ହାଇଦ୍ରାବାଦ: ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ମଧ୍ୟରୁ ଅନ୍ୟତମ । ଏହି ବର୍ଷ ଆପଣ ତ ବଲିଉଡରେ ଅନେକ ବିବାହ ଦେଖିଥିବେ, କିନ୍ତୁ ଆସନ୍ତା ବର୍ଷ ଆଉ ଏକ ଦମଦାର ଯୋଡି ଏକାଠି ହେବାକୁ ଯାଉଛନ୍ତି । ଉଭୟଙ୍କ ବିବାହକୁ ନେଇ ବଲିଉଡ କରିଡରରେ ଖୁବ୍ ଚର୍ଚ୍ଚା ହେଉଛି । ଖବର ଅନୁଯାୟୀ, କିଆରା ନିଜ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଜୀବନ ସାଥୀ କରିବାକୁ ଯାଉଛନ୍ତି । ସେମାନେ ରାଜସ୍ଥାନରେ ବିବାହ କରିବେ । ଏହି ବିବାହ କାର୍ଯ୍ୟକ୍ରମରେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ସାମିଲ ହେବେ ।
ନିକଟରେ ଉଭୟ କିଆରା ଏବଂ ସିଦ୍ଧାର୍ଥ ପ୍ରସିଦ୍ଧ ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଘର ବାହାରେ ନଜର ଆସିଥିଲେ। ଯାହା ପରେ ସେମାନଙ୍କ ବିବାହକୁ ନେଇ ଉତ୍ତେଜନା ଆହୁରି ତୀବ୍ର ହୋଇଛି । ତେବେ ଉଭୟଙ୍କ ବିବାହ ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନାହିଁ । କିନ୍ତୁ, ବଲିଉଡ ସର୍କଲରେ ଖବର ଅଛି ଯେ ଉଭୟ ଆସନ୍ତା ବର୍ଷ ଅର୍ଥାତ୍ 2023 ଫେବୃଆରୀରେ ବିବାହ କରିବେ ।
ଫେବୃଆରୀରେ ଏହି ଦିନ ହୋଇପାରେ ବିବାହ