ଓଡିଶା

odisha

ETV Bharat / entertainment

Raksha Bandhan Songs: ବଲିଉଡରୁ ଓଲିଉଡ, ଏସବୁ ଗୀତ ବିନା ରାକ୍ଷୀପୂର୍ଣ୍ଣିମା ଅଧୁରା

ଭାଇ-ଭଉଣୀଙ୍କ ଭଲପାଇବା ଏବଂ ସମ୍ପର୍କର ଡୋରିକୁ ଆହୁରି ମଜବୁତ କରେ ରାକ୍ଷୀ । ସମସ୍ତେ ଏହି ପର୍ବ ଧୁମଧାମରେ ପାଳନ କରାଯାଇଥାଏ ।ଏହି ଅବସରରେ ଅନେକ ଫିଲ୍ମରେ ମଧ୍ୟ ଭାଇ ଭଉଣୀଙ୍କ ସମ୍ପର୍କର ମହତ୍ବକୁ ଦର୍ଶାଯାଇଛି । ସେ ପୁରୁଣା ହେଉ କି ନୂଆ ଫିଲ୍ମ ହେଉ ଅନେକ ଗୀତ ଭାଇ ଭଉଣୀଙ୍କ ସମ୍ପର୍କକୁ ନିର୍ମିତ। ଏହି ପବିତ୍ର ଦିନ ସେହି ଗୀତ ବିନା ଅଧୁରା ଲାଗିଥାଏ। ନଜର ପକାନ୍ତୁ, ଗୀତ ଗୁଡିକ ଉପରେ

By ETV Bharat Odisha Team

Published : Aug 30, 2023, 8:46 AM IST

ବଲିଉଡରୁ ଓଲିଉଡ, ଏହି ଗୀତ ଗୁଡିକ ବିନା ରାକ୍ଷୀପୂର୍ଣ୍ଣିମା ଅଧୁରା
ବଲିଉଡରୁ ଓଲିଉଡ, ଏହି ଗୀତ ଗୁଡିକ ବିନା ରାକ୍ଷୀପୂର୍ଣ୍ଣିମା ଅଧୁରା

ହାଇଦ୍ରାବାଦ: ରାକ୍ଷୀ… କହିବାକୁ ଏକ ସୂତା, କିନ୍ତୁ ଏହା ଜୀବନର ସବୁଠାରୁ ମୂଲ୍ୟବାନ ଭାଇ-ଭଉଣୀ ସମ୍ପର୍କକୁ ଯୋଡିଥାଏ । ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନେ ନିଜ ଭାଇର ହାତରେ ଏକ ସୂତା ବାନ୍ଧି ତାଙ୍କ ଦୀର୍ଘଆୟୁ କାମନା କରୁଥିବାବେଳେ ଭାଇମାନେ ନିଜ ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି । ଦେଶରେ ଧୁମଧାମରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ତେବେ ଭାଇ ଓ ଭଉଣୀଙ୍କ ପ୍ରେମ ଏବଂ ସମ୍ପର୍କ ମଧ୍ୟ ଅନେକ ଥର ଫିଲ୍ମରେ ଦେଖିବାକୁ ମିଳିଛି । ବଲିଉଡ ଠାରୁ ଓଲିଉଡ ସବୁଥିରେ ଭାଇଙ୍କୁ ଚାନ୍ଦ ଏବଂ ଅନମୋଲ ରତନଙ୍କ ସହ ତୁଳନା କରାଯାଇଥିବାବେଳେ ହଜାରେଙ୍କ ମଧ୍ୟରେ ଭଉଣୀକୁ ସ୍ୱତନ୍ତ୍ର ବିବେଚନା କରିଛନ୍ତି । ଏହି ଗୀତ ଗୁଡିକ ବିନା ରାକ୍ଷୀପୂର୍ଣ୍ଣିମା ଅସମ୍ପୂର୍ଣ୍ଣ ମନେହୁଏ ।

ସୁନା ରୂପା ଗଉଣୀ ଗୀତଟି ରାକ୍ଷୀ ଭିଜିଗଲା ଆଖି ଲୁହରେ ଫିଲ୍ମରୁ ଆସିଛି । ଏଥିରେ ସ୍ବର୍ଗତ ଅଭିନେତା ବିଜୟ ମହାନ୍ତି, ଅଭିନେତ୍ରୀ ରଚନା ବାନାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ 1999ରେ ରିଲିଜ କରିଥିଲା । ଫିଲ୍ମରେ ଭାଇ ଭଉଣୀର ମଧୁର ସମ୍ପର୍କକୁ ନେଇ ନିର୍ମିତ ହୋଇଛି । ସୁନା ରୂପା ଗଉଣୀ ବହୁତ ସୁନ୍ଦର ହୋଇଛି । ଏହି ଗୀତକୁ ମହମ୍ମଦ ଅଜିଜ ଏବଂ ଅନୁରାଧା ପୌଡୱାଲ ଗାଇଛନ୍ତି ।

ହାତରେ ବାନ୍ଧିଦେଲୁ ରାକ୍ଷୀ ଗୀତ ଓଡିଆ ଫିଲ୍ମ ସମୟ ହାତରେ ଡୋରୀରୁ ଆସିଛି । ଏହି ଫିଲ୍ମରେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ଅନୁ ଚୌଧୁରୀ, ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ବ୍ୟତୀତ ଅନେକ କଳାକାର ନଜର ଆସିଛନ୍ତି । ଏହି ଗୀତରେ ଭାଇ ଭଉଣୀର ସୁନ୍ଦର ସମ୍ପର୍କକୁ ଖୁବ ସୁନ୍ଦର ଭାବେ ଦର୍ଶାଯାଇଛି । ଏହି ଗୀତକୁ ସ୍ବର୍ଗତା କଣ୍ଠଶିଳ୍ପୀ ତପୁ ମିଶ୍ର ଗାଇଛନ୍ତି ।

ସେହିପରି ଭାଇଭଉଣୀଙ୍କ ସମ୍ପର୍କକୁ ନେଇ ନିର୍ମିତ ଫିଲ୍ମ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଆଜି ବି ଲୋକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ତିଆରି କରିଛି । ଏହି ଫିଲ୍ମରେ ଅଭିନେତ୍ରୀ ଅନୁ ଚୌଧୁରୀ, ସ୍ବର୍ଗତା ଅଭିନେତା ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଭାଇ ତୋତେ ମୋର ରହିଲା ରାଣ ଗୀତ ଯାହା ଭଉଣୀର ସୁରକ୍ଷା ପାଇଁ ଭାଇ ପ୍ରତିଶୃତି ଦେବାକୁ ଦର୍ଶାଯାଇଛି ।

ମୀନା କୁମାରୀଙ୍କ ଫିଲ୍ମ କାଜଲରେ ଭାଇ-ଭଉଣୀ ସମ୍ପର୍କକୁ ସୁନ୍ଦର ଚିତ୍ରଣ କରାଯାଇଛି । ଫିଲ୍ମର ଗୀତ 'ମେରେ ଭୈୟା ... ମେରେ ଚନ୍ଦା, ମେରେ ଅନମୋଲ ରତନ' ଭଉଣୀର ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଯାଇଛି ।

ଏଥିସହିତ ବଲରାଜ ସାହନୀଙ୍କ 'ଭୈୟା ମେରେ, ରାକ୍ଷୀ କେ ବନ୍ଧନ କୋ ନିଭାନା' ଏବଂ ନନ୍ଦାଙ୍କ ଚଳଚ୍ଚିତ୍ର 'ଛୋଟି ବେହେନ' ଗୀତ ଲୋକଙ୍କ ହୃଦୟରେ ଏବେ ବି ଜୀବିତ ରହିଛି । ଏହି ଗୀତଟି ସ୍ବର୍ଗତା କଣ୍ଠଶିଳ୍ପୀ ଲତା ମଙ୍ଗେଶକର ଗାଇଛନ୍ତି ।

ଏବଂ 1974 ମସିହାରେ, ରାକ୍ଷୀ ଉପରେ ଏକ ବିଶେଷ ଗୀତ ଧର୍ମେନ୍ଦ୍ର ଏବଂ ସାଇରା ବାନୁଙ୍କ ଚଳଚ୍ଚିତ୍ର ରେଶମ କି ଡୋରୀ ମଧ୍ୟ ରହିଛି। ଏହି ଚଳଚ୍ଚିତ୍ରର 'ବେହନା ନେ ଭାଇ କି କଲାଇ ପେ ପ୍ୟାର ବାନ୍ଧ ହେ' ଗୀତ ରାକ୍ଷୀପୂର୍ଣ୍ଣିମାରେ ଭଉଣୀ ଏବଂ ଭାଇଙ୍କ ମଧ୍ୟରେ ପ୍ରେମ ଭରିଦେଇଥାଏ ।

ଫିଲ୍ମ ହରେ ରାମା ହରେ କୃଷ୍ଣଙ୍କ 'ଫୁଲୋଁ କା ତାରୋଁ କା ସବକା କେହନା ହେ' ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁଥାଏ। ଭାଇ ଭଉଣୀଙ୍କ ଭଲପାଇବା ଦର୍ଶାଇ ଏହି ଗୀତରେ ସ୍ବର୍ଗତା କଣ୍ଠଶିଳ୍ପୀ ଲତା ମଙ୍ଗେଶକର ଏବଂ କିଶୋର କୁମାର ସ୍ୱର ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ:ରାକ୍ଷୀରେ ଭାଇ-ଭଉଣୀଙ୍କ ସହ ଫଟୋ ପୋଷ୍ଟ କଲେ ସେଲିବ୍ରିଟି

ABOUT THE AUTHOR

...view details