ଓଡିଶା

odisha

By

Published : Nov 17, 2022, 6:27 PM IST

ETV Bharat / entertainment

ସର୍କସର ସୁଟିଂ ପୂରା କଲେ ରଣଭୀର ଏବଂ ରୋହିତ, ଜାଣନ୍ତୁ କେବେ ହେବ ରିଲିଜ୍‌

ରଣଭୀର ସିଂ ଏବଂ ରୋହିତ ଶେଟ୍ଟୀ ସେମାନଙ୍କ ଫିଲ୍ମ ସର୍କସର ସୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ

ସର୍କସର ସୁଟିଂ ପୂରା କଲେ ରଣଭୀର-ରୋହିତ, ଜାଣନ୍ତୁ କେବେ ହେବ ରିଲିଜ୍‌
ସର୍କସର ସୁଟିଂ ପୂରା କଲେ ରଣଭୀର-ରୋହିତ, ଜାଣନ୍ତୁ କେବେ ହେବ ରିଲିଜ୍‌

ହାଇଦ୍ରାବାଦ: ବଲିଉଡର ଆକ୍ସନ୍ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ଦୀର୍ଘ ଦିନ ଧରି ରୋହିତ ଏବଂ ରଣଭୀର ସିଂଙ୍କ ଫିଲ୍ମ ସର୍କସ ବିଷୟରେ ଗୁଜବ ସୃଷ୍ଟି ହେଉଥିଲା । ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଥିଲେ । ଫିଲ୍ମ 'ସିମ୍ବା'ର ସଫଳତା ପରଠୁ ରୋହିତ ଏବଂ ରଣଭୀର ଫିଲ୍ମ ସର୍କସରେ କାମ କରୁଥିଲେ। ବର୍ତ୍ତମାନ ରୋହିତ ରଣଭୀର ସିଂଙ୍କ ଅଭିନୀତ ତାଙ୍କ ଫିଲ୍ମ 'ସର୍କସ'ର ସୁଟିଂ ଶେଷ କରିଛନ୍ତି । ବର୍ତ୍ତମାନ କେବଳ ଫିଲ୍ମର ପ୍ରମୋସନ କାମ ବାକି ଅଛି । ରଣଭୀର ସିଂ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି ଏବଂ ସେଟରୁ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।

ମାଷ୍ଟର ରୋହିତଙ୍କ ମାଷ୍ଟରପ୍ଲାନ

ସୋସିଆଲ ମିଡିଆରେ ଫଟୋ ସେୟାର କରି ରଣଭୀର ସିଂ ଲେଖିଛନ୍ତି, 'Shooting khatam, Promotion ki planning shuru! Mass-ter filmmaker ke Mass-ter plans!!!' ଏହା ପ୍ରଥମ ଥର ହେବ, ଯେତେବେଳେ ରଣଭୀରଙ୍କୁ ଏହି ଚଳଚ୍ଚିତ୍ରରେ ଏକ ଡବଲ୍ ଭୂମିକାରେ ଦେଖିବାକୁ ମିଳିବ । ଏହି ଫଟୋରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଏବଂ କମେଡି ଅଭିନେତା ବରୁଣ ଶର୍ମା ରଣଭୀର ସିଂଙ୍କ ସହ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି।

ରଣଭୀର ସିଂ ଏବଂ ମନୀଷ ପାଲ୍‌

ଏହା ବି ପଢନ୍ତୁ:Saif Ali Khan Son Debut: ବଲିଉଡ୍‌ରେ ଡେବ୍ୟୁ କରିବେ ଇବ୍ରାହିମ୍‌ ଅଲି ଖାନ

ଫିଲ୍ମର ଷ୍ଟାର୍ କାଷ୍ଟ୍

ଫିଲ୍ମ 'ସର୍କସ'ରେ ମୁଖ୍ୟ ଭୂମିକାରେ ରଣଭୀର, ଦକ୍ଷିଣ ଅଭିନେତ୍ରୀ ପୂଜା ହେଗଡେ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦେଖିବାକୁ ମିଳିବ । ଏହା ବ୍ୟତୀତ ଫିଲ୍ମକୁ ଆହୁରି ମସଲାଦାର୍‌ କରିବା ପାଇଁ ଅଜୟ ଦେବଗନ୍ ଏବଂ ଦୀପିକା ପାଦୁକୋନଙ୍କ ଗେଷ୍ଟ ରୋଲ୍‌ ମଧ୍ୟ ପ୍ରସ୍ତୁତ ହୋଇଛି । ଉଲ୍ଲେଖନୀୟ କଥା ହେଉଛି, ଫିଲ୍ମ 'ସର୍କସ' ପୁରୁଣା କମେଡି ଫିଲ୍ମ 'ଅଙ୍ଗୁର' ଉପରେ ଆଧାରିତ ।

ABOUT THE AUTHOR

...view details