ଜୟପୁର:ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଲଭ୍ବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । ମଙ୍ଗଳବାର(ଫେବ୍ରୁଆରୀ 7)ରେ ରାଜସ୍ଥାନର ଜୈସଲମେରର ସୁର୍ଯ୍ୟଗଡ ପ୍ୟାଲେସରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସାତ ଜନ୍ମର ସାଥୀ ହୋଇଛନ୍ତି ଏହି ଚର୍ଚ୍ଚିତ ଯୋଡି । ବିବାହ ପରେ ସିଦ୍ଧାର୍ଥ ଓ କିଆରା ସୋସିଆଲ ମିଡିଆରେ ପ୍ରଥମ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କ ଶୁଭେଚ୍ଛା କାମନା କରିଛନ୍ତି । ଏହି ଚର୍ଚ୍ଚିତ ଯୋଡିଙ୍କ ବିବାହ ପୋଷ୍ଟ ହେବା ମାତ୍ରେ ସେମାନଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ବଲିଉଡ୍ ସେଲିବ୍ରେଟିଙ୍କ ସମେତ ଫ୍ୟାନ୍ସ ଜଣାଇଛନ୍ତି ଶୁଭକାମନା ।
ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସିଦ୍ଧାର୍ଥ କ୍ୟାପସନରେ ଲେଖିଛନ୍ତି, "ଅବ୍ ହମାରି ପରମାନେଣ୍ଟ୍ ବୁକିଂ ହୋଗେଇ ହୈ, ଆମର ଆଗାମୀ ଯାତ୍ରା ପାଇଁ ଆମେ ଆପଣଙ୍କର ଆଶୀର୍ବାଦ ଏବଂ କାମନା ଚାହୁଁଛୁ ।" ତେବେ ସିଦ୍ଧାର୍ଥ ଓ କିଆରାଙ୍କ ପୋଷ୍ଟରେ ଶୁଭେଚ୍ଛା ଜଣାଇ କେତେକ ଚର୍ଚ୍ଚିତ ବଲିଉଡ୍ ଷ୍ଟାର୍ କି କି ବାର୍ତ୍ତା ଦେଇଛନ୍ତି, ନଜର ପକାନ୍ତୁ...
ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖି କହିଛନ୍ତି, "ମୁଁ ସିଦ୍ଧାର୍ଥଙ୍କୁ ଦେଢଦଶନ୍ଧି ପୂର୍ବରୁ ଭେଟିଥିଲି ....ସେ ଶାନ୍ତ, ଦୃଢ ଏବଂ ଖୁବ୍ ସେନ୍ସିଟିଭ୍... ମୁଁ କିଆରାଙ୍କୁ ମଧ୍ୟ ବହୁ ବର୍ଷ ପରେ ଭେଟିଥିଲି... ସେ ମଧ୍ୟ ଶାନ୍ତ, ଦୃଢ ଏବଂ ସିଦ୍ଧାର୍ଥଙ୍କ ଭଳି ଖୁବ୍ ସେନ୍ସିଟିଭ୍... ତା’ପରେ ସେମାନେ ପରସ୍ପରକୁ ଭେଟିଲେ ଏବଂ ମୁଁ ସେହି ମୁହୂର୍ତ୍ତରେ ଅନୁଭବ କଲି ଯେ, ଏହି ଦୁଇ ଶକ୍ତି ଏବଂ ସମ୍ମାନର ଏହି ଦୁଇଟି ସ୍ତମ୍ଭ ଏକ ବନ୍ଧନ ସୃଷ୍ଟି କରିପାରେ ଏବଂ ଏକାଠି ହୋଇ ଏକ ଯାଦୁକର ପ୍ରେମ କାହାଣୀ ସୃଷ୍ଟି କରିପାରିବେ... ସେମାନଙ୍କୁ ଏକାଠି ଦେଖି ଖୁବ୍ ସୁନ୍ଦର ଲାଗୁଛି । ମୁଁ ଗର୍ବିତ ଏବଂ ଆନନ୍ଦିତ, ଆଇ ଲଭ୍ ୟୁ ସିଡ୍... ଆଇ ଲଭ୍ ୟୁ କିଆରା... ଆଜି ତୁମର ସବୁଦିନ ପାଇଁ ହୋଇଯାଉ..."