ମୁମ୍ବାଇ: ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ ହେବାକୁ ଯାଉଛି ବର୍ଷ 2023 । ନିକଟରେ ଆରଆରଆରକୁ ଗୋଲ୍ଡେନ ଗ୍ଲୋବ ଏବଂ କ୍ରିଟିକ୍ସ ଚଏସ ପୁରସ୍କାର ମିଳିବା ପରେ ଆଉ ଏକ ସିନେମା ପୁରସ୍କୃତ ହେବାରୁ ମନୋନୀତ ହୋଇଛି । ଫିଲ୍ମ ନିର୍ମାତା ସୌନକ ସେନଙ୍କ ନିର୍ଦ୍ଦେଶିତ 'ଅଲ ଦ୍ୟାଟ ବ୍ରିଦସ' ଚଳଚ୍ଚିତ୍ରକୁ ବାଫଟା ପୁରସ୍କାର 2023 ପାଇଁ ଚୟନ କରାଯାଇଛି । ସର୍ବଶ୍ରେଷ୍ଠ ପ୍ରମାଣିକ ବିଭାଗ ପାଇଁ ଫିଲ୍ମକୁ ଚୟନ କରାଯାଇଛି । ଏସଏସଏସ ରାଜା ମୌଲିଙ୍କ ଆରଆରଆର ଏହି ରେସରୁ ବାଦ ପଡିଛି ।
ଗୁରୁବାର ବାଫଟା ଦ୍ବାରା ଘୋଷିତ ଫିଲ୍ମ ପୁରସ୍କାର ପାଇଁ ନୂଆଦିଲ୍ଲୀ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ଶ୍ରେଷ୍ଠ ପ୍ରମାଣିତ ବିଭାଗ ପାଇଁ 'ଅଲ ଦ୍ୟାଟ ବ୍ରିଦସ୍' ମନୋନୀତ କରାଯାଇଛି । ଦିଲ୍ଲୀର ଚଳଚ୍ଚିତ୍ର ନିର୍ଦ୍ଦେଶକ ସୌନକ ସେନ 'ଅଲ ଦ୍ୟାଟ ବ୍ରିଦସ୍' ନିର୍ଦ୍ଦେଶନା ଦେଇଛନ୍ତି । ଏହା ପୂର୍ବରୁ ଏହି ଚଳଚ୍ଚିତ୍ରକୁ ଗ୍ରାଣ୍ଡ ଜୁରୀ ପୁରସ୍କାର ଏବଂ କାନ ଫିଲ୍ମ ଫେଷ୍ଟିଭାଲରେ ଏକମାତ୍ର ଫିଲ୍ମ ସର୍ବଶ୍ରେଷ୍ଠ ପ୍ରମାଣିକ ଚଳଚ୍ଚିତ୍ର ପାଇଁ ପୁରସ୍କାର ମିଳି ସାରିଛି ।
ବାଫଟା ଭାରତୀୟ ମୂଳ ଅଧ୍ୟକ୍ଷ କୃଷ୍ଣେନ୍ଦୁ କହିଛନ୍ତି, ବାଫଟା ଫିଲ୍ମ ପୁରସ୍କାର ଅସାଧାରଣ କାହାଣୀ ଏବଂ ସେହି କାହାଣୀଙ୍କୁ ବଡ ପରଦାରେ ଆଣୁଥିବା ପ୍ରତିଭାଶାଳୀ ଲୋକଙ୍କ ପରିଚିତ କରିବା ଆମର ଲକ୍ଷ୍ୟ । ଆମର 7,500 ମତଦାତାଙ୍କ ଦ୍ବାରା ମାନ୍ୟତା ପାଇଥିବା ଫିଲ୍ମ ଶୃଙ୍ଖଳା, ବ୍ଲକବ୍ଳଷ୍ଟରରୁ ନେଇ ଡେବ୍ୟୁ ଏବଂ ଦୁନିଆରେ ଏ ବର୍ଷ ସର୍ବଶ୍ରେଷ୍ଠ ଫିଲ୍ମ ଉପରେ ଏକ ପୁରସ୍କାର ପ୍ରଦାନ କରାଯାଏ । ଏହାର ଅନ୍ତିମ ଚରଣରେ ପହଞ୍ଚିବା ଏକ ବଡ ଉପଲବ୍ଧି । ସମସ୍ତ ମନୋନୀତ ହୋଇଥିବା ଫିଲ୍ମ ପାଇଁ ଶୁଭେଚ୍ଛା ।''