ଭୁବନେଶ୍ବର: ଝିଲିକ ମୋସନ ପିକ୍ଚର୍ସର ଡବଲ ଧମାକା । ଗୋଟିଏ ଦିନରେ ଦୁଇଟି ଚଳଚ୍ଚିତ୍ରର ମହୁରତ କରିଛି ଝିଲିକ ମୋସନ ପିକ୍ଚର୍ସ । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହୋଟେଲରେ ଦୁଇଟି ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହୋଇଛି । ଏହି ଦୁଇଟି ସିନେମା ମଧ୍ୟରୁ ଗୋଟିଏର ନାଁ ରହିଛି 'ତୋର ମୋର କଟି' ଓ ଅନ୍ୟଟିର ନାଁ 'ପ୍ରିୟେ ତୁ ମୋ ସିଏ' ।
ତୋର ମୋର କଟି ଚଳଚ୍ଚିତ୍ରର ମୂଖ୍ୟ ଭୁମିକାରେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ରହିଥିବାବେଳେ, ଅନ୍ୟମାନଙ୍କ ମଧ୍ୟରେ ଶୈଳେନ୍ଦ୍ର, ଶୀତଲ, ଟୁକୁନା, ସୁଦୀପ୍ତ, କାଳିଆ ଷଣ୍ଢ, ହାସ୍ୟ ଅଭିନେତା ଗୁଡୁ, ଜୀବନ ପଣ୍ଡା ପ୍ରମୁଖ ନଜର ଆସିବେ । ସେହିପରି ଦ୍ୱିତୀୟ ଚଳଚ୍ଚିତ୍ର 'ପ୍ରିୟେ ତୁ ମୋ ସିଏ' ରେ ନାୟକ ରହିଛନ୍ତି ଅମ୍ଲାନ । ଏଲିନା ଓ ବବି ମିଶ୍ର ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ବପୂର୍ଣ୍ଣ ଭୁମିକାରେ ରହିଛନ୍ତି ।