ହାଇଦ୍ରାବାଦ:ଖୁବଶୀଘ୍ର ସାଉଥ ସିନେମାର ସବୁଠାରୁ ଲୋକପ୍ରିୟ ଆୱାର୍ଡ ଶୋ' ସାଇମା ଅର୍ଥାତ୍ (ସାଉଥ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ମୁଭି ଆୱାର୍ଡ) 2023 ଆରମ୍ଭ ହେବ । ଯେଉଁଥିରେ ପୁଣିଥରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେଲିବ୍ରିଟି ମାନଙ୍କ ସମାବେଶ ଦେଖିବାକୁ ମିଳିବ । SIIMAରେ ସାଉଥ୍ ସିନେମା ଯେଉଁଥିରେ ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ନିର୍ମିତ ଦମଦାର ଚଳଚ୍ଚିତ୍ରକୁ ପୁରସ୍କାର ପ୍ରଦାନ କରାଯିବ । ଏଥି ସହିତ, SIIMA 2023 ପାଇଁ ଚଳଚ୍ଚିତ୍ରର ନାମାଙ୍କନ ତାଲିକା ସାମ୍ନାକୁ ଆସିଛି । ଏଥିରେ ପୋନିୟିନ୍ ସେଲଭାନ୍, ଓସ୍କାର ବିଜେତା ଚଳଚ୍ଚିତ୍ର ଆରଆରଆର, ରକିଂ ଷ୍ଟାର ୟଶ ଷ୍ଟାରର ଫିଲ୍ମ କେଜିଏଫ ୨ ଏବଂ ପ୍ରସିଦ୍ଧ ଚଳଚ୍ଚିତ୍ର କାନ୍ତାରା ବିଭିନ୍ନ ବର୍ଗରେ ନାମାଙ୍କନ ଗ୍ରହଣ କରିଛନ୍ତି ।
କାର୍ଯ୍ୟକ୍ରମ କେବେ ଓ କେଉଁଠାରେ ଅନୁଷ୍ଠିତ ହେବ ?
SIIMA 2023 ଏହାର 11 ତମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି । 15 ଏବଂ 16 ସେପ୍ଟେମ୍ବରରେ ଦୁବାଇ ୱାର୍ଲ୍ଡ ଟ୍ରେଣ୍ଡ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାକୁ ଚଳଚ୍ଚିତ୍ର ନିର୍ମାତା ବିଷ୍ଣୁବର୍ଦ୍ଦନ ଇନ୍ଦୁରୀ ଆରମ୍ଭ କରିଥିଲେ ଏବଂ ଏହାର ସଭାପତି ହେଉଛନ୍ତି ଅଦୁସୁମିଲି ବୃନ୍ଦା ପ୍ରସାଦ । ଏହି କାର୍ଯ୍ୟକ୍ରମ ଦୁଇଟି ଭାଗରେ ଆୟୋଜିତ ହୋଇଥାଏ । ପୁରସ୍କାରର ପ୍ରଥମ ଦିନରେ ଜେନେରେସନ୍ ନେଷ୍ଟ ପୁରସ୍କାର ଗୁଡିକ ଆଗାମୀ ସାଉଥ ଇଣ୍ଡିଆନ ଚଳଚ୍ଚିତ୍ର କଳାକାରମାନଙ୍କୁ ପ୍ରଦାନ କରାଯାଇଥାଏ ଏବଂ ଦ୍ୱିତୀୟ ଦିନରେ ମୁଖ୍ୟ SIIMA ପୁରସ୍କାର ପ୍ରଦାନ କରାଯାଇଥାଏ ।
ଏହି ଚଳଚ୍ଚିତ୍ରଗୁଡିକ SIIMA 2023 ରେ ନାମାଙ୍କନ ପାଇଛି:
ତେଲୁଗୁ
ଓସ୍କାର ବିଜେତା ଚଳଚ୍ଚିତ୍ର RRR 'ସାଇମା 2023' ରେ ଟଲିଉଡରୁ 11ଟି ବର୍ଗରେ ନାମାଙ୍କନ ପାଇଛି । ଦୁଲକର ସଲମାନ ଏବଂ ମୃଣାଲ ଠାକୁରଙ୍କ ଅଭିନୀତ ହିଟ୍ ଫିଲ୍ମ ସୀତା-ରାମ 10 ଟି ବର୍ଗରେ SIIMA ରେ ନାମାଙ୍କନ ପାଇଛି । କେବଳ ଏତିକି ନୁହେଁ, ସ୍ୱଳ୍ପ ବଜେଟରେ ନିର୍ମିତ ଡିଜେ ଟିଲୁ, କାର୍ତ୍ତିକେୟ ୨ ଏବଂ ମେଜର ଭଳି ହିଟ୍ ଚଳଚ୍ଚିତ୍ର ମଧ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ନାମାଙ୍କନ ପାଇଛି।