ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କୁ ଇଡି ନୋଟିସ ଜାରି ମାମଲା । ସେ ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀକୁ ସମର୍ଥନ କରିଥିବା ଅଭିଯୋଗ ହୋଇଥିଲା ଯାହା ୩୦ କୋଟି ଟଙ୍କା ହଡପ ମାମଲାରେ ଜଡିତ । ତେବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏହି ଖବରକୁ ମିଥ୍ୟା ବୋଲି କହିଛି । ରିପୋର୍ଟ ଅନୁଯାୟୀ, ଗୌରୀ ଖାନଙ୍କୁ ପଠାଯାଇଥିବା ନୋଟିସକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମିଥ୍ୟା ବୋଲି କହିଛି । ତାଙ୍କ ବିରୋଧରେ କୌଣସି ନୋଟିସ୍ ଜାରି କରାଯାଇନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ପ୍ରସ୍ତୁତି କରାଯାଉ ନାହିଁ ବୋଲି କହିଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ, ରିଅଲ୍ ଇଷ୍ଟେଟ୍ କମ୍ପାନୀ ତୁଲସିଆନି ଗ୍ରୁପ୍ ସ୍କାମ ସହ କୋଟି କୋଟି ଟଙ୍କାର ଟଙ୍କା ହେରଫେର ମାମଲାରେ ଜଡିତ ରହିଛି । ତେବେ ଏହି କମ୍ପାନୀର ଯାଞ୍ଚରେ ଟଙ୍କା ହଡପ ଅଭିଯୋଗରେ ଗୌରୀ ଖାନ ନାଁ ମଧ୍ୟ ରହିଛି । କାରଣ ଗୌରୀ ଖାନ ତୁଲସିଆନି ଗ୍ରୁପର ବ୍ରାଣ୍ଡ ଆମ୍ବାସାଡର ହୋଇଥିବା ବେଳେ ତୁଳସୀ ଗ୍ରୁପ୍ ୩୦ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ସେ କମ୍ପାନୀ ସହ ଜଡିତ ଥିବା ନେଇ ତାଙ୍କୁ ନୋଟିସ୍ ଜାରି କରାଯାଇଥିବା ସୂଚନା ମିଳିଥିଲା । ଏହି କମ୍ପାନୀ ଲକ୍ଷ୍ନୌର ହୋଇଥିବା ବେଳେ ତାଙ୍କ ବିରୋଧରେ ଇଡି ଲକ୍ଷ୍ନୌ ଏକ ନୋଟିସ ଜାରି କରି ମୁମ୍ବାଇର ସ୍ଥାନୀୟ ୟୁନିଟରୁ ଅନୁମତି ମାଗିଥିବା ରିପୋର୍ଟରେ କୁହାଯାଇଥିଲା । ଏବଂ ଅନୁମତି ପାଇବା ପରେ ଇଡି ଗୌରୀ ଖାନଙ୍କୁ ପଚରାଉଚରା କରିଥାନ୍ତା ।