ଓଡିଶା

odisha

ETV Bharat / entertainment

Sidharth Shukla Death Anniversary: ସ୍ମୃତିରେ ସିଡ୍‌, ଝୁରୁଛନ୍ତି ଫ୍ୟାନ୍ସ

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ମୃତ୍ୟୁ ବାର୍ଷିକୀ । ସିଦ୍ଧାର୍ଥ ଚାଲିଯିବାର 2 ବର୍ଷ ବିତିଗଲାଣି, କିନ୍ତୁ ପ୍ରଶଂସକମାନେ ତାଙ୍କୁ ଏପର୍ଯ୍ୟନ୍ତ ଭୁଲି ନାହାଁନ୍ତି । ମୃତ୍ୟୁ ବାର୍ଷିକୀ ଅବସରରେ ପ୍ରଶଂସକ ଏବଂ ପରିବାର ସଦସ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 2, 2023, 1:20 PM IST

ସିଦ୍ଧାର୍ଥ ଶୁକ୍ଲା
ସିଦ୍ଧାର୍ଥ ଶୁକ୍ଲା

ହାଇଦ୍ରାବାଦ: ପ୍ରସିଦ୍ଧ ତାରକା ସିଦ୍ଧାର୍ଥ ଶୁକ୍ଲା ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରିୟ ତଥା ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ଜଣେ ଥିଲେ । ଥରେ କି ଦୁଇ ଥର ନୁହେଁ ବରଂ ପ୍ରତ୍ୟେକ ଥର ନିଜ କାମ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିଲେ ସିଦ୍ଧାର୍ଥ । 2 ସେପ୍ଟେମ୍ବର 2021ରେ ତାଙ୍କର ଦେହାନ୍ତ ପ୍ରଶଂସକଙ୍କୁ ଚକିତ କରିବା ସହିତ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଥିଲା । ହୃଦ୍‌ଘାତ ହେତୁ ସିଦ୍ଧାର୍ଥ 40 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ । ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହେବାର 2 ବର୍ଷ ବିତିଗଲାଣି, କିନ୍ତୁ ତାଙ୍କ ପ୍ରଶଂସକମାନେ ଆଜି ବି ତାଙ୍କୁ ଭୁଲିପାରିନାହାନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କ ପ୍ରଶଂସକ ଏବଂ ପରିବାର ସଦସ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ସିଦ୍ଧାର୍ଥ କେବଳ ଜଣେ ତାରକା ନୁହଁନ୍ତି, ସେ ଜଣେ ଆଇକନ୍ ଥିଲେ । ଷ୍ଟାରଡମ୍ ପାଇଁ ତାଙ୍କର ଯାତ୍ରା ମଡେଲିଂରୁ ଆରମ୍ଭ ହୋଇଥିଲା ଏବଂ ସେ ଶୀଘ୍ର ନିଜ ପାଇଁ ଏକ ସ୍ବତନ୍ତ୍ର ନାମ ସୃଷ୍ଟି କରିଥିଲେ । କେବଳ ତାଙ୍କର କାର୍ଯ୍ୟ ହିଁ ସିଦ୍ଧାର୍ଥଙ୍କୁ ଲୋକଙ୍କର ପ୍ରିୟ କରିପାରିନଥିଲା, ବରଂ ତାଙ୍କର ବ୍ୟକ୍ତିତ୍ୱ, ନମ୍ରତା ଏବଂ ଅଫ୍ ସ୍କ୍ରିନ୍ ସ୍ବଭାବ, ଯାହା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା । ସିଦ୍ଧାର୍ଥ ବରୁଣ ଧାୱନ ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ 'ହମ୍ପ୍ଟି ଶର୍ମା କି ଦୁଲହନିଆ'ରେ ମଧ୍ୟ ଅଭିନୟ କରିଥିଲେ । ସିଦ୍ଧାର୍ଥ ହିନ୍ଦୀ ରୋମାନ୍ସ ୱେବ୍ ସିରିଜ୍ 'ବ୍ରୋକନ ବଟ୍‌ ବ୍ୟୁଟିଫୁଲ୍‌' ରେ ମଧ୍ୟ କାମ କରିଥିଲେ । ତେବେ ସିଦ୍ଧାର୍ଥଙ୍କୁ 'ବିଗ୍ ବସ୍ 13' ରୁ ଅଧିକ ଲୋକପ୍ରିୟତା ମିଳିଥିଲା ​​। ଲୋକମାନେ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ପସନ୍ଦ କରିଥିଲେ । ଏହା ସହିତ ଲୋକମାନେ ଶେହନାଜ ଗିଲଙ୍କ ସହିତ ତାଙ୍କ ସମ୍ପର୍କକୁ ବହୁତ ପସନ୍ଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Birth Anniversary: ସିଡ୍‌ଙ୍କୁ ଭୁଲି ପାରୁନାହାନ୍ତି ଶେହନାଜ, ଲେଖିଲେ ମୁଁ ତୁମକୁ ପୁଣି ଭେଟିବି

ବିଶ୍ୱ ଶ୍ରେଷ୍ଠ ମଡେଲ ଆଖ୍ୟା ଅର୍ଜନ କରିଛନ୍ତି

2005 ମସିହାରେ ତୁର୍କୀରେ ବିଶ୍ୱ ଶ୍ରେଷ୍ଠ ମଡେଲରେ ସିଦ୍ଧାର୍ଥ ଶୁକ୍ଲା ଅଂଶଗ୍ରହଣ କରିଥିଲେ । ଏଥିରେ 40 ଟି ଦେଶର ବ୍ୟକ୍ତି ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ । ସିଦ୍ଧାର୍ଥ ସମସ୍ତଙ୍କୁ ପରାସ୍ତ କରି ଜିତିଲେ ଏବଂ ବିଶ୍ବର ଶ୍ରେଷ୍ଠ ମଡେଲ ପ୍ରତିଯୋଗିତାରେ ଜିତିଥିବା ପ୍ରଥମ ଏସୀୟ ବ୍ୟକ୍ତି ହୋଇଥିଲେ ।

ଏହିପରି ପ୍ରଶଂସକମାନେ ସିଦ୍ଧାର୍ଥଙ୍କୁ ମନେ ପକାଇଲେ

ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ମନେ ପକାଉଛନ୍ତି । ବିଗ୍ ବସ୍ ସହିତ ଜଡିତ ତାଙ୍କ ଭିଡିଓ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି ଯେ ଆମେ ସ୍କ୍ରିନ୍‌ ଜରିଆରେ ତାଙ୍କ ହସ ଶୁଣିପାରୁଛୁ । ମୁଁ ତାଙ୍କୁ ବହୁତ ମନେ ପକାଉଛି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଆଜି 2 ବର୍ଷ ହୋଇଗଲା । ଲୋକମାନେ ଚାଲିଯାଆନ୍ତି ଏବଂ ଜଣେ ସମୟ ସହିତ ବଞ୍ଚିବାକୁ ଅଭ୍ୟସ୍ତ ହୋଇଯାଆନ୍ତି ।

ABOUT THE AUTHOR

...view details