ଓଡିଶା

odisha

By

Published : Sep 14, 2022, 9:11 AM IST

ETV Bharat / entertainment

ଆସୁଛି ଆକ୍ସନ୍ ଆଡଭେନଚର୍‌ ଫିଲ୍ମ: ଏଥର ମହେଶ ବାବୁଙ୍କ ସହ ଧମାଲ ମଚାଇବେ ରାଜାମୌଲି

ବାହୁବଳୀ ଏବଂ ଆର୍‌ଆର୍‌ଆର୍‌ ପରି ଏକ ବ୍ଲକବଷ୍ଟର ଫିଲ୍ମ ତିଆରି କରିବା ପରେ ଏସ୍ ରାଜାମୌଲି ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ସହ ଏକ ଆକ୍ସନ୍ ଆଡଭେନଚର୍‌ ଚଳଚ୍ଚିତ୍ର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଅଧିକ ପଢନ୍ତୁ

ଆସୁଛି ଆକ୍ସନ୍ ଆଡଭେନଚର୍‌ ଫିଲ୍ମ: ଏଥର ମହେଶ ବାବୁଙ୍କ ସହ ଧମାଲ ମଚାଇବେ ରାଜାମୌଲି
ଆସୁଛି ଆକ୍ସନ୍ ଆଡଭେନଚର୍‌ ଫିଲ୍ମ: ଏଥର ମହେଶ ବାବୁଙ୍କ ସହ ଧମାଲ ମଚାଇବେ ରାଜାମୌଲି

ମୁମ୍ବାଇ: ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲି ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ସୂଚନାନୁସାରେ, ରାଜାମୌଲି 'ବାହୁବଳୀ' ଏବଂ 'ଆର୍‌ଆର୍‌ଆର' ଫିଲ୍ମ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ଏଥର ସେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ପରଦାରେ ଆଣିବେ, ସେ ଅଭିନେତାଙ୍କ ସହ ପାନ ଇଣ୍ଡିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ନିକଟରେ ଆମେରିକାର ଏକ ଚଳଚ୍ଚିତ୍ର ମହୋତ୍ସବରେ କହିଥିଲେ, ସେ ସୁପରଷ୍ଟାରଙ୍କ ସହ ଗ୍ଲୋବଟ୍ରୋଟିଂଗ୍‌ ଆକ୍ସନ୍ ଆଡଭେନଚର୍‌ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା ଶୁଣି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।

ଉଲ୍ଲେଖନୀୟ ଯେ, ନିର୍ଦ୍ଦେଶକ ଏସ୍.ଏସ୍ ରାଜାମୌଲି ନିକଟରେ ଏକ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେଇଥିଲେ । ଏହି ସମୟରେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ବିଷୟରେ କହିଥିଲେ କି, 'ମହେଶ ବାବୁଙ୍କ ସହ ମୋର ପରବର୍ତ୍ତୀ ଚଳଚ୍ଚିତ୍ର ଏକ ଗ୍ଲୋବେଟ୍ରୋଟିଂଗ୍‌ ଆକ୍ସନ୍ ଆଡଭେନଚର୍‌ ହେବ। ତେବେ ରାଜାମୌଲି ଏବଂ ମହେଶ ବାବୁଙ୍କ ସହ କାମ କରିବା ଖବର ସାମ୍ନାକୁ ଆସିବା ମାତ୍ରେ ଟ୍ୱିଟରରେ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିବା ଦେଖାଯାଉଛି ।

ଏହା ସହିତ, ଏସ୍‌.ଏସ୍ ରାଜାମୌଲି ହ୍ୟାସଟ୍ୟାଗ ଏବଂ ମହେଶ ବାବୁ ହ୍ୟାସଟ୍ୟାଗ ସୋସିଆଲ ମିଡିଆରେ ତୀବ୍ର ଟ୍ରେଣ୍ଡ କରିବା ଆରମ୍ଭ କରିଛି । ଉଲ୍ଲେଖନୀୟ କଥା ହେଉଛି, ଏହା ବର୍ତ୍ତମାନ ସୁଦ୍ଧା ସବୁଠାରୁ ବଡ ଚଳଚ୍ଚିତ୍ର ତାଲିକାର ଶୀର୍ଷରେ ସାମିଲ ହୋଇଛି । ବ୍ଲକବଷ୍ଟର ଆର୍‌ଆର୍‌ଆର୍‌ ଏବଂ ବାହୁବଲୀ ଉଭୟ ବକ୍ସ ଅଫିସରେ ଧମାଲ ମଚାଇଥିଲା। RRR ଚଳଚ୍ଚିତ୍ରରେ ରାମ ଚରଣ ଏବଂ Jr NTR ମୁଖ୍ୟ ଭୂମିକାରେ ଥିଲେ । ଏଥି ସହିତ ପ୍ରଭାସ, ରାଣା ଦଗୁବତୀଙ୍କ ସହ ସେ 'ବାହୁବଳୀ' ପରି ଏକ ଉପନ୍ୟାସିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଏବେ ସେ ମହେଶ ବାବୁଙ୍କ ସହିତ ତାଙ୍କର ତୃତୀୟ ବଡ ଚଳଚ୍ଚିତ୍ର ଆଣିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଚଳଚ୍ଚିତ୍ରଟି କେ.ଏଲ୍ ନାରାୟଣଙ୍କ ଦ୍ୱାରା ନିର୍ମିତ ହେବ। ଏହି ଚଳଚ୍ଚିତ୍ରର ସୁଟିଂ ଚଳିତ ବର୍ଷ 2022 ରେ ଆରମ୍ଭ ହେବ ବୋଲି କୁହାଯାଉଛି ।

ABOUT THE AUTHOR

...view details