ଓଡିଶା

odisha

By

Published : Apr 2, 2023, 4:16 PM IST

ETV Bharat / entertainment

NMACC: ଶାହାରୁଖଙ୍କୁ ଭେଟି ଉତ୍ସାହିତ ପାରାଲିମ୍ପିଆନ୍ ଦୀପା ମଲିକ୍

ଶନିବାର ମୁମ୍ବାଇରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ମଧ୍ୟ NMACCର 'ଇଣ୍ଡିଆ ଇନ ଫ୍ୟାଶନ' କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ, ପଠାନ ତାରକାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ପାରାଲିମ୍ପିଆନ୍ ଦୀପା ମଲିକଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି।

ଶାହାରୁଖଙ୍କୁ ଭେଟି ଉତ୍ସାହିତ ହୋଇପଡିଲେ ପାରାଲିମ୍ପିଆନ୍ ଦୀପା ମଲିକ୍
ଶାହାରୁଖଙ୍କୁ ଭେଟି ଉତ୍ସାହିତ ହୋଇପଡିଲେ ପାରାଲିମ୍ପିଆନ୍ ଦୀପା ମଲିକ୍

ମୁମ୍ବାଇ:ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରର ଗ୍ରାଣ୍ଡ ଲଞ୍ଚର ଦ୍ୱିତୀୟ ଦିନରେ ବଲିଉଡ ତାରକା, ହଲିଉଡ ସେଲିବ୍ରିଟି, ଶିଳ୍ପପତି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ। ଏହି ସମୟରେ ପାରାଲିମ୍ପିଆନ୍ ଦୀପା ମଲିକ୍ ମଧ୍ୟ ଏହି ଗ୍ରାଣ୍ଡ୍ ଲଞ୍ଚ୍ ଇଭେଣ୍ଟର ସାମିଲ ହୋଇଥିଲେ । ଏହି ସମୟରେ ବଲିଉଡ କିଙ୍ଗ ଶାହରୁଖ ଖାନ ପାରାଲିମ୍ପିଆନ ଦୀପା ମଲିକଙ୍କୁ ଭେଟିଥିଲେ । ଯାହାର ଭିଡିଓ ଦୀପା ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି ।

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ମଧ୍ୟ ଦ୍ୱିତୀୟ ଦିନରେ NMACCର 'ଇଣ୍ଡିଆ ଇନ୍‌ ଫ୍ୟାଶନ' କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ଗ୍ରାଣ୍ଡ ଇଭେଣ୍ଟରେ ପାରାଲମ୍ପିଆନ୍ ଦୀପା ମଲିକ୍ ଶାହରୁଖ ଖାନଙ୍କୁ ଭେଟି ବେଶ ଉତ୍ସାହିତ ହୋଇଥିଲେ । ଉଭୟ ବହୁ ସମୟ ଧରି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ଦୀପା ଏହି ସୁନ୍ଦର ମୁହୂର୍ତ୍ତକୁ ନିଜ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର କରି ଦୀପା ଲେଖିଛନ୍ତି, "ଶାହାରୁଖଙ୍କୁ ପୁଣି ଭେଟି ମୁଁ ବହୁ ଖୁସି ଅନୁଭବ କରିଛି । ସବୁବେଳେ ସେ ବଲିଉଡର ବାଦଶାହ ହୋଇ ରହିବେ । ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ୍‌ ଲାଇକ୍‌ ପାଉଛି ।"

ଏହି କ୍ଲିପ୍‌ରେ କିଙ୍ଗ ଖାନ ଖେଳ ରତ୍ନ ପୁରସ୍କାର ପ୍ରାପ୍ତ ଦୀପା ମଲିକଙ୍କୁ ଭେଟୁଥିବା ନଜର ଆସିଛନ୍ତି । ସେ ତାଙ୍କ ହାତ ଧରି ତାଙ୍କ ସହ କଥା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଦୀପାଙ୍କ ସୁନ୍ଦର ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି । ଏହି ଭିଡିଓ ଏବଂ ଫଟୋକୁ ଫ୍ୟାନ୍ସ ଲାଇକ୍‌ କରିବା ସହ କମେଣ୍ଟ୍‌ ଦେଇଥିବା ଦେଖିବାକୁ ମିଳିଛି । ଜଣେ ଫ୍ୟାନ୍ସ ଏହା ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'କିଙ୍ଗ ଖାନ ବହୁତ ଦୟାଳୁ ।' ଅନ୍ୟ ଜଣେ ଲେଖିଛନ୍ତି, 'ସେଥିପାଇଁ ଶାହାରୁଖ ହୃଦୟର ରାଜା ଅଟନ୍ତି ।'

ଦୀପା ମଲିକ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ପାରାଲମ୍ପିକ୍ସ ବିଜେତା ହୋଇଥିଲେ । ସେ 2016 ପାରାଲମ୍ପିକ୍ ଗେମ୍ସର ସଟ୍‌ଫୁଟ୍‌ ଥ୍ରୋ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିଲେ । ସେ ପୂର୍ବରୁ 42 ବର୍ଷ ବୟସରେ 2012ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କୁ 2017ରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଏସୀୟ ପାରା ଗେମ୍ସ 2018ରେ ଏକ ନୂତନ ଏସୀୟ ରେକର୍ଡ ସୃଷ୍ଟି କରିଛନ୍ତି ଏବଂ କ୍ରମାଗତ 3 ଏସୀୟ ପାରା ଗେମ୍ସରେ (2010, 2014, 2018) ପଦକ ଜିତିଥିବା ସେ ଏକମାତ୍ର ଭାରତୀୟ ମହିଳା ଅଟନ୍ତି । ସେ ଆଜି ପର୍ଯ୍ୟନ୍ତ ସମସ୍ତ ବିଭାଗରେ 58ଟି ଜାତୀୟ ଏବଂ 23ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି ।

ଶାହରୁଖ ଖାନ ଏଟିଲଙ୍କ 'ଜୱାନ' ଫିଲ୍ମରେ ନଜର ଆସିବେ । ଏହା ବ୍ୟତୀତ ରାଜକୁମାର ହିରାନୀଙ୍କ ଫିଲ୍ମ' ଡଙ୍କିରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ।

ABOUT THE AUTHOR

...view details