ହାଇଦ୍ରାବାଦ: ଶେହାନାଜ ଗିଲ ଆଜିକାଲି ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ପୋଷ୍ଟ କରିଥାନ୍ତି । ଏଥର ଶେହନାଜ ପଞ୍ଜାବର ତାଙ୍କ ପିଣ୍ଡ ଅର୍ଥାତ୍ ଗାଁରେ ପହଞ୍ଚିଛନ୍ତି । ସେ ତାଙ୍କ ଗାଁର କ୍ଷେତରୁ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଏହି ଭିଡିଓରେ ଶେହାନାଜ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ଶେହନାଜ ସେୟାର କରିଥିବା ଭିଡିଓରେ ସେ ତାଙ୍କ ଗାଁର ଝଲକ ଦେଖାଇଛନ୍ତି । ଶେହନାଜ ଏକ ବାଇଗଣୀ ଓ ଧଳା ରଙ୍ଗର ସୁଟ ପିନ୍ଧିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଶେହନାଜ କେତେବେଳେ ଟ୍ରାକ୍ଟରରେ ବସିଥିବାର ଦେଖାଯାଇଛି ତ ପୁଣି କେତେବେଳେ ସେ ନିଜ ଡୁପଟ୍ଟା ହଲାଇ କ୍ଷେତରେ ଦୌଡୁଥିବା ଦେଖାଯାଇଛି । ପ୍ରଶଂସକମାନେ ଶେହାନାଜଙ୍କ ହସ ହସ ଚେହେରାକୁ ବହୁତ ଭଲ ପାଆନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଶେହନାଜ ଏହି ଭିଡିଓ ସହିତ mera pind … mere khet ଲେଖିଛନ୍ତି ।