ମୁମ୍ବାଇ: ବଲିଉଡ 'ପଠାନ' ଶାହାରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର। ସୁଟିଂ ସେଟରେ ଆହତ ହେଲେ ଶାହାରୁଖ ଖାନ। ଲସ ଏଞ୍ଜେଲସରେ ଏକ ପ୍ରୋଜେକ୍ଟର ସୁଟିଂ କରୁଥିବା ବେଳେ ଶାହାରୁଖ ସେଟରେ ଆହତ ହୋଇଛନ୍ତି। ଆହତ ହେବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପରଠାରୁ ଶାହାରୁଖ ଖାନଙ୍କ ନାକରୁ ରକ୍ତସ୍ରାବ ବନ୍ଦ ହେଉ ନଥିଲା, ଫଳରେ ତାଙ୍କ ନାକରେ ଅସ୍ତ୍ରୋପଚାର କରାଯାଇଛି।
ସୂଚନା ଅନୁଯାୟୀ, ଶାହାରୁଖ ଖାନ ଏକ ପ୍ରୋଜେକ୍ଟର ସୁଟିଂ ପାଇଁ ଲସ ଏଞ୍ଜେଲସରେ ପହଞ୍ଚିଥିଲେ ଏବଂ ସୁଟିଂ ସମୟରେ ତାଙ୍କୁ ନାକରେ ଆଘାତ ଲାଗିଥିଲା । ଫଳରେ ଅଭିନେତାଙ୍କ ନାକରେ ଅତ୍ୟଧିକ ରକ୍ତସ୍ରାବ ହେଉଥିଲା ଏବଂ ବନ୍ଦ ହେଉନଥିଲା । ଯାହା ପରେ ତାଙ୍କୁ ଅପରେସନ୍ କରିବାକୁ ପଡିଥିଲା। ଏଥି ସହିତ ଶାହାରୁଖ ଖାନଙ୍କ ଉପରେ ଅପରେସନ୍ କରିଥିବା ଡାକ୍ତରମାନେ କହିଛନ୍ତି ଯେ ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ। ସେ ସୁସ୍ଥ ଅଛନ୍ତି। ଏବଂ ଖୁବଶୀଘ୍ର ସେ ଏହି ଆଘାତରୁ ମୁକ୍ତି ପାଇବେ। ସେପଟେ ଏହି ଦୁର୍ଘଟଣା ପରେ ଶାହରୁଖ ଭାରତକୁ ଫେରିଥିବା ଜଣାପଡିଛି।
ଏହା ମଧ୍ୟ ପଢନ୍ତୁ: ମିଶନ୍ ଇମ୍ପସିବଲ୍ 7 ସହ ରିଲିଜ ହେବ ଯବାନ ଟ୍ରେଲର
ଶାହାରୁଖଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଚଳିତ ବର୍ଷ ରିଲିଜ କରିଥିବା ତାଙ୍କ ଚଳଚ୍ଚିତ୍ର ପଠାନ ଧମାକା କରିଥିଲା। ସାରା ବିଶ୍ୱରେ ଏହି ଚଳଚ୍ଚିତ୍ର 1000 କୋଟି ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଥିଲା। ଏହି ଫିଲ୍ମର ସପଳତା ପରେ ବର୍ତ୍ତମାନ ଶାହାରୁଖ ଆଗାମୀ ଫିଲ୍ମ ଯବାନ ଏବଂ ଡଙ୍କିରେ ନଜର ଆସିବେ। ଚଳିତ ମାସରେ ଫିଲ୍ମର ଟ୍ରେଲର ରିଲିଜ ହେବ। ଟ୍ରେଲରକୁ 12 ଜୁଲାଇରେ ରିଲିଜ୍ କରାଯିବ। ଟ୍ରେଲରକୁ ଟମ୍ କ୍ରୁଜଙ୍କ ମିଶନ୍ ଇମ୍ପସିବଲ୍: 7 ସହ ସିନେମାହଲରେ ପ୍ରଦର୍ଶିତ କରାଯିବ।
ଶାହାରୁଖ ଖାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ନିର୍ଦ୍ଦଶେକ ଅଟଲି ନିର୍ଦ୍ଦେଶନା ଦେଇଛନ୍ତି। ଏହା ଶାହାରୁଖଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଏବଂ ଗୌରୀ ଖାନ୍ ଦ୍ୱାରା ପ୍ରସ୍ତୁତ। ଏହି ଫିଲ୍ମରେ ସାଉଥ ଅଭିନେତ୍ରୀ ନୟନତାରା ଶାହାରୁଖଙ୍କ ବିପକ୍ଷରେ ନଜର ଆସିବେ । ଫିଲ୍ମରେ ବିଜୟ ସେଥୁପତି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ନୟନତାରାଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ଶାହାରୁଖ । 'ଯବାନ' ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସେପ୍ଟେମ୍ବର 7 ରେ ରିଲିଜ କରିବ। ଏହା ବ୍ୟତୀତ ରାଜକୁମାର ହିରାନୀଙ୍କ ଡଙ୍କିରେ ମଧ୍ୟ ଶାହାରୁଖ ନଜର ଆସିବେ। ଏହି ଫିଲ୍ମରେ ବିକି କୌଶଲ ଏବଂ ତାପସୀ ପନ୍ନୁ ମଧ୍ୟ ଶାହାରୁଖଙ୍କ ସହ ନଜର ଆସିବେ। ଏହି ଫିଲ୍ମ ଡିସେମ୍ବର 22, 2023 ରେ ରିଲିଜ କରିବ ।