ମୁମ୍ବାଇ:ବଲିଉଡ ଅଭିନେତା ସାହିଦ କପୁର ଶେଷରେ ତାଙ୍କର ନୂଆ ଡୁପ୍ଲେକ୍ସକୁ ସିଫ୍ଟ ହୋଇଛନ୍ତି । 58 କୋଟି ଟଙ୍କା ମୂଲ୍ୟର ଏହି ଡୁପ୍ଲେକ୍ସ ମୁମ୍ବାଇର ୱର୍ଲି (Worli) ଅଞ୍ଚଳରେ ଅବସ୍ଥିତ । ସାହିଦ ପତ୍ନୀ ମୀରା ରାଜପୁତଙ୍କ ସହ 2018 ରେ ଏହି ଘର ବୁକ୍ କରିଥିଲେ। କିନ୍ତୁ କରୋନା ଲକଡାଉନ୍ ହେତୁ ସେ ତାଙ୍କ ନୂଆ ଘରକୁ ଯାଇପାରିନଥିଲେ । କିନ୍ତୁ ବର୍ତ୍ତମାନ ଏହି ଦମ୍ପତି ନିଜ ପିଲାଙ୍କ ସହିତ ନବରାତ୍ରିରେ ଏହି ନୂଆ ଘରେ ପ୍ରବେଶ କରିଛନ୍ତି । ତାଙ୍କ ଘର ଭିତରର କିଛି ଝଲକ ମଧ୍ୟ ସାମ୍ନାକୁ ଆସିଛି ।
ସାହିଦ-ମୀରା ନିଜେ କରିଛନ୍ତି ଘରର ଇଣ୍ଟିରିୟର
ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଏହି ଘରର ଇଣ୍ଟିରିୟର କାମ ସାହିଦ-ମୀରା ନିଜେ କରିଛନ୍ତି, ଯାହା ବାସ୍ତବରେ ଚମତ୍କାର ହୋଇଛି । ଏହି ଡୁପ୍ଲେକ୍ସ ସହିତ ସହିଦଙ୍କୁ 6ଟି ପାର୍କିଂ ସ୍ଲଟ୍ ମିଳିଛି । ଏହା ବ୍ୟତୀତ ତାଙ୍କ ଘରେ 500 ବର୍ଗଫୁଟର ବାଲକୋନି ଅଛି । ଏହି ଦମ୍ପତିଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ ସେମାନେ ଘରକୁ ସ୍ଥାନାନ୍ତର ହେବାର ପାଞ୍ଚ ଦିନ ବିତିଗଲାଣି ।