ମୁମ୍ବାଇ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମେ' 29 ତାରିଖ ସନ୍ଧ୍ୟାରେ ଖୋଲାଖୋଲି ଭାବେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାକୁ ଆଜି ଦୁଇ ମାସ ପୂରିଯିବ, ତଥାପି ପ୍ରଶଂସକମାନେ ତାଙ୍କୁ ଭୁଲି ପାରୁନାହାନ୍ତି । ପ୍ରଶଂସକମାନେ ଆଜି ବି ନିଜ ନିଜ ଢଙ୍ଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । କେବଳ ପ୍ରଶଂସକ ନୁହଁନ୍ତି ତାଙ୍କ ପରିବାର ସଦସ୍ୟଙ୍କ ଆଖିରୁ ବି ଏଯାଏ ଲୁହ ଶୁଖିନି । ନିକଟରେ ତାଙ୍କ ବାପା ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ପୁଅର ଚେହେରାକୁ ତାଙ୍କ ହାତରେ ଖୋଦେଇ କରିଥିବା ଦେଖିବାକୁ ମିଳିଛି ।
ପିତାମାତାଙ୍କ ହାତରେ ସିଦ୍ଧୁ ମୁସେଓ୍ବାଲାଙ୍କ ଟାଟୁ ପିତାମାତା ବନାଇଲେ ପୁଅର ଟାଟୁ
ଗାୟକ ସିଦ୍ଧୁ ମୁସେୱାଲା ନିଜେ ଏକ ଗୀତରେ କହିଥିଲେ ଯେ, ସେ ଦୁନିଆ ଛାଡିବା ପରେ ଲୋକଙ୍କ ହାତରେ ତାଙ୍କ ଟାଟୁ ରହିବ। ଏହାକୁ ବୋଧହୁଏ ସେଲିବ୍ରିଟି ଏବଂ ପ୍ରଶଂସକଙ୍କ ମଧ୍ୟରେ ଏକ କନେକ୍ସନ କୁହାଯିବ । ବୋଧେହୁଏ ତାଙ୍କୁ ଏହା ବି ଜଣାନଥିବ କି, ତାଙ୍କର ସବୁଠାରୁ ବଡ ପ୍ରଶଂସକ ତାଙ୍କ ପିତା ଥିଲେ । ଗାୟକଙ୍କ ପିତା ବଲକୌର ସିଂ ସିଦ୍ଧୁ ଏକ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପୁଅର ଚେହେରାକୁ ତାଙ୍କ ହାତରେ ଖୋଦିଇ କରିଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ପିତାଙ୍କ ହାତରେ ସିଦ୍ଧୁ ମୁସେଓ୍ବାଲାଙ୍କ ଟାଟୁ ଏହା ବି ପଢନ୍ତୁ...ଦିଲ୍ଲୀ ପୋଲିସର ଖୁଲାସା, ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଲରେନ୍ସ ବିଷ୍ଣୋଇ
ପୁଅ ସ୍ମୃତିରେ ବାପା ବାଲକୌର ସିଂ ଏବଂ ମାଆ ଚରଣ କୌର ମଧ୍ୟ ହାତରେ ସିଦ୍ଧୁ ମୁସେୱାଲାଙ୍କ ଟାଟୁ କରିଛନ୍ତି । ବାପାମାଆ ଏହି ଟାଟୁ କରୁଥିବାର ଏକ ଭିଡିଓ ସିଦ୍ଧୁ ମୁସେୱାଲାଙ୍କ ଇନଷ୍ଟାଗ୍ରାମରେ ସେୟାର ହୋଇଛି । ଯେଉଁଥିଲେ ଜଣେ ଟାଟୁ ଆର୍ଟିଷ୍ଟ ସିଦ୍ଧୁଙ୍କ ବାପାମାଆଙ୍କ ହାତରେ ଟାଟୁ କରୁଛନ୍ତି । ସିଦ୍ଧୁଙ୍କ ବାପା ତାଙ୍କ ହାତରେ ସିଦ୍ଧୁଙ୍କ ଫଟୋ କରିଥିବାବେଳେ ମାଆ ଚରଣ କୌର ହାତରେ ତାଙ୍କ ନାମ ଲେଖିଛନ୍ତି । ଟାଟୁରେ ସିଦ୍ଧୁଙ୍କ ଚେହେରା ସ୍ପଷ୍ଟ ଦେଖାଯାଉଛି । ଏହି ଭିଡିଓ ଦେଖିବା ପରେ ସମସ୍ତ ପ୍ରଶଂସକ ଭାବପ୍ରବଣ ହୋଇଯାଇଛନ୍ତି । ସିଦ୍ଧୁ ମୁସେୱାଲାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ତାଙ୍କ ପିତାଙ୍କ ଦ୍ୱାରା ପରିଚାଳିତ । ଲୋକମାନେ ତାଙ୍କୁ କମେଣ୍ଟରେ ଲେଖିଛନ୍ତି, ସିନ୍ଧୁ ଆମ ସମସ୍ତଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବେ । ଏହା ସହିତ ଅନୁରୋଧ କରିଛନ୍ତି କି, ସେ ସିଦ୍ଧୁଙ୍କ ସମ୍ପର୍କରେ ସବୁବେଳେ କିଛି ନା କିଛି ପୋଷ୍ଟ କରନ୍ତୁ ।
ସୂଚନା ଥାଉ କି ଗତ ମେ ୨୯ ତାରିଖରେ ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ନିଜ କାରରେ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ ହୋଇଥିଲା । ଅଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ