ଓଡିଶା

odisha

ETV Bharat / entertainment

RRRରେ ରାମ ଚରଣଙ୍କୁ କାହିଁକି ମିଳିଥିଲା ଅଧିକ ସ୍କ୍ରିନ ସ୍ପେସ ? ଖୁଲାସା କଲେ ନିର୍ଦ୍ଦେଶକ - ଆରଆରଆର୍‌ରେ ଜୁନିଅର ଏନ୍‌ଟିଆର

RRRରେ ରାମଚରଣଙ୍କୁ ଅଧିକ ସ୍କ୍ରିନ ସ୍ପେସ୍‌ ମିଳିଛି ବୋଲି ଅଭିଯୋଗ କରିଥିଲେ ଦର୍ଶକ । ଯାହାର ଉତ୍ତର ଦେଇଛନ୍ତି ନିର୍ଦ୍ଦେଶକ ରାଜାମୌଲି । ଅଧିକ ପଢନ୍ତୁ

RRR ରେ ରାମ ଚରଣଙ୍କୁ କାହିଁକି ମିଳିଥିଲା ଅଧିକ ସ୍କ୍ରିନ ସ୍ପେସ୍
RRR ରେ ରାମ ଚରଣଙ୍କୁ କାହିଁକି ମିଳିଥିଲା ଅଧିକ ସ୍କ୍ରିନ ସ୍ପେସ୍

By

Published : Apr 13, 2022, 1:51 PM IST

ହାଇଦ୍ରାବାଦ: ଫିଲ୍ମ RRR ବକ୍ସ ଅଫିସରେ ଧମାଲ କରିଛି । ନିକଟରେ RRR ସାରା ବିଶ୍ବରେ 1000 କୋଟି କ୍ଲବରେ ପ୍ରବେଶ କରିଛି । ଦଙ୍ଗଲ ଏବଂ ବାହୁବଲୀ 2: ଦ କନକ୍ଲୁଜନ ପରେ ସାରା ବିଶ୍ୱରେ 1000 କୋଟିରୁ ଅଧିକ ଆୟ କରିଥିବା ଭାରତୀୟ ସିନେମା ଇତିହାସରେ ଏହା ତୃତୀୟ ଚଳଚ୍ଚିତ୍ର ହୋଇପାରିଛି । ତେବେ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଏସ.ଏସ ରାଜାମୌଲି । ରାମଚରଣଙ୍କୁ ଫିଲ୍ମରେ ଜୁନିଅର ଏନ୍‌ଟିଆରଙ୍କ ଅପେକ୍ଷା ଅଧିକ ସ୍କ୍ରିନ ସ୍ପେସ୍‌ ମିଳିଥିବା ନେଇ ଚର୍ଚ୍ଚା ହୋଇଥିଲା । ଯାହାର ଉତ୍ତର ରଖିଛନ୍ତି ନିର୍ଦ୍ଦେଶକ ।

ସେ କହିଛନ୍ତି ଯେ, ‘RRR କୁ ବକ୍ସ ଅଫିସରେ ଏତେ ବଡ଼ ସଫଳତା କେବେ ବି ମିଳିନଥାନ୍ତା, ଯଦି ଉଭୟ ମୁଖ୍ୟ କଳାକାରଙ୍କ ସହ ସମାନ ବ୍ୟବହାର କରାଯାଇ ନଥାନ୍ତା । କିଛି ଲୋକଙ୍କୁ କାହିଁକି ଏମିତି ଲାଗୁଛି କି, ଚଳଚ୍ଚିତ୍ରରେ ରାମ ଚରଣଙ୍କ ଏକ ବଡ଼ ଭୂମିକା ରହିଛି। ଫିଲ୍ମରେ ରାମ ଚରଣ ହିଁ ସମସ୍ତ ପ୍ରଶଂସା ସାଉଁଟିଛନ୍ତି, ଏହା କହିବା ଠିକ୍ ହେବ ନାହିଁ। ଜଣେ ନିର୍ଦ୍ଦେଶକ ଭାବରେ, ମୁଁ ସେହି ଆଉଟପୁଟ୍ ସହିତ ବହୁତ ଖୁସି, ଯାହା ସେମାନେ ଦୁହେଁ ଦେଇଥିଲେ। କିନ୍ତୁ ଜଣେ ଅଭିନେତା ଅନ୍ୟ ଅପେକ୍ଷା ଭଲ ବୋଲି କହିବା ଏହା ଠିକ୍ ନୁହେଁ । ଉଦାହରଣ ସ୍ୱରୂପ, ମୁଁ କହିପାରେ ଯେ ରାମ ଚରଣଙ୍କୁ କ୍ଲାଇମାକ୍ସରେ ଅଧିକ ସ୍ଥାନ ଦିଆଯାଇଛି । କିନ୍ତୁ ଯଦି ମୁଁ କୋମୁରାମ ଭୀମୁଡୋଙ୍କ ପରେ ଫିଲ୍ମ ବନ୍ଦ କରି ଦେଇଥାନ୍ତି ତେବେ ଏମିତି ଲାଗିଥାନ୍ତା କି ରାମ ଚରଣ କେବଳ ଜଣେ ଦର୍ଶକ ଅଟନ୍ତି ଏବଂ ତାରକ (Jr NTR) ପୁରା ସ୍କ୍ରିନ୍ ସ୍ପେସ୍ ନେଉଛନ୍ତି’।

ଜଣେ କାହାଣୀକାର ଭାବରେ, ଏହିପରି ବିଚାର କରିବା ଉଚିତ ନୁହେଁ । ଦର୍ଶକ ଭାବରେ ଚରିତ୍ରମାନଙ୍କ ପାଇଁ ଆପଣ କେତେ ସହାନୁଭୂତି ଅନୁଭବ କରୁଛନ୍ତି ଚଳଚ୍ଚିତ୍ର ନିର୍ମାତାମାନେ ସର୍ବଦା ଦେଖିବା ଉଚିତ୍ । ଏହାପୂର୍ବରୁ ରାମ ଚରଣ ଏଭଳି ରିପୋର୍ଟକୁ ଅସ୍ୱୀକାର କରି କହିଥିଲେ ଯେ, ସେ ଏବଂ ଜୁନିଅର ଏନ୍‌ଟିଆର ଏହି ଫିଲ୍ମରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details