ହାଇଦ୍ରାବାଦ:ବାଦଶାହାଙ୍କ ସହ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ରାପର ଏବଂ ଅଭିନେତ୍ରୀ ପରସ୍ପରର ହାତ ଧରିଥିବାର ନଜର ଆସିଛନ୍ତି । ଫଳରେ ଉଭୟଙ୍କ ଡେଟିଂ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ତ୍ତମାନ ବାଦଶାହା ଏହି ରୁମର ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ପୁଣି ଥରେ ନିରାଶ କରୁଥିବାରୁ ଦୁଃଖିତ । କିନ୍ତୁ ଆପଣ ଯାହା ଭାବୁଛନ୍ତି ତାହା ନୁହେଁ।"
ବାସ୍ତବରେ ନିକଟରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ଘରେ ଏକ ଗ୍ରାଣ୍ଡ୍ ଦିୱାଲୀ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ବି-ଟାଉନର ସମସ୍ତ ତାରକା ଉପସ୍ଥିତ ଥିଲେ । ଶିଳ୍ପା ଶେଟ୍ଟୀଙ୍କ ଏହି ପାର୍ଟିରେ ବାହଶାହା ଏବଂ ମୃଣାଲ ଠାକୁର ମଧ୍ୟ ସାମିଲ ହୋଇଥିଲେ । ଉଭୟ ଏକାଠି ପୋଜ ଦେବା ସହ ହାତ ଧରି ଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ଉଭୟଙ୍କ ଡେଟିଂ ନେଇ ଆଲୋଚନା ଜୋର ଧରିଲା ।
ବର୍ତ୍ତମାନ ରାପର ବାଦଶାହା ଶେଷରେ ମୃଣାଲ ଠାକୁରଙ୍କ ସହ ଡେଟିଂ ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି । ଯଦିଓ ରାପର ଅଭିନେତ୍ରୀଙ୍କ ନାମ ନନେଇ ପରୋକ୍ଷରେ କହିଛନ୍ତି, "ଇଣ୍ଟରନେଟରେ ଏସବୁ ଭୁଲ ହେଉଛି ।" ବାଦଶାହା ନିଜ ଇନଷ୍ଟାଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ପ୍ରିୟ ଇଣ୍ଟରନେଟ୍ ୟୁଜର୍ସ, ଆପଣଙ୍କୁ ପୁଣି ଥରେ ନିରାଶ କରୁଥିବାରୁ ଦୁଃଖିତ । କିନ୍ତୁ ଆପଣମାନେ ଯାହା ଭାବୁଛନ୍ତି ତାହା ନୁହେଁ ।" ଏହା ଉପରେ ମୃଣାଲଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ ।