ହାଇଦ୍ରାବାଦ:ଗତ କିଛି ସପ୍ତାହ ଧରି କାଶ୍ମୀରରେ ଟଲିଉଡ ସୁପରଷ୍ଟାର ଥାଲାପତି ବିଜୟ ନିଜ ଆଗାମୀ ତାମିଲ ଆକ୍ସନ୍-ଥ୍ରୀଲର ଫିଲ୍ମ 'ଲିଓ'ର ସୁଟିଂ କରୁଛନ୍ତି। ମଙ୍ଗଳବାର ଦିନ ଆଫଗାନିସ୍ତାନରେ ଏକ ଭୂମିକମ୍ପ ହୋଇଥିଲା । ଏହାର ପ୍ରଭାବରେ ଜାମ୍ମୁ-କାଶ୍ମୀର, ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର କିଛି ଅଂଶରେ ମଧ୍ୟ ଅନୁଭୂତ ହୋଇଥିଲା । ସୁଟିଂ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରୁ 'ଲିଓ'ର ଟିମ୍ ସୁରକ୍ଷିତ ଥିବା ନେଇ ସୂଚନା ଦେଇଛନ୍ତି ଫିଲ୍ମ ମେକର୍ସ।
ଭୁମିକମ୍ପ ସମୟରେ, କାଶ୍ମୀରରେ 'ଲିଓ' ଟିମର ସୁଟିଂ ଚାଲୁ ରହିଥିଲା । ଏନେଇ ଫିଲ୍ମ ନିର୍ମାତାମାନେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, 'ଲିଓ' ଫିଲ୍ମର ସୁଟିଂ ଜାରି ରହିଛି, ଟିମ୍ର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି । ଏହି ଖବର ଶୁଣି ଫ୍ୟାନ୍ସ ଚିନ୍ତା ପ୍ରକଟ କରିବା ସହ ଆଶ୍ବସ୍ତି ପ୍ରକାଶ କରିଛନ୍ତି ।
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଜାମ୍ମୁ-କାଶ୍ମୀର ଏବଂ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି । ଲିଓ ମେକର୍ସ ନିଜ ସେଭେନ ସ୍କ୍ରିନ ଷ୍ଟୁଡିଓର ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ ତାମିଲ ଫିଲ୍ମ ଚନ୍ଦ୍ରାମୁଖୀର ଏକ ଭାଡିଭେଲୁଙ୍କ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଆମେ ସୁରକ୍ଷିତ ଅଛୁ, ଟିମ୍ ଲିଓ । ତେବେ ଥାଲା ବିଜୟ ଏବଂ ନିର୍ଦ୍ଦେଶକ ଲୋକେଶ କନଗରାଜ 'ଲିଓ'ରେ ଏକାଠି କାମ କରୁଛନ୍ତି ।