ମୁମ୍ବାଇ: ବଲିଉଡର ଚକୋଲେଟ୍ ହିରୋ ସାହିଦ କପୁର ଗତ ଦୁଇ ଦଶନ୍ଧିରୁ ବଲିଉଡରେ ରାଜ୍ କରି ଚାଲିଛନ୍ତି । ତାହା ତାଙ୍କ ଆକ୍ଟିଂ ହେଉ କି ଡ୍ୟାନ୍ସ କିମ୍ବା ଆକ୍ସନ ଏହା ସମସ୍ତଙ୍କୁ ଘାଇଲା କରେ । ଫିିଲ୍ମ ଏବଂ ଅସଲ ଜୀବନରେ ବିନ୍ଦାସ ରହୁଥିବା ସାହିଦ ପୁଣି ଏକ ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ସାହିଦ ନିର୍ଦ୍ଦେଶକ ରାଜ ଆଣ୍ଡ ଡି.କେ.ର ୱେବ୍ ସିରିଜ୍ 'ଫର୍ଜି' ସହିତ ଓଟିଟି ଡେବ୍ୟୁ କରିଥିଲେ । ଏହା ସହିତ ଜୁନ୍ରେ ତାଙ୍କ ଅଭିନୀତ ଫିଲ୍ମ 'ବ୍ଲଡି ଡାଡି' ମଧ୍ୟ ଓଟିଟିରେ ମୁକ୍ତିଲାଭ କରିଥିଲା । ଏହି ଡେବ୍ୟୁ ଚଳଚ୍ଚିତ୍ର ଏବଂ ସିରିଜ୍ରୁ ହିଁ ଅଭିନେତା ଓଟିଟିରେ ଧମାଲ ମଚାଇଛନ୍ତି । ତାଙ୍କର ୱେବ୍ ସିରିଜ୍ 'ଫର୍ଜି' ଏବଂ ଚଳଚ୍ଚିତ୍ର 'ବ୍ଲଡି ଡାଡି' ଓଟିଟିରେ ସର୍ବାଧିକ ଦେଖାଯାଇଥିବା ସିରିଜ୍ ଏବଂ ଚଳଚ୍ଚିତ୍ର ହୋଇପାରିଛି । ନିକଟରେ ଏକ ସାକ୍ଷାତକାରରେ ସାହିଦ କପୁର ଓଟିଟିରେ ତାଙ୍କର ସଫଳତା ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି ।
ଖବର କାଗଜକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅଭିନେତା କହିଛନ୍ତି, “ଜଣେ ଅଭିନେତା ଭାବରେ ଆପଣ ଏହା କହିପାରିବେ ନାହିଁ ଯେ ଆପଣ ଜଣେ ଷ୍ଟାର ଅଟନ୍ତି, ଆଉ ଦର୍ଶକମାନେ ଆପଣଙ୍କ ପ୍ରତ୍ୟେକ ପ୍ଲାଟଫର୍ମକୁ ପସନ୍ଦ କରିବେ । ଏହି ପ୍ଲାଟଫର୍ମ ଏହିପରି କାମ କରେ ନାହିଁ । ଦର୍ଶକ ବହୁତ ବୁଦ୍ଧିମାନ ଏବଂ ସେମାନେ ଚଳଚ୍ଚିତ୍ର ଏବଂ ଧାରାବାହିକର ବିଷୟବସ୍ତୁ ବିଷୟରେ ମଧ୍ୟ ବହୁତ ସ୍ପଷ୍ଟ ଅଟନ୍ତି । ଓଟିଟିରେ ଦର୍ଶକମାନେ ମୋ ଉପରେ କିପରି ପ୍ରତିକ୍ରିୟା କରିଛନ୍ତି ତାହା ଦେଖି ମୁଁ ବହୁତ ଉତ୍ସାହିତ ଅଛି ।
ଏହା ମଧ୍ୟ ପଢନ୍ତୁ: ପୁଅର ନାମ ଖୁଲାସା କଲେ ଇଶିତା ଦତ୍ତା ଓ ଭାଟସାଲ ସେଠ୍, ସୋନମ କପୁରଙ୍କ ସହ ରହିଛି କନେକ୍ସନ
'ସମସ୍ତଙ୍କ କ୍ୟାରିଅରରେ...'