ଓଡିଶା

odisha

By ETV Bharat Odisha Team

Published : Oct 19, 2023, 3:17 PM IST

ETV Bharat / entertainment

Singham Again: ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ଟାଇଗର ଶ୍ରଫଙ୍କ ଏଣ୍ଟ୍ରି, ପ୍ରଥମ ଲୁକ ଆଉଟ୍

ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସ ଫିଲ୍ମ ସିଙ୍ଘମ ଏଗେନରେ ଅଜୟ ଦେବଗନ, ଅକ୍ଷୟ କୁମାର, ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ପରେ ଯୋଡି ହେଲା ଟାଇଗର ଶ୍ରଫଙ୍କ ନାଁ । ନିର୍ମାତାମାନେ ତାଙ୍କର ପ୍ରଥମ ଲୁକ ସେୟାର କରି ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ଟାଇଗର ଶ୍ରଫଙ୍କ ଏଣ୍ଟ୍ରି, ପ୍ରଥମ ଲୁକ ଆଉଟ୍
ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ଟାଇଗର ଶ୍ରଫଙ୍କ ଏଣ୍ଟ୍ରି, ପ୍ରଥମ ଲୁକ ଆଉଟ୍

ହାଇଦ୍ରାବାଦ:ରୋହିତ ଶେଟ୍ଟୀଙ୍କ ଆଗାମୀ କପ ୟୁନିଭର୍ସ ଫିଲ୍ମ ସିଙ୍ଘମ ଏଗେନ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଦିନକୁ ଦିନ ଫିଲ୍ମର ଅପଡେଟ ଫ୍ୟାନ୍ସଙ୍କୁ ଚକିତ କରୁଛି । ସିଙ୍ଘମ ଏଗେନ ନିକଟରେ ଘୋଷଣା ହୋଇଥିଲା । ଯେଉଁଥିରେ ଅଜୟ ଦେବଗନ, ରଣଭୀର ସିଂ, ଅକ୍ଷୟ କୁମାର, କରୀନା କପୁର, ଦୀପିକା ପାଦୁକୋନଙ୍କ ପରେ ବର୍ତ୍ତମାନ ଫିଲ୍ମରେ ଏଣ୍ଟ୍ରି ନେଇଛନ୍ତି ଟାଇଗର ଶ୍ରଫ । ନିର୍ମାତା ତାଙ୍କ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି ।

ଅଜୟ ଦେବଗନ, ରଣଭୀର ସିଂ, ଅକ୍ଷୟ କୁମାରଙ୍କ ସମେତ ସିଙ୍ଘମ ଏଗେନର ଟିମ୍ ଗଣପଥ ଷ୍ଟାର ଟାଇଗର ଶ୍ରଫଙ୍କୁ ଜୋରଦାର ସ୍ବାଗତ କରିଛନ୍ତି । ସମସ୍ତ କାଷ୍ଟ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ ସେୟାର କରି ଫିଲ୍ମରେ ତାଙ୍କର ଏଣ୍ଟ୍ରି ନେଇ ସୂଚନା ଦେଇଛନ୍ତି । ଅକ୍ଷୟ କୁମାର ଟାଇଗରଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଟିମରେ ACP ସତ୍ୟା ଭାବେ ସ୍ବାଗତ ମୋର ଭାଇ ଏବଂ ଅନ୍ୟତମ ମା' ଟାଇଗର ଶ୍ରଫ ।

ସେହିପରି ଅଜୟ ଦେବଗନ ଇନଷ୍ଟାଗ୍ରାମରେ ଟାଇଗରଙ୍କ ୩ଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଲୁକରେ ଟାଇଗର ରାଇପେଲ ଏବଂ ପୋଲିସ ଲେଖା ଥିବା ବ୍ଲାକ ଟି-ସାର୍ଟ ଏବଂ ପ୍ୟାଣ୍ଟରେ ନଜର ଆସିଛନ୍ତି । ଅନ୍ୟ ଫଟୋରେ ସେ ସାର୍ଟଲେସରେ ବନ୍ଧୁକ ଧରିବା ସହ ୬ ପ୍ୟାକରେ ନଜର ଆସିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି, ଏହି ଟିମ ଆହୁରି ମଜବୁତ ହୋଇଛି । ଏହି ଟିମରେ ACP ସତ୍ୟାଙ୍କୁ ସ୍ବାଗତ ।

ଏହା ମଧ୍ୟ ପଢନ୍ତୁ:ସାମ୍ନାକୁ ଆସିଲା ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍, ପୋଲିସ ଭୂମିକାରେ ଆସିଲେ ନଜର

ସୂଚନା ଥାଉ କି, ନିକଟରେ ସିଙ୍ଘମର ଶୁଭ ମୁହୂର୍ତ୍ତ ସମୟର ଏକ ଫଟୋ ରୋହିତ ଶେଟ୍ଟୀ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଏହି ଫଟୋରେ ଅଜୟ ଦେବଗନ ଏବଂ ରଣବୀର ସିଂଙ୍କୁ ଦେଖିବାକୁ ମିଳିଥିଲା । ଏହା ପରେ 'ସିଂଘମ ଏଗେନ' ପାଇଁ ସୁଟିଂ ଆରମ୍ଭ କରିଥିବା ସୂଚନା ଦେଇ କରୀନା କପୁର ସେଟର BTS ଫଟୋ ସେୟାର କରିଥିଲେ । ଏହା ପରେ ଅକ୍ଷୟ କୁମାର ଫିଲ୍ମର ସୁଟିଂ ପାଇଁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ନଜର ଆସିଥିଲେ । ତାପରେ ଦୀପିକା ପାଦୁକୋନ ଫିଲ୍ମର ନିଜର ପ୍ରଥମ ଲୁକ ସେୟାର କରି ଫିଲ୍ମରେ ଯୋଡି ହେବା ନେଇ ସୂଚନା ଦେଇଥିଲେ । ତେବେ ରୋହିତ ଶେଟ୍ଟୀଙ୍କ ଏହି ମଲ୍ଟି ଷ୍ଟାରର ଫିଲ୍ମ ବେଶ ଧମାକେଦାର ହେବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details