ହାଇଦ୍ରାବାଦ: କ୍ରିକେଟ୍ ବିଶ୍ୱକପ୍ 2023ର ପ୍ରଥମ ସେମିଫାଇନାଲରେ ଭାରତ ଏକ ରୋମାଞ୍ଚକର ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ 70 ରନରେ ପରାସ୍ତ କରି ଫାଇନାଲକୁ ଟିକେଟ୍ ନିଶ୍ଚିତ କରିଛି । ଟିମ୍ ଇଣ୍ଡିଆର ବିଜୟ ପଛରେ ଷ୍ଟାର ମାନଙ୍କ ମଧ୍ୟରେ ପ୍ରଥମ ନାମ ହେଉଛି ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମ । ବ୍ୟାଟିଂରେ କିଙ୍ଗ କୋହଲି, ଶ୍ରେୟାସ ଆୟର ଏବଂ କ୍ୟାପଟେନ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଭାରତ । ତେବେ ଏହି ସାନଦଜାର ବିଜୟ ପରେ ଟିମକୁ ଦେଶ ତମାମ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ବଲିଉଡ ଏବଂ ସାଉଥ ତାରକାମାନେ ମଧ୍ୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।
ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ ନେଇ ବେଶ ଉତ୍ସାହିତ ଅଛନ୍ତି ବଲିଉଡ୍ରୁ ଆରମ୍ଭ କରି ସାଉଥ ସେଲିବ୍ରିଟିମାନେ । ଏହି ସମୟରେ ସୋସିଆଲ ମିଡିଆରେ ସେଲିବ୍ରିଟିମାନେ ଟିମ୍ ଇଣ୍ଡିଆର ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ସାଉଥ ଲୋକପ୍ରିୟ ଫିଲ୍ମ ନିର୍ମାତା ତଥା ଆରଆରଆର ନିର୍ଦ୍ଦେଶକ ରାଜାମୌଲି, ବଲିଉଡ୍ କିଙ୍ଗ ଖାନ ଶାହାରୁଖ ଖାନ, ଅଭିନେତ୍ରୀ କିଆରା ଆଡଭାନୀ, ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା, ଅଜୟ ଦେବଗନ, ବିକି କୌଶଲ, ଆୟୁଷ୍ମାନ ଖୁରାନାଙ୍କ ସମେତ ଅନେକ ସେଲିବ୍ରିଟି ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି ।
ଶାହାରୁଖ ଖାନ ଗତକାଲି ରାତିରେ ନିଜର ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ୟୋ ବଏସ୍, କଣ ଟିମର ସ୍ପିରିଟ ଏବଂ ଖେଳ, ବର୍ତ୍ତମାନ ଫାଇନାଲରେ ଜିତିବାର ସମୟ ଆସିଛି, ସର୍ବଶ୍ରେଷ୍ଠ ଭାରତ' । ସେହିପରି ରାଜାମୌଲି ଲେଖିଛନ୍ତି, 'ସୁପର ସେଭେନ୍ ଶାମି' । ଏବଂ ବିରାଟଙ୍କ ସଫଳତାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଏବଂ ଲେଖିଛନ୍ତି, ରେକର୍ଡଗୁଡିକ ଭାଙ୍ଗିବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ସେ ତାଙ୍କର ଅବସର ଘୋଷଣା କରିବା ସମୟରେ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । କଙ୍ଗ କୋହଲି ।