ହାଇଦ୍ରାବାଦ:ପାଠ ପଢିବା ସମୟରେ ପ୍ରେମର ମାନେ ବୁଝାଇଥିଲା ହିନ୍ଦୀ ଚଳଚ୍ଚିତ୍ର ଷ୍ଟୁଡେଣ୍ଟ ଅଫ୍ ଦି ଇୟର । ଖାଲି ପାଠ ପଢା ନୁହେଁ ହୃଦୟ ଯାହା କହୁଛି ସେହି କାମରେ ଫୋକସ କର ତାହା ମଧ୍ୟ ଶିଖାଇଥିଲା ଫିଲ୍ମ । ନିର୍ଦ୍ଦେଶକ କରଣ ଜୋହରଙ୍କ ଏହି ଫିଲ୍ମ 2012ରେ ପରଦାକୁ ଆସିଥିଲା । ଏଥିରେ ମୁଖ୍ୟ ତିନି ଭୂମିକାରେ ଥିଲେ ସିଦ୍ଧାର୍ଥ ମଲହୋତ୍ରା, ବରୁଣ ଧାୱନ ଓ ଆଲିଆ ଭଟ୍ଟ । ବର୍ତ୍ତମାନ ଏହି 3 ମୁଖ୍ୟ ଚରିତ୍ରକୁ ସେମାନଙ୍କ ଇସ୍କ ବାଲା ଲଭ ମିଳି ସାରିଛି । ସେମାନଙ୍କ ମନର ମଣିଷକୁ ସାତ ଜନ୍ମରସାଥୀ କରିଛନ୍ତି ଏହି ତିନି କଳାକାର ।
ସିଦ୍ଧାର୍ଥ-କିଆରା:ଷ୍ଟୁଡେଣ୍ଟ ଅଫ ଦି ଇୟର ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ ସିଦ୍ଧାର୍ଥ ମଲହୋତ୍ରା । ଫିଲ୍ମରେ ଏକ ଭଲ ଚରିତ୍ରରେ ନଜର ଆସିଥିଲେ । ଏହା ପରେ ଗୋଟିଏ ପରେ ଗୋଟିଏ ଫିଲ୍ମରେ କାମ କରିଥିଲେ ସିଦ୍ଧାର୍ଥ । 2021ରେ ପରମବୀର ଚକ୍ର ବିଜେତା ବିକ୍ରମ ବତ୍ରାଙ୍କ ଜୀବନ କାହାଣୀକୁ ନେଇ ତିଆରି ଶେରଶାହ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ସିଦ୍ଧାର୍ଥ । ତାଙ୍କ ଅଭିନେତ୍ରୀ ସାଜିଥିଲେ କିଆରା ଆଡଭାନୀ । ଏହି ଫିଲ୍ମ ପରେ ଉଭୟ ପ୍ରେମରେ ପଡିଥିଲେ । ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବେ ବିବାହରେ ପରିଣତ ହୋଇଛି । ଗତକାଲି ରାଜସ୍ଥାନର ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରେ ସାତ ଜନ୍ମର ସାଥୀ ହୋଇଛନ୍ତି ଏହି ଚର୍ଚ୍ଚିତ ଯୋଡି ।