ଓଡିଶା

odisha

72 Hoorain: ବିବାଦ ମଧ୍ୟରେ ନିର୍ମାତାଙ୍କ ବଡ଼ ଘୋଷଣା, JNUରେ ଫିଲ୍ମର ହେବ ସ୍ୱତନ୍ତ୍ର ସ୍କ୍ରିନିଂ

By

Published : Jul 2, 2023, 3:43 PM IST

72 ହୁରେନ୍‌ର ଟିଜର ରିଲିଜ୍ ହେବା ପରେ ଫିଲ୍ମ ବିବାଦରେ ରହିଛି । ଏପରିକି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟରେ ମାମଲା ପହଞ୍ଚିଛି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ନିର୍ମାତାମାନେ ଏ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ବିବାଦ ମଧ୍ୟରେ ନିର୍ମାତାଙ୍କ ବଡ଼ ଘୋଷଣା, JNUରେ ଫିଲ୍ମର ହେବ ସ୍ୱତନ୍ତ୍ର ସ୍କ୍ରିନିଂ
ବିବାଦ ମଧ୍ୟରେ ନିର୍ମାତାଙ୍କ ବଡ଼ ଘୋଷଣା, JNUରେ ଫିଲ୍ମର ହେବ ସ୍ୱତନ୍ତ୍ର ସ୍କ୍ରିନିଂ

ହାଇଦ୍ରାବାଦ: ଚଳଚ୍ଚିତ୍ର '72 ହୁରନ'ର ଟ୍ରେଲର ରିଲିଜ୍ ହେବା ଦିନଠାରୁ ବିବାଦରେ ଛନ୍ଦି ହୋଇଛି। ଏପରିକି ଫିଲ୍ମ ଉପରେ କଟକଣା ଲଗାଇବାକୁ କୋର୍ଟରେ ମଧ୍ୟ ମାମଲା ପହଞ୍ଚିଛି । ଏଭଳି ସ୍ଥିତିରେ ନିର୍ମାତା ଏକ ବଡ ଘୋଷଣା କରିଛନ୍ତି। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ '72 ହୁରନ'ର ସ୍ୱତନ୍ତ୍ର ସ୍କ୍ରିନିଂ କରାଯିବ ।

ଆତଙ୍କବାଦୀଙ୍କ କାହାଣୀକୁ ନେଇ ସତ ଘଟଣା ଉପରେ ଆଧାରିତ ଏହି ଫିଲ୍ମ। ସେନ୍ସର ବୋର୍ଡର ବିନା ଅନୁମତିରେ ସୋସିଆଲ ମିଡିଆରେ ଟ୍ରେଲର ରିଲିଜ କରିଥିଲେ ନିର୍ମାତା। ଯାହା ପରେ ବିବାଦ ହୋଇଥିଲା। ବିବାଦ ମଧ୍ୟରେ ନିର୍ମାତାମାନେ ଜୁଲାଇ 4 ରେ ଜେଏନୟୁ କ୍ୟାମ୍ପସରେ ଫିଲ୍ମର ସ୍କ୍ରିନିଂ ଘୋଷଣା କରିଛନ୍ତି। ସୂଚନା ଥାଉ କି, ସତ ଘଟଣା ଉପରେ ଆଧାରିତ ଯେଉଁ ଚଳଚ୍ଚିତ୍ର JNU କ୍ୟାମ୍ପସରେ ସ୍କ୍ରିନିଂ କରାଯାଏ, ସେତେବେଳେ ଫିଲ୍ମ ପାଇଁ ଏକ ନୂଆ ବିବାଦ ସୃଷ୍ଟି ହୋଇଥାଏ । ଏଭଳି ପରିସ୍ଥିତିରେ ଏଠାରେ ଏହି ଫିଲ୍ମର ସ୍କ୍ରିନିଂ ଆଉ ଏକ ନୂଆ ବିବାଦ ମଧ୍ୟ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି ।

ଫିଲ୍ମର କାହାଣୀ କ’ଣ?

'72 ହୁରନ' ଧର୍ମାନ୍ତରଣ ଏବଂ ଆତଙ୍କବାଦର ଅନ୍ଧକାର ଜଗତର ଭୟଙ୍କର ସତ୍ୟକୁ ପ୍ରକାଶ କରିବ ବୋଲି କୁହାଯାଉଛି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ଯେଉଁଥିରେ ଦର୍ଶାଯାଇଛି ଯେ ଆତଙ୍କବାଦୀମାନେ କିପରି ନିରୀହ ଲୋକଙ୍କ ମାଇଣ୍ଡ ୱାସ କରି କରି ତାଙ୍କୁ ଆତଙ୍କବାଦୀ ସଜାଇ କିପରି ଅନ୍ୟମାନଙ୍କୁ ହତ୍ୟା କରିବାକୁ ଉସକାଇ ଥାଆନ୍ତି । ଏବଂ ଏପରି କରିବା ଦ୍ବାରା ଭଗବାନ ସେମାନଙ୍କୁ ସ୍ୱର୍ଗରେ ଆଶ୍ରୟ ଦେବେ କୁହନ୍ତି ଆତଙ୍କୀ ନେତାଏ ।

ଏହା ମଧ୍ୟ ପଢନ୍ତୁ: ରିଲିଜ ହେଲା 72 ହୁରେନ୍ ଟ୍ରେଲର, ଆତଙ୍କବାଦର ମୁଖା ଖୋଲିବ ଫିଲ୍ମ

'72 ହୁରେନ୍ 'କେବେ ମୁକ୍ତିଲାଭ କରିବ?

'72 ହୁରେନ' ଜୁଲାଇ 7 ରେ ସିନେମାହଲରେ ରିଲିଜ କରିବ। ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ର ଇଂରାଜୀ, ବଙ୍ଗାଳୀ, ଭୋଜପୁରୀ, କନ୍ନଡ, କାଶ୍ମୀରୀ, ମାଲାୟାଲମ୍, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଭାଷାରେ ମଧ୍ୟ ରିଲିଜ ହେବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ପୁରାଣ ସିଂ ଚୌହାନ। ଏହି ଚଳଚ୍ଚିତ୍ର ଟିଜର ରିଲିଜ ହେବା ପରଠାରୁ ବିବାଦ ଲାଗି ରହିଛି। କୁହାଯାଉଛି ଯେ ଚଳଚ୍ଚିତ୍ରର ବିଷୟବସ୍ତୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଥାଏ। ଏହି ଚଳଚ୍ଚିତ୍ରରେ ପୱନ ମଲହୋତ୍ରା ହାକିମ ଅଲିଙ୍କ ଭୂମିକାରେ ଏବଂ ଆମୀର ବଶୀର ବିଲାଲ ଅହମ୍ମଦ ଭୂମିକାରେ ନଜର ଆସିବେ। ଏଥିସହ ଏହି ଚଳଚ୍ଚିତ୍ରଟି ଗୁଲାବ ସିଂ ତନୱର, କିରଣ ଡାଗର, ଅନିରୁଦ୍ଧ ତନୱରଙ୍କ ଦ୍ବାରା ମିଳିତ ଭାବେ ନିର୍ମିତ ହୋଇଥିବାବେଳେ ଅଶୋକ ପଣ୍ଡିତ ଏହି ଚଳଚ୍ଚିତ୍ରର ସହ-ନିର୍ମାତା ଅଟନ୍ତି।

ABOUT THE AUTHOR

...view details