ଓଡିଶା

odisha

By

Published : Aug 4, 2023, 9:12 PM IST

ETV Bharat / entertainment

ଗୋଆ' ଟ୍ରିପ୍‌ ଉପଭୋଗ କରୁଛନ୍ତି SRKଙ୍କ ଲାଡଲି, ସେୟାର କଲେ ଫଟୋ

ଶାହାରୁଖ ଖାନଙ୍କ ଲାଡଲି ସୁହାନା ଖାନ ନିଜ ଅନ୍ଦାଜରେ ଲୋକଙ୍କ ହୃଦୟ ଜିତିଥାନ୍ତି । ସୁହାନା ଏବେ ନିଜ ସାଙ୍ଗମାନଙ୍କ ସହ ଗୋଆ ଟ୍ରିପର୍‌ ଉପଭୋଗ କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଗୋଆ ଟ୍ରିପ୍‌ର କିଛି ବିଶେଷ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଗୋଆ' ଟ୍ରିପ ଉପଭୋଗ କରୁଛନ୍ତି SRKଙ୍କ ଲାଡଲି ସୁହାନା ଖାନ, ଫଟୋ କଲେ ସେୟାର
ଗୋଆ' ଟ୍ରିପ ଉପଭୋଗ କରୁଛନ୍ତି SRKଙ୍କ ଲାଡଲି ସୁହାନା ଖାନ, ଫଟୋ କଲେ ସେୟାର

ମୁମ୍ବାଇ: ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଆଜିକାଲି ଶିରୋନାମାରେ ରହିଛନ୍ତି । ପ୍ରାୟ ପାର୍ଟିରେ ସୁହାନାଙ୍କୁ ଦେଖିବାକୁ ମିଳିଥାଏ । ଗତ ଗୁରୁବାର ଦିନ ସୁହାନାଙ୍କୁ ଏକ ବ୍ଲୁ ରଙ୍ଗର ଶାଢୀରେ ଦେଖିବାକୁ ମିଳିଥିଲା । ସୁହାନା ଏହି ଲୁକ୍ ପାଇଁ ଲାଇମଲାଇଟରେ ଥିଲେ । ତେବେ ସୁହାନା ଏବେ ନିଜ ସାଙ୍ଗମାନଙ୍କ ସହ ଗୋଆ ଟ୍ରିପ ଉପଭୋଗ କରୁଛନ୍ତି। ସୋସିଆଲ ମିଡିଆରେ ଏହି ଟ୍ରିପର ଫଟୋ ସେୟାର କରି ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଆଜିକାଲି କିଙ୍ଗ୍‌ ଖାନ୍‌ଙ୍କ ରାଜକୁମାରୀ ଗୋଆ ବିଚ୍‌ରେ ଉପଭୋଗ କରୁଛନ୍ତି । ସୁହାନା ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଟ୍ରିପ୍‌ର କିଛି ବିଶେଷ ଫଟୋ ସେୟାର କରିଛନ୍ତି । କ୍ୟାପସନ୍‌ରେ ଲାଲ୍‌ ହାର୍ଟ ଇମୋଜି ସହ 'ଗୋଆ' ଲେଖିଛନ୍ତି । ତେବେ ସୁହାନା ଏହି ପୋଷ୍ଟ କରିବା ମାତ୍ରେ ତାଙ୍କ ସାଙ୍ଗ ଏବଂ ପ୍ରଶଂସକମାନେ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କର ସବୁଠାରୁ ଭଲ ବନ୍ଧୁ ଅନନ୍ୟା ପାଣ୍ଡେ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇ କହିଛନ୍ତି, 'ତୁମକୁ ଏହି ସୁପର କ୍ରିଏଟିଭ୍ କ୍ୟାପସନ୍ କିପରି ଲାଗିଲା ?' ଏଥିସହ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ ପ୍ରତିକ୍ରିୟାରେ ଏକ ଲାଲ ହାର୍ଟ୍‌ ଇମୋଜି ଦେଇଛନ୍ତି ।

ଗତ ଗୁରୁବାର ମୁମ୍ବାଇରେ ଆଲିଆ କଶ୍ୟପଙ୍କ ନିର୍ବନ୍ଧରେ ସୁହାନା ଖାନ ସାମିଲ ହୋଇଥିଲେ । ସେ ଏକ ବ୍ଲୁ ରଙ୍ଗର ଶାଢ଼ୀ ନଜର ଆସିଥିଲେ । ସୁହାନାଙ୍କ ଏହି ଲୁକ୍‌ ବେଶ ଆକର୍ଷଣୀୟ ଥିଲା ​। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ଲୁକ୍‌ ଦୀପିକା ପାଦୁକୋନଙ୍କ ବ୍ଲୁ ଶାଢୀ (ୟେ ଜୱାନୀ ହେ ଦେୱାନୀ) ଲୁକ ସହ ତୁଳନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଫିଲ୍ମର ନୂଆ ପୋଷ୍ଟର ରିଲିଜ, ଓଟିଟିରେ ଡେବ୍ୟୁ କରିବେ ଷ୍ଟାର କିଡ୍ସ

ସୁହାନାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ବର୍ତ୍ତମାନ କିଙ୍ଗ୍‌ ଖାନ୍‌ଙ୍କ ଝିଅ ସମସ୍ତେ ତାଙ୍କର ଡେବ୍ୟୁ ଫିଲ୍ମ ଦି ଆର୍କିଜ୍ ସହିତ କ୍ୟାରିଅର ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଫିଲ୍ମର ଟିଜର ଜୁନ୍ ମାସରେ ରିଲିଜ କରାଯାଇଥିଲା । ଯାହାକୁ ଲୋକେ ବେଶ ପସନ୍ଦ କରିଥିଲେ। ତେବେ ଏହି ଫିଲ୍ମ ସହ କେବଳ ସୁହାନା ନୁହଁ ବରଂ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦା ଏବଂ ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ନାହିଁ ବରଂ ସିଧାସଳଖ OTT ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବ ।

ABOUT THE AUTHOR

...view details