ହାଇଦ୍ରାବାଦ: ପଞ୍ଜାବର କ୍ୟାଟ୍ରିନା କୈଫ କୁହାଯାଉଥିବା ଶେହନାଜ ଗିଲ ଲାଇମଲାଇଟରେ ରହିବା ପାଇଁ କୌଣସି ସୁଯୋଗ ହାତଛଡା କରନ୍ତିନାହିଁ । କେତେବେଳେ ଅଭିନେତ୍ରୀ ନିଜର ଚୁଲ୍ବୁଲି ଅନ୍ଦାଜରେ ତ କେତେବେଳେ ଷ୍ଟାର୍ସ ପାର୍ଟିରେ ଏଣ୍ଟ୍ରି ମାରି ପୂରା ମାହୋଲକୁ ବଦଳାଇ ଦିଅନ୍ତି । ନିକଟରେ ଶେହନାଜଙ୍କୁ ନେଇ ଏକ ଖବର ଆସିଥିଲା କି, ସେ କୋରିଓଗ୍ରାଫର ରାଘବ ଜୁୟାଲଙ୍କୁ ଡେଟ୍ କରୁଛନ୍ତି । ଏହି ଖବର ଭାଇରାଲ ହେଲା ପରେ ଏବେ ଶେହନାଜ ନିଜେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ।
ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଶେହନାଜ ଯୋଗ ଦେଇଥିବାବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ରିଲେସନସିପ୍କୁ ନେଇ ପ୍ରଶ୍ନ ପଚାରି ଥିଲେ । ଏହାର ଉତ୍ତରରେ ଶେହନାଜ ଖୋଲାଖୋଲି ଭାବେ କହିଥିଲେ ଯେ, "ଯଦି କେହି ଏକାଠି ସ୍ପଟ୍ ହୁଅନ୍ତି, ଏହାର ଅର୍ଥ ନୁହେଁ ଯେ ସେମାନେ ବୁଲିବାକୁ କିମ୍ବା ଡେଟ୍ରେ ଯାଉଛନ୍ତି ।" ଏହା ପରେ ଶେହନାଜ ପଚାରିଥିଲେ, ''ମିଡିଆ କାହିଁକି ମିଛ କହୁଛି ? ମିଡିଆ ପ୍ରତ୍ୟେକ ଥର ମିଛ କହିଥାଏ ଏବଂ କିଛି ବି କହିଥାଏ । ଯଦି ଆମେ କାହା ସହିତ ଛିଡା ହୋଇଥାଉ କିମ୍ବା କାହା ସହିତ ବୁଲିବାକୁ ଯାଉ, ତେବେ ଆମେ ରିଲେସନସିପ୍ରେ ଅଛୁ ? ନାହିଁ ନା, ପୁଣି ଏସବୁ କ'ଣ, ଗଣମାଧ୍ୟମ ମିଛ କହୁଛି । ବର୍ତ୍ତମାନ ମୁଁ ହାଇପର୍ ହୋଇଯିବି ।''