ମୁମ୍ବାଇ:ମାୟାନଗରୀ ମୁମ୍ବାଇ ପୋଲିସ ଶନିବାର ରାତିରେ ବାର୍ଷିକ କାର୍ଯ୍ୟକ୍ରମ 'ଉମଙ୍ଗ'ର ଆୟୋଜନ କରିଥିଲେ । ଯେଉଁଥିରେ ବଲିଉଡରୁ ଟଲିଉଡ ସେଲିବ୍ରିଟି ସାମିଲ ହୋଇଥିଲେ । ଶାହାରୁଖ ଖାନ, ସଲମାନ ଖାନ, ଦୀପିକା ପାଦୁକୋନ, ରଣଭୀର ସିଂ, ଆଲିଆ ଭଟ୍ଟ, ରଣବୀର କପୁର, ବବି ଦେଓଲ, ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ ଅଂଶଗ୍ରହଣ କରିଥିଲେ । 'ଉମଙ୍ଗ 2023' କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ସେଲିବ୍ରିଟିମାନେ ବହୁତ ଗ୍ଲାମରସ୍ ଶୈଳୀରେ ଚାର୍ ଚାନ୍ଦ୍ ଲଗାଇଥିଲେ । ଇଭେଣ୍ଟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ମୁମ୍ବାଇ ପୋଲିସର ସବୁଠାରୁ ବଡ କାର୍ଯ୍ୟକ୍ରମ 'ଉମଙ୍ଗ 2023' ଆୟୋଜିତ ହୋଇଥିଲା । ଏହି ଇଭେଣ୍ଟ କୌଣସି ଉତ୍ସବ ଠାରୁ କମ୍ ନଥିଲା । ଏଥିରେ ଆଲିଆ ଭଟ୍ଟଙ୍କ ଠାରୁ ଜିନତ ଅମାନ ପର୍ଯ୍ୟନ୍ତ ସେଲିବ୍ରିଟି ନଜର ଆସିଥିଲେ । ଶାହାରୁଖ ଖାନ, ସଲମାନ ଖାନ, ଦୀପିକା ପାଦୁକୋନ, ରଣଭୀର ସିଂ, ରଣବୀର କପୁର, ବବି ଦେଓଲଙ୍କ ଷ୍ଟାଇଲିଶ ଲୁକ ଏବଂ ଆଲିଆ ଭଟ୍ଟ, ବିକି କୌଶଲ, ଜନ୍ ଅବ୍ରହାମ, ଜିତେନ୍ଦ୍ର, ଜିନତ ଅମାନ, କିଆରା ଆଡଭାନୀ, ସିଦ୍ଧାର୍ଥ ମାଲହୋତ୍ରା, କାର୍ତ୍ତିକ ଆର୍ଯ୍ୟନ୍, ନୱାଜୁଦ୍ଦିନ ସିଦ୍ଦିକି, କରଣ ଜୋହର, ରବୀନା ଟଣ୍ଡନ, ମାଧୁରୀ ଦୀକ୍ଷିତ, ଶିଳ୍ପା ଶେଟ୍ଟୀ, ଟାଇଗର ଶ୍ରଫ୍, ଜ୍ୟାକି ଶ୍ରଫ୍, ନେହା ଧୁପିଆ, ରିତିଶ ଦେଶମୁଖ ଏବଂ ଜେନେଲିଆ, କ୍ରିତି ସାନନ, ତେଜସ୍ୱୀ ପ୍ରକାଶ, ରକୁଲ ପ୍ରୀତ ସିଂଙ୍କ ସମେତ ଅନ୍ୟ ତାରକାମାନଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।