ହାଇଦ୍ରାବାଦ: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଯୋଡି 'ଶେରଶାହା' ଚଳଚ୍ଚିତ୍ରରେ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଏହା ପରେ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା, ତା’ପରେ ଖବର ଆସିବାକୁ ଲାଗିଲା ଯେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି । ପ୍ରଶଂସକମାନେ ଉଭୟଙ୍କୁ ବାସ୍ତବ ଜୀବନରେ ମଧ୍ୟ ଦେଖିବାକୁ ଭଲ ପାଆନ୍ତି । କିନ୍ତୁ ଉଭୟଙ୍କ ପକ୍ଷରୁ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ସ୍ପଷ୍ଟ ବୟାନ ଆସିନଥିଲା । ଏହି ସମୟରେ, ପୁଣି ଏକ ଖବର ତାଙ୍କ ପ୍ରଶଂସକଙ୍କୁ ଝଟକା ଦେଇଛି। ରିପୋର୍ଟ ଅନୁଯାୟୀ, ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ବର୍ତ୍ତମାନ ଏହି ଦମ୍ପତିଙ୍କର ବ୍ରେକଅପ୍ ହୋଇଛି ବୋଲି କୁହାଯାଉଛି ।
ଖବର ଆସିଛି ଯେ, ସିଦ୍ଧାର୍ଥ ଏବଂ କିଆରାଙ୍କ ମଧ୍ୟରେ କିଛି ଠିକ୍ ନାହିଁ ଏବଂ ଦମ୍ପତି ପରସ୍ପରକୁ ଭେଟିବା ବନ୍ଦ କରି ଦେଇଛନ୍ତି । ବର୍ତ୍ତମାନ ବ୍ରେକଅପ୍ ପଛର କାରଣ କ’ଣ ଜଣା ପଡିନାହିଁ, କିନ୍ତୁ ଉଭୟଙ୍କ ମଧ୍ୟରେ ବର୍ତ୍ତମାନ ପୂର୍ବ ଭଳି କିଛି ନାହିଁ । ଏହି ଖବର ଉଭୟଙ୍କ ପ୍ରଶଂସକଙ୍କ ମନ ଭାଙ୍ଗି ଦେଇଛି ।