ଓଡିଶା

odisha

ଷ୍ଟଣ୍ଟ ଦେବା ବେଳେ ଚାଲିଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ

By

Published : Dec 5, 2022, 10:59 AM IST

ଚେନ୍ନାଇର ଭନ୍ଦାଲୁରରେ ନିର୍ଦ୍ଦେଶକ ବେତ୍ରିମାରନଙ୍କ ନିର୍ଦ୍ଦେଶନାରେ ନିର୍ମିତ ବିଦୁଥଲାଇ ଚଳଚ୍ଚିତ୍ରର ସୁଟିଂ ଚାଲିଥିଲା। ଏହି ସମୟରେ ଷ୍ଟଣ୍ଟମ୍ୟାନ୍ ଏସ୍‌ ସୁରେଶଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

20 ଫୁଟ ଉଚ୍ଚତାରୁ ଖସି ଚାଲିଗଲା ଷ୍ଟଣ୍ଟମ୍ୟାନ ଏସ୍‌ ସୁରେଶଙ୍କ ଜୀବନ
20 ଫୁଟ ଉଚ୍ଚତାରୁ ଖସି ଚାଲିଗଲା ଷ୍ଟଣ୍ଟମ୍ୟାନ ଏସ୍‌ ସୁରେଶଙ୍କ ଜୀବନ

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିରୁ ପୁଣି ଆସିଲା ଦୁଃଖଦ ଖବର । ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ବିଜୟ ସେଥୁପତିଙ୍କ ଫିଲ୍ମର ସେଟରେ ଦୁର୍ଘଟଣା ଘଟିଛି । ବିଜୟ ସେଥୁପତିଙ୍କ ପାଇଁ ଷ୍ଟଣ୍ଟମ୍ୟାନ୍ ଏସ୍ ସୁରେଶ ଷ୍ଟଣ୍ଟ ପ୍ରଦର୍ଶନ କରୁଥିଲେ, 20 ଫୁଟ ଉଚ୍ଚତାରୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ସୁରେଶଙ୍କୁ 54 ବର୍ଷ ବୟସ ହୋଇଥିଲା ।

ନିର୍ଦ୍ଦେଶକ ବେତ୍ରିମାରନଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ବିଦୁଥଲାଇ' ଚଳଚ୍ଚିତ୍ରର (film Viduthalai) ସୁଟିଂ ଚାଲିଥିଲା । ଏହି ସମୟରେ ସୁରେଶ ସହକାରୀ ଭାବରେ ମୁଖ୍ୟ ଷ୍ଟଣ୍ଟ ନିର୍ଦ୍ଦେଶକଙ୍କ ସହ ପରଫର୍ମ କରୁଥିଲେ । ସେ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାବେଳେ ସେଠାରେ ତାଙ୍କର ସଂଯୋଜକମାନେ ମଧ୍ୟ ଉପସ୍ଥିତ ଥିଲେ । ଫିଲ୍ମର ଏକ ସିନ୍‌ ଅନୁଯାୟୀ ତାଙ୍କୁ ଉଚ୍ଚତାରୁ ଡେଇଁବାର ଏକ ଷ୍ଟଣ୍ଟ କରିବାକୁ ଥିଲା । ଖବର ଅନୁଯାୟୀ, ସୁରେଶଙ୍କୁ ଦଉଡି ସାହାଯ୍ୟରେ କ୍ରେନରେ ବାନ୍ଧି ଦିଆଯାଇଥିଲା, କିନ୍ତୁ ଯେତେବେଳେ ସିନ୍‌ ଆରମ୍ଭ ହେଲା ସେତେବେଳେ ଦଉଡି ଛିଣ୍ଡି ଯାଇଥିଲା । ଫଳରେ ଷ୍ଟଣ୍ଟମ୍ୟାନ୍ ସୁରେଶ ପ୍ରାୟ 20 ଫୁଟ ଉଚ୍ଚତାରୁ ସିଧା ତଳକୁ ଖସି ପଡିଥିଲେ । ତରବରିଆ ଭାବେ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଏହା ବି ପଢନ୍ତୁ:ବିବାହ ବନ୍ଧନରେ ଆବଦ୍ଧ ହେଲେ ହଂସିକା ମୋଟୱାନୀ, ସାମ୍ନାକୁ ଆସିଲା ବିବାହ ଫଟୋ

ମିଡିଆ ରିପୋର୍ଟ ଅନୁଯାୟୀ, ସୁରେଶ 25 ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟଣ୍ଟମ୍ୟାନ୍ ଭାବରେ କାର୍ଯ୍ୟ କରୁଥିଲେ। ଏହି ଦୁର୍ଘଟଣା ପରେ ଫିଲ୍ମର ସୁଟିଂ ସ୍ଥଗିତ ରଖାଯାଇଛି । ଏହା ସହିତ ସେଟରେ ଏହି ଘଟଣା ପରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details