ 1.5 ଏକର ଚାଷ ଜମି କିଣିଛନ୍ତି । ଗତ ଜୁନ୍ 1 ରେ ସୁହାନା ଖାନ୍ ଏହାର ଚୁକ୍ତି କରିଥିଲେ । ଏଥି ସହିତ ସୁହାନା ଖାନ ମଧ୍ୟ ଏହି ଜମି ପାଇଁ 75 ଲକ୍ଷରୁ ଅଧିକ ଷ୍ଟାମ୍ପ ଡ୍ୟୁଟି ପ୍ରଦାନ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହା 1.5 ଏକର ଉପରେ ବ୍ୟାପିଥିବା ଆଲିବାଗ ସହରର ଥାଲ ଗ୍ରାମରେ ଚାଷ ଜମି 2, 218 ବର୍ଗଫୁଟରେ ନିର୍ମାଣ କରାଯାଇଛି । ସୁହାନା ଖାନ ଅଞ୍ଜଲି, ରେଖା ଏବଂ ପ୍ରିୟା ନାମକ ତିନି ଭଉଣୀଙ୍କଠାରୁ ଏହି ଜମି କିଣିଛନ୍ତି । ସୂଚନା ଥାଉ କି, ଆଲିବାଗରେ ଶାହାରୁଖ ଖାନଙ୍କର ପୂର୍ବରୁ ଅନେକ ଜମି ଅଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଖବର ଉପରେ ଶାହାରୁଖ ଏବଂ ତାଙ୍କ ଝିଅ କୌଣସି ସୂଚନା ଦେଇନାହାନ୍ତି ।

ସୁହାନା ଖାନ ଏବଂ ଶାହାରୁଖ ଖାନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସୁହାନା 'ଦ ଆର୍ଚିସ' ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସୁହାନାଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଏବଂ ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଡେବ୍ୟୁ କରିବାକୁ ଯାଉଛନ୍ତି । ଦ ଆର୍ଚିସ କମିକ୍ସ ଉପରେ ଆଧାରିତ ଏକ ମ୍ୟୁଜିକାଲ୍ ଫିଲ୍ମ । ଆର୍ଚିସ, ବେଟି, ଡିଲଟନ୍, ଏଥର୍, ଜଗହେଡ୍, ରେଗି ଏବଂ ଭାଇରୋସିନା ଷ୍ଟାର କିଡ୍ସଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ଖୁବ୍ ଶୀଘ୍ର ନେଟଫ୍ଲିକ୍ସରେ ଉପଲବ୍ଧ ହେବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜୋୟା ଅଖତର ଏବଂ ରେମା କାଗି । ତେବେ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ।

ସେପଟେ ଶାହାରୁଖଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆଗାମୀ ଦୁଇଟି ଫିଲ୍ମ 'ଜବାନ୍' ଏବଂ 'ଡଙ୍କି'ରେ ନଜର ଆସିବେ ଶାହାରୁଖ ଖାନ । 'ଜବାନ୍' ଫିଲ୍ମଟି ଶାହାରୁଖଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଅଟଲି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଶାହାରୁଖଙ୍କ ସମେତ ସାଉଥ୍ ବିୟୁଟି ନୟନତାରାଙ୍କ ସହ ବିଜୟ ସେତୁପତି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ବର୍ତ୍ତମାନ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେଉଥିବା ଏହି ଫିଲ୍ମ 7 ସେପ୍ଟେମ୍ବର 2023ରେ ରିଲିଜ ହେବ । ଏହା ବ୍ୟତୀତ ଶାହାରୁଖ ଖାନ ସୁପ୍ରତିଷ୍ଠିତ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମ 'ଡଙ୍କି'ରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ ନଜର ଆସିବେ । ତେବେ ଅଟଲି ଏବଂ ରାଜକୁମାର ହିରାନୀଙ୍କ ସହ ଶାହାରୁଖ ପ୍ରଥମ ଥର ପାଇଁ କାମ କରୁଛନ୍ତି ।

ABOUT THE AUTHOR

...view details