ଓଡିଶା

odisha

ETV Bharat / entertainment

Eid party: ସାଥୀରେ ରହିଲେ କିନ୍ତୁ ଏକାଠି ପୋଜ୍‌ ଦେଲେନି ଲଭବାର୍ଡ - ଏକାଠି ପୋଜ୍‌ ଦେବାକୁ ମନା କଲେ ସିଦ୍ଧାର୍ଥ - କିଆରା

ବ୍ରେକଅପ୍ ଖବର ମଧ୍ୟରେ ସିଦ୍ଧାର୍ଥ ଏବଂ କିଆରା ପୁଣି ଏକାଠି ନଜର ଆସିଛନ୍ତି । ଏମାନଙ୍କୁ ଦେଖିଲେ ଲାଗୁଛି ଦୁହିଁଙ୍କର ବ୍ରେକ୍ଅପ୍ ହୋଇ ନାହିଁ । ଅଧିକ ପଢନ୍ତୁ

ସାଥୀରେ ରହିଲେ, କିନ୍ତୁ ଏକାଠି ପୋଜ୍‌ ଦେଲେନି ଲଭବାର୍ଡ
ସାଥୀରେ ରହିଲେ, କିନ୍ତୁ ଏକାଠି ପୋଜ୍‌ ଦେଲେନି ଲଭବାର୍ଡ

By

Published : May 4, 2022, 1:31 PM IST

ମୁମ୍ବାଇ:ମଙ୍ଗଳବାର ଅର୍ଥାତ୍‌ ଗତକାଲି ସଲମାନ ଖାନଙ୍କ ଭଉଣୀ ଅର୍ପିତା ଏବଂ ଆୟୁଷ ଶର୍ମା ସେମାନଙ୍କ ଘରେ ଏକ ଇଦ୍ ପାର୍ଟିର ଆଯୋଜନ କରିଥିଲେ । ଏହି ପାର୍ଟିରେ ଦୀପିକା ପାଦୁକୋନ, ରଣଭୀର ସିଂ, କରଣ ଜୋହର, କଙ୍ଗନା ରଣାୱତ ଭଳି ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଏକାଠି ହୋଇଥିଲେ । କିନ୍ତୁ ଏମାନଙ୍କ ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କିଆରା ଏବଂ ସିଦ୍ଧାର୍ଥ । କିଛି ଦିନ ହେବ ଦୁହିଁଙ୍କ ବ୍ରେକଅପ୍‌ ଖବର ଚର୍ଚ୍ଚାରେ ରହିଥିବା ବେଳେ ଇଦ୍‌ ପାର୍ଟିରେ ଦୁହିଁଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ଦୁହେଁ ବ୍ରେକଅପ ଗୁଜବ ଉପରେ ମଧ୍ୟ ପୂର୍ଣ୍ଣଛେଦ ଲଗାଇଛନ୍ତି ।

ଫିଲ୍ମ ‘ଶେରଶାହା’ ରିଲିଜ୍ ହେବା ପରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡି ଖୁବ୍ ଚର୍ଚ୍ଚାକୁ ଆସିଥିଲା । ଏହି ସମୟରେ ସୋସିଆଲ ମିଡିଆରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଖବର ମଧ୍ୟ ଆସିବାକୁ ଲାଗିଲା । କିନ୍ତୁ ଯେତେବେଳେ ପ୍ରଶଂସକମାନେ ଉଭୟଙ୍କ ବିବାହ ବିଷୟରେ ଚିନ୍ତା କରୁଥିଲେ, ସେତେବେଳେ ସେମାନଙ୍କ ବ୍ରେକ୍ଅପ୍ ଖବର ସାମ୍ନାକୁ ଆସିଥିଲା । ଯାହାକୁ ଶୁଣିବା ପରେ ଫ୍ୟାନ୍ସମାନେ ଚକିତ ହୋଇଯାଇଥିଲେ । କୁହାଯାଉଥିଲା କି ଏହି ଲଭବାର୍ଡ ବର୍ତ୍ତମାନ ଅଲଗା ହୋଇଯାଇଛନ୍ତି । କିନ୍ତୁ ବ୍ରେକଅପ୍ ଖବର ମଧ୍ୟରେ ସିଦ୍ଧାର୍ଥ ଏବଂ କିଆରା ପୁଣି ଏକାଠି ନଜର ଆସିଛନ୍ତି ।

ସିଦ୍ଧାର୍ଥ ଏବଂ କିଆରା

ଅର୍ପିତା ଏବଂ ଆୟୁଷ ଶର୍ମାଙ୍କ ଇଦ୍ ପାର୍ଟିରେ ସିଦ୍ଧାର୍ଥ ଏବଂ କିଆରାଙ୍କୁ ଏକାଠି ଦେଖିବାକୁ ମିଳିଛି । ସେମାନଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ଦେଖିଲା ପରେ ଲାଗୁଛି ଦୁହିଁଙ୍କର ବ୍ରେକ୍ଅପ୍ ହୋଇ ନାହିଁ । କିନ୍ତୁ ଦୁହେଁ ଫଟୋଗ୍ରାଫରଙ୍କ ସାମ୍ନାରେ ଏକାଠି ପୋଜ୍‌ ଦେବାକୁ ମନା କରି ଦେଇଥିଲେ । କିଆରା ଧଳା ରଙ୍ଗର ଟପ ଏବଂ ପ୍ଲାଜୋ ପିନ୍ଧି ଫଟୋ ପୋଜ୍‌ ଦେଉଥିବାବେଳେ ସିଦ୍ଧାର୍ଥ କଳା କୁର୍ତ୍ତାରେ ନଜର ଆସିଥିଲେ ।

ସୂଚନାଯୋଗ୍ୟ, ସିଦ୍ଧାର୍ଥ ରୋହିତ ସେଟ୍ଟୀଙ୍କ ଓ୍ବେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ରେ ନଜର ଆସିବେ। ଏହି ସିରିଜ ଆମାଜନ ପ୍ରାଇମରେ ରିଲିଜ ହେବ। ଏହା ବ୍ୟତୀତ ସିଦ୍ଧାର୍ଥଙ୍କୁ ‘ଯୋଦ୍ଧା, ମିଶନ ମଜନୁ, ଥ୍ୟାଙ୍କ ଗଡ’ ରେ ଦେଖିବାକୁ ମିଳିବ। ଫିଲ୍ମ ‘ଭୁଲ୍‌ ଭୁଲୈୟା’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ମୁଖ୍ୟ ଭୂମିକାରେ କିଆରା ନଜର ଆସିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details