ହାଇଦ୍ରାବାଦ: ଶେହାନାଜ ଗିଲ (Shehnaaz Gill) ଖୁବ ଶୀଘ୍ର ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' (Kisi Ka Bhai Kisi Ki Jaan) ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କୁ ଫିଲ୍ମ ସ୍କ୍ରିନରେ ଦେଖିବାକୁ ପ୍ରଶଂସକମାନେ ବହୁତ ଆଗ୍ରହୀ ଅଛନ୍ତି । ଏଥି ସହିତ, ଶେହନାଜ ଗିଲ ମଧ୍ୟ ଆଜିକାଲି ତାଙ୍କ ମ୍ୟୁଜିକ୍ ଭିଡିଓକୁ ଖୁବ୍ ସେୟାର କରୁଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ 'ଚଲୋ ଲେ ଚଲେଁ' ଗୀତର ଭିଡିଓ ସେୟାର କରିଥିଲେ, ବର୍ତ୍ତମାନ ତାଙ୍କର ଆଉ ଏକ ଗୀତର ଭିଡିଓ 'ଲେ ଡୁବା' ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ପ୍ରେମ ବର୍ଷା କରୁଥିବାବେଳେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ମଧ୍ୟ ତାଙ୍କ ପ୍ରଶଂସକମାନେ ମନେ ପକାଇଛନ୍ତି।
ଶେହନାଜ ଗିଲଙ୍କ ନୂଆ ଭିଡିଓ:
ଗୀତ 'ଲେ ଡୁବା' ରକୁଲ ପ୍ରୀତ ସିଂ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'Aiyaary'ର ଅଟେ । ଏହା ଏକ ରୋମାଣ୍ଟିକ୍ ଗୀତ, ସିଦ୍ଧାର୍ଥ ଶୁକ୍ଲା ମନେ ପକାଇ ଶେହନାଜ୍ ଗିଲ୍ ଗୀତ ଗାଇଛନ୍ତି । ଯେତେବେଳେ ବି ଶେହନାଜ ଏଭଳି ଭିଡିଓ ସେୟାର କରନ୍ତି, ସିଦ୍ଧାର୍ଥ ଶୁକ୍ଲାଙ୍କ ସ୍ମୃତି ଲୋକଙ୍କ ମନରେ ସତେଜ ହୋଇଯାଏ । ଅବଶ୍ୟ ସିଦ୍ଧାର୍ଥ ଶୁକ୍ଲାଙ୍କ ବିୟୋଗ ପରେ ସିଦ୍ଧନାଜଙ୍କ ଯୋଡି ଭାଙ୍ଗି ଯାଇଛି, କିନ୍ତୁ ପ୍ରଶଂସକମାନେ ଆଜି ମଧ୍ୟ ଏହି ସୁନ୍ଦର ଦମ୍ପତିଙ୍କୁ ଭୁଲି ନାହାଁନ୍ତି ।