ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହାରୁଖ ହେଲେ ଚକଲେଟ ବୟ ଶାହିଦ କପୁର । ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ନିଆର ଷ୍ଟାଇଲ ଓ ଅନ୍ଦାଜ ପାଇଁ ବେଶ ପପୁଲାର । ତେବେ ନିଜ କ୍ୟାରିୟର ପ୍ରାରମ୍ଭରେ ଶାହାରୁଖଙ୍କ ସହ ତାଙ୍କୁ କମ୍ପେୟାର(ତୁଳନା) କରାଯିବା ଘଟଣା ନେଇ ମୁହଁ ଖୋଲିଛନ୍ତି ଶାହିଦ୍ । ଏକ ସାକ୍ଷାତକାରରେ ଶାହିଦ୍ କହିଛନ୍ତି କ୍ୟାରିୟର ଆରମ୍ଭ ସମୟରେ ତାଙ୍କୁ ଅନେକ ଥର ଶାହାରୁଖ ଖାନଙ୍କ ସହ ତୁଳନା କରାଯାଇଛି ।
ଶାହିଦ କପୁର ବି-ଟାଉନର ଜଣେ ଫେମସ ଅଭିନେତା । ସେ ପ୍ରତ୍ୟେକ ଥର ତାଙ୍କ ଚଳଚ୍ଚିତ୍ରରେ କିଛି ନୂଆ ଏବଂ ଭିନ୍ନ କରିବାକୁ ଚେଷ୍ଟା କରନ୍ତି । ବ୍ୟାଡ ବୟ ଠାରୁ ଆରମ୍ଭ କରି ରୋମାଣ୍ଟିକ୍, ଆକ୍ସନ, ସସପେନ୍ସ ଓ ହାଇଡ୍ରାମା ଫିଲ୍ମରେ ସେ ତାଙ୍କ ନିଆରା ଅନ୍ଦାଜରେ ନିଜ ଫ୍ୟାନ୍ସଙ୍କ ମନ କିଣିବା ସହ ନେଟିଜେନ୍ସଙ୍କ ଠାରୁ ବି ପ୍ରଶଂସା ସାଉଁଟିଛନ୍ତି ।
ତେବେ ନିକଟରେ ଏକ ସାକ୍ଷାତକାରରେ ବଲିଉଡର 'ବାଦଶାହ' ଶାହାରୁଖଙ୍କ ସହ ତାଙ୍କୁ ତୁଳନା କରାଯିବାକୁ ନେଇ ସେ ଅସନ୍ତୋଷ ପ୍ରକଟ କରିଛନ୍ତି । ଯାହାକୁ ନେଇ ଶାହିଦ କହିଥିଲେ, ‘‘ଏହା ଠିକ୍ ନୁହେଁ । କ୍ୟାରିଆର ଆରମ୍ଭରୁ କାହାକୁ କାହା ସହ କମ୍ପେୟାର କରାଗଲେ ଏହା ଆତ୍ମବିଶ୍ବାସ ଉପରେ ନକାରାତ୍ମକ ପ୍ରଭାବ ପକାଏ ।’’