ଓଡିଶା

odisha

ETV Bharat / entertainment

ଶାହାରୁଖଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡ ନ୍ୟୁଜ୍‌, ‘ଜବାନ’ ରିଲିଜ୍‌ ପୂର୍ବରୁ 3 ଦିନ ଛୁଟି ଘୋଷଣା କଲେ କେଜ୍ରିୱାଲ - ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଶାହାରୁଖ ଖାନଙ୍କ ଫ୍ୟାନ୍ସଙ୍କ ଗୁଡ ନ୍ୟୁଜ୍‌ । ‘ଜବାନ’ ସେପ୍ଟେମ୍ବର 7ରେ ରିଲିଜ ହେବାକୁ ଯାଉଛି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିନି ଦିନିଆ ଛୁଟି ଘୋଷଣା କରିଛନ୍ତି । କେଜ୍ରିୱାଲଙ୍କ ଏହି ଛୁଟି ଘୋଷଣା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଜବାନ ଉପରେ କେତେ ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା । ଅଧିକ ପଢନ୍ତୁ

ଶାହାରୁଖ ଖାନ
ଶାହାରୁଖ ଖାନ

By ETV Bharat Odisha Team

Published : Aug 24, 2023, 2:03 PM IST

ହାଇଦ୍ରାବାଦ: ସନ୍ନି ଦେଓଲଙ୍କ ‘ଗଦର ୨’ ପରେ ବର୍ତ୍ତମାନ ଶାହରୁଖ ଖାନଙ୍କ ଫିଲ୍ମ ‘ଜବାନ’ ଧମକା ମଚାଇବାକୁ ଆସୁଛି । ବର୍ତ୍ତମାନ ଗଦର 2 ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ରଟି ମାତ୍ର 12 ଦିନରେ 400 କୋଟି ପାର୍‌ କରି ବିରୋଧୀଙ୍କ ମୁହଁ ଚୁପ୍ କରି ଦେଇଛି । 24 ଅଗଷ୍ଟରେ ରିଲିଜ୍ ହୋଇଥିବା ଗଦର 2 ର ଦୁଇ ସପ୍ତାହ ପୂରଣ କରିବାକୁ ଯାଉଛି । ଏଥି ସହିତ ଅଗଷ୍ଟ 25 ରେ କମେଡି-ଡ୍ରାମା ଫିଲ୍ମ ‘ଡ୍ରିମ୍ ଗାର୍ଲ 2’ ବକ୍ସ ଅଫିସରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ପରେ ଶାହରୁଖ ଖାନଙ୍କ ଯବାନ ବକ୍ସ ଅଫିସରେ ଏଣ୍ଟ୍ରି କରିବ । ଏପଟେ ଦିଲ୍ଲୀ ସରକାର 8 ରୁ 10 ସେପ୍ଟେମ୍ବର ପର୍ଯ୍ୟନ୍ତ ସରକାରୀ ଛୁଟି ଘୋଷଣା କରିଛନ୍ତି । ବର୍ତ୍ତମାନ ଶାହରୁଖ ଖାନଙ୍କ ପ୍ରଶଂସକମାନେ ଏହାକୁ ଜବାନ ରିଲିଜ୍‌ ସହିତ ଲିଙ୍କ୍ କରିଛନ୍ତି।

ଫ୍ୟାନ୍ସଙ୍କ ପ୍ରତିକ୍ରିୟା

କେଜ୍ରିୱାଲ କାହିଁକି 3 ଦିନ ଛୁଟି ଘୋଷଣା କଲେ ?

ଆପଣଙ୍କୁ କହିରଖୁଛୁ, ଜି -20 ଶିଖର ସମ୍ମିଳନୀ 8 ରୁ 10 ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏମସିଡି (MCD) କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଓ କାର୍ଯ୍ୟାଳୟକୁ 8 ରୁ 10 ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, “ମୁଖ୍ୟ ଶାସନ ସଚିବ ନରେଶ କୁମାର ପୋଲିସ ପ୍ରସ୍ତାବ ସମ୍ବନ୍ଧିତ ଫାଇଲକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅନୁମୋଦନ ପାଇଁ ପଠାଯିବ । ଅଧିକାରୀ ମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ସମ୍ମିଳନୀକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ପୋଲିସ ଜିଲ୍ଲାର ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ସେପ୍ଟେମ୍ବର ୮ ରୁ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥି ସହିତ, କେଜ୍ରିୱାଲଙ୍କ ଏହି ତିନି ଦିନିଆ ଛୁଟି ଘୋଷଣା ହେତୁ ଶାହାରୁଖ ଖାନଙ୍କ ଦିଲ୍ଲୀ ପ୍ରଶଂସକମାନେ ଖୁସିରେ ଝୁମି ଉଠିଛନ୍ତି । ତେବେ ଦେଖିବାକୁ ବାକି ରହିଲା, କେଜ୍ରିୱାଲଙ୍କ 3 ଦିନିଆ ଛୁଟି ଘୋଷଣା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଜବାନ ଉପରେ କେତେ ପ୍ରଭାବ ପକାଉଛି । ଜବାନ୍ 7 ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ।

ଫ୍ୟାନ୍ସଙ୍କ ପ୍ରତିକ୍ରିୟା

ଏହା ମଧ୍ୟ ପଢନ୍ତୁ: Seema Deo Death: ଆରପାରିରେ ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ଅନ୍ୟପକ୍ଷରେ ଜଣେ ପ୍ରଶଂସକ ଲେଖିଛନ୍ତି, ଜବାନ ଦେଖିବାରେ ଏବେ ମଜା ଆସିବ । ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, 'ସତ କୁହନ୍ତୁ କେଜ୍ରିୱାଲ ଜୀ, ଆପଣ ଏହି ସମସ୍ତ ଚଳଚ୍ଚିତ୍ର ଜୱାନ ଦେଖିବା ପାଇଁ କରୁଛନ୍ତି ନା'। ଉଲ୍ଲେଖନୀୟ ଯେ, ଦକ୍ଷିଣ ନିର୍ଦ୍ଦେଶକ ଆଟଲେଙ୍କ ନିର୍ଦ୍ଦେଶିତ ଜବାନ ଚଳଚ୍ଚିତ୍ରରେ ଶାହରୁଖ ଖାନ, ନୟନତାରା, ବିଜୟ ସେଥୁପତି, ସଂଜୟ ଦତ୍ତ ଏବଂ ଦୀପିକା ପାଦୁକୋନ ପ୍ରମୁଖ ଭୂମିକାରେ ନଜର ଆସିବେ।

ABOUT THE AUTHOR

...view details