ହାଇଦ୍ରାବାଦ: ଶ୍ରେୟସ୍ ତଲପଡେଙ୍କ ଫ୍ୟାନ୍ସଙ୍କ ପାଇଁ ଭଲ ଖବର । ଅଭିନେତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଅକ୍ଟୋବର ୧୪ରେ ଅଭିନେତା ହୃଦଘାତରେ ପୀଡ଼ିତ ହୋଇଥିଲେ, ଏହାପରେ ତାଙ୍କୁ ଶୀଘ୍ର ମୁମ୍ବାଇର ଅନ୍ଧେରି ୱେଷ୍ଟର ବେଲାଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ୬ ଦିନ ପରେ ଅଭିନେତା ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତାଙ୍କ ପତ୍ନୀ ଏହି ସୂଚନା ଦେଇଛନ୍ତି ।
ଶ୍ରେୟସଙ୍କ ପତ୍ନୀ ଦୀପ୍ତି ତଲପଡେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସହ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, ମୋ ଜୀବନ, ମୋର ଶ୍ରେୟସ୍ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୁଁ ଶ୍ରେୟସଙ୍କ ସହ ଯୁକ୍ତିତର୍କ କରୁଥିଲି କାହା ଉପରେ ବିଶ୍ବାସ କରିବି, କିନ୍ତୁ ଆଜି ମୁଁ ମୋର ପ୍ରଶ୍ନର ଉତ୍ତର ପାଇଛି ଏବଂ ସେ ହେଉଛନ୍ତି ଭଗବାନ । ଯେତେବେଳେ ଏହି ଭୟଙ୍କର ଘଟଣା ଘଟିଲା ସେତେବେଳେ ସେ ମୋ ସହିତ ଥିଲେ । ବର୍ତ୍ତମାନ ମୁଁ ତାଙ୍କ ଆସ୍ତା ଉପରେ କେବେବି ପ୍ରଶ୍ନ କରିବି ନାହିଁ। ସେହି ସନ୍ଧ୍ୟାରେ ମୋତେ ସାହାଯ୍ୟ କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।
ସେ ଆହୁରି ଲେଖିଛନ୍ତି, ମୁଁ ଜଣେ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ମାଗିଲି ଏବଂ ମୋତେ ସାହାଯ୍ୟ କରିବାକୁ ୧୦ ଜଣ ଆସିଗଲେ । ଶ୍ରେୟସ୍ କାର ଭିତରେ ଚେତାଶୂନ୍ୟ ଥିଲେ କିନ୍ତୁ ସେହି ଲୋକମାନେ ଜାଣି ନଥିଲେ ଯେ ସେମାନେ କାହାକୁ ସାହାଯ୍ୟ କରୁଛନ୍ତି, ତଥାପି ସେମାନେ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ । ମୁମ୍ବାଇ ହେଉଛି ଏଭଳି ଏକ ସହର । ଏଠାରେ ଆମେ ଏକୁଟିଆ ଛଡାଗଲା ନାହିଁ ଏବଂ ଆମର ଯତ୍ନ ନିଆଗଲା । ମୁଁ ଆମର ସମସ୍ତ ବନ୍ଧୁ, ପରିବାର ସଦସ୍ୟ ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକଙ୍କୁ ଧନ୍ୟବାଦ ଦେଉଛି । ସେମାନେ ସେମାନଙ୍କର କାର୍ଯ୍ୟ ଛାଡି ଆମକୁ ସାହାଯ୍ୟ କରିବାକୁ ଆସିଥିଲେ ।
ଏହା ମଧ୍ୟ ପଢନ୍ତୁ:ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ଶ୍ରେୟସ୍ ତଲପଡେ
ସୂଚନା ଥାଉ କି, ଶ୍ରେୟସ୍ ତଲପଡେ ଫୁଲ୍ ଅନ୍ କମେଡି ଫିଲ୍ମ 'ୱେଲକମ ଟୁ ଜଙ୍ଗଲ'ରେ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ସୁଟିଂ ଜାରି ରହିଥିବା ବେଳେ ଅଭିନେତା ସୁଟିଂ ପରେ ଅଭିନେତା ହୃଦଘାତରେ ପୀଡିତ ହୋଇଥିଲେ। ୧୪ ଡିସେମ୍ବର ସନ୍ଧ୍ୟାରେ ସେ ଏହି ଫିଲ୍ମର ସୁଟିଂ ସାରି ଘରକୁ ପହଞ୍ଚିବା ପରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ସେ ଅଚେତ୍ ହୋଇଯାଇଥିଲେ । ଅଭିନେତାଙ୍କୁ ସଙ୍ଗେ ସଙ୍ଗେ ଅନ୍ଧେରୀ ୱେଷ୍ଟ ଅଞ୍ଚଳର ବେଲଭ୍ୟୁ ହସ୍ପିଟାଲକୁ ନିଆଯାଇଥିଲା । ରାତି ପ୍ରାୟ ୧୦ଟା ବେଳେ ଡାକ୍ତର ଶ୍ରେୟସଙ୍କ ଆଞ୍ଜିଓପ୍ଲାଷ୍ଟି କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।