ହାଇଦ୍ରାବାଦ:ଆଜି ପରାକ୍ରମ ଦିବସ । ଏହି ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର 21ଟି ନାମବିହୀନ ଦ୍ବୀପକୁ ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ସେନାଧିକାରୀଙ୍କ ନାମରେ ନାମିତ କରିଛନ୍ତି । ଏଥିରେ ବାହାଦୂର ଓ ବୀର ଯବାନ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ନାମରେ ଏକ ଦ୍ବୀପ ରହିଛି । ତାଙ୍କ ସାହାସିକତାକୁ ନେଇ ଆଧାରିତ ଫିଲ୍ମ ଶେରଶାହାର ଅଭିନେତା ତଥା ବିକ୍ରମଙ୍କ ଭୂମିକା ତୁଲାଇଥିବା ସିଦ୍ଧାର୍ଥ ମଲହୋତ୍ରା ଖୁସି ବ୍ୟକ୍ତ କରିଛନ୍ତି ।
କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ନାମରେ ବାତ୍ରା ଆଇଲ୍ୟାଣ୍ଡ ନାମିତ ହୋଇଛି । ଏ ନେଇ ଗର୍ବ ଅନୁଭବ କରିଛନ୍ତି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଟ୍ବିଟ କରି ସିଦ୍ଧାର୍ଥ ଲେଖିଛନ୍ତି, "ଆମ ହିରୋ କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ନାମରେ ଆଣ୍ଡାମାନ ଦ୍ବୀପ ନାମିତ ଖବରକୁ ନେଇ ଗର୍ବିତ । ମୁଁ ଏହି ମହାନ ବ୍ୟକ୍ତିଙ୍କ ଚରିତ୍ର ନିଭାଇ ନିଜକୁ ସୌଭାଗ୍ୟ ମନେ କରୁଛି । ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ଶେରଶାହକୁ ସର୍ବଦା ଜୀବିତ କରି ରଖିବ ।"
ଏହା ବି ପଢନ୍ତୁ...Parakram Diwas: ପରମବୀର ବିଜେତାଙ୍କ ନାମରେ ନାମିତ ହେଲା 21 ଦ୍ବୀପ
କାର୍ଗିଲ ଯୁଦ୍ଧରେ ଦିଲ ମାଙ୍ଗେ ମୋର କୋଡୱାର୍ଡ ସହ ବିଜୟ ଘୋଷଣା କରିଥିବା କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ନାମରେ ଆଣ୍ଡାମାନର ଏକ ଦ୍ୱୀପକୁ ସମର୍ପିତ କରାଯାଇଛି । ବିକ୍ରମଙ୍କ ସମେତ 21 ଜଣ ପରମବୀରଙ୍କ ପାଇଁ ଦ୍ବୀପର ନାମକରଣ କରାଯାଇଛି । କ୍ୟାପଟେନ୍ ବାତ୍ରାଙ୍କ ନାମ ଶୁଣିଲେ ଶତ୍ରୁ ଛାନିଆ ହୋଇଯାଏ । ସେ ଅଦମ୍ୟ ସାହାସ ପାଇଁ ଭାରତୀୟ ସେନାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ଖାଲି ସେତିକି ନୁହେଁ ତାଙ୍କ ଡାଏରୀ ମଧ୍ୟ ଦେଶପ୍ରେମୀ କବିତାରେ ପରିପୂର୍ଣ୍ଣ ଥିଲା । ତାଙ୍କ ବନ୍ଧୁ ଏବଂ ପରିବାରବର୍ଗଙ୍କୁ ସେ ଏକ ପ୍ରତିଶ୍ରୁତି ଦେଇଥିଲେ, 'ହୁଏତ ମୁଁ ଉଡୁଥିବା ତ୍ରିରଙ୍ଗା ନେଇ ଫେରିବି, କିମ୍ବା ନିଜେ ତ୍ରିରଙ୍ଗାରେ ଗୁଡାଇ ହୋଇ ଫେରିବି, କିନ୍ତୁ ମୁଁ ଫେରିବି ନିଶ୍ଚିତ । ଯାହା ସତ ହୋଇଥିଲା । ସେ ଦେଶ ପାଇଁ ଜୀବନ ଦେଇଥିଲେ । ତାଙ୍କର ଦେଶପ୍ରତି ବଳିଦାନକୁ ନେଇ ଏକ ଫିଲ୍ମ ନିର୍ମାଣ ହୋଇଥିଲା ଯାହାର ନାମ ଶେରଶାହା । ତାଙ୍କୁ କାର୍ଗିଲ ହିରୋ କୁହାଯାଏ । ସେଥିରେ ବିକ୍ରମଙ୍କ ଚରିତ୍ରରେ ଅଭିନୟ କରିଥିଲେ ସିଦ୍ଧାର୍ଥ । 2021ରେ ଜୁଲାଇ 2 ପରଦାକୁ ଆସିଥିଲା ।