ଓଡିଶା

odisha

ETV Bharat / entertainment

ଏସ୍‌ ଏସ୍ ରାଜାମୌଲି ନିଭାଇଲେ ତାଙ୍କ ପ୍ରତିଶ୍ରୁତି, RRRର ସଫଳତା ପାର୍ଟିରେ କଲେ ଡ୍ୟାନ୍ସ - ଡ୍ୟାନ୍ସ କଲେ ଏସ୍‌ ଏସ୍ ରାଜାମୌଲି

ସୁପରହିଟ୍ ଫିଲ୍ମ RRR ନିର୍ଦ୍ଦେଶକ ଏସ୍.ଏସ୍‌ ରାଜାମୌଲି ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମରେ ତେଲୁଗୁ ନିର୍ଦ୍ଦେଶକ ଅନିଲ ରବିପୁଡିଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଏସ୍‌ ଏସ୍ ରାଜାମୌଲି ନିଭାଇଲେ ତାଙ୍କ ପ୍ରତିଶ୍ରୁତି, RRRର ସଫଳତା ପାର୍ଟିରେ କଲେ ଡ୍ୟାନ୍ସ
ଏସ୍‌ ଏସ୍ ରାଜାମୌଲି ନିଭାଇଲେ ତାଙ୍କ ପ୍ରତିଶ୍ରୁତି, RRRର ସଫଳତା ପାର୍ଟିରେ କଲେ ଡ୍ୟାନ୍ସ

By

Published : Apr 5, 2022, 5:54 PM IST

ହାଇଦ୍ରାବାଦ: ସୁପରହିଟ୍ ଫିଲ୍ମ 'RRR' ନିର୍ଦ୍ଦେଶକ ଏସ୍.ଏସ୍‌ ରାଜାମୌଲି ହାଇଦ୍ରାବାଦର ଏକ ଘରୋଇ କାର୍ଯ୍ୟକ୍ରମରେ ତେଲୁଗୁ ନିର୍ଦ୍ଦେଶକ ଅନିଲ ରବିପୁଡିଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି। 'ଆରଆରଆର'ର ନିର୍ମାତାମାନେ ସୋମବାର ଏକ ସଫଳତା ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ରାଜାମୌଲି, ଏନଟିଆର, ରାମ ଚରଣ, ଦିଲ ରାଜୁ, ଅନିଲ ରବିପୁଡି, ଅନ୍ୟ ସେଲିବ୍ରିଟି ଏବଂ ଟେକ୍ନିସିଆନମାନେ ଯୋଗ ଦେଇଥିଲେ।

ଗାଲା ଇଭେଣ୍ଟରେ ଟଲିଉଡର ହିଟମେକରଙ୍କୁ ନାଚୁଥିବା ଦେଖିବାକୁ ମିଳିଥିଲା ​​। ରାଜାମୌଲି ଏକ ପ୍ରମୋସନାଲ ସାକ୍ଷାତକାରରେ ନାଚିବାକୁ NTRକୁ ପ୍ରତିଶୃତି ଦେଇଥିଲେ । ରାଜାମୌଲି ଏବଂ ଅନିଲ ରବିପୁଡି ସୁପରହିଟ୍ ଗୀତ 'ନାଟୁ ନାଟୁ'ରେ ନାଚିଥିଲେ। ଉଲ୍ଲେଖନୀୟ ଯେ, ଅନିଲ ରବିପୁଡିଙ୍କ ସହ ସାକ୍ଷାତକାର ସମୟରେ Jr NTR ରାଜାମୌଲିଙ୍କୁ ଏକ ପ୍ରତିଶୃତି ଦେଇଥିଲେ ଯେ, ସେ ଫିଲ୍ମର ସଫଳତା ପାର୍ଟିରେ 'ନାଟୁ ନାଟୁ'ରେ ନାଚିବେ ।

NTR କହିଛନ୍ତି ଯେ, ସୁଟିଂ ସମୟରେ ରାଜାମୌଲି ଆମକୁ ଏହି ଷ୍ଟେପକୁ 50ରୁ ଅଧିକ ଥର କରାଇଥିଲେ। ସୋମବାର ଆୟୋଜିତ ପାର୍ଟିରେ ରାଜାମୌଲି ଖୁବ୍‌ ମସ୍ତି କରିବା ସହିତ ନାଚିଥିଲେ। ନିର୍ମାତା ଦିଲ ରାଜୁ ଏବଂ ଶିରିଶଙ୍କ ଦ୍ୱାରା ଆୟୋଜିତ ସଫଳତା ପାର୍ଟିରେ ରାମ ଚରଣଙ୍କ ପତ୍ନୀ ଉପସନା ଏବଂ Jr NTRଙ୍କ ପତ୍ନୀ ପ୍ରଣତୀ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details