ଓଡିଶା

odisha

ୟୁଏଇରେ ଶାହାରୁଖ ଖାନ୍‌ଙ୍କୁ ମିଳିଲା ଗ୍ଲୋବାଲ ଆଇକନ୍‌ ଆଓ୍ବାର୍ଡ

By

Published : Nov 12, 2022, 10:23 AM IST

ୟୁଏଇ ସରକାର ଶାହାରୁଖଙ୍କୁ ଗ୍ଲୋବାଲ ଆଇକନ୍‌ ଅଫ୍‌ ସିନେମା ଆଣ୍ଡ କଲ୍ଚର ନେରେଟିଭ୍‌ ପୁରସ୍କାର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ୟୁଏଇରେ ଶାହାରୁଖ ଖାନ୍‌ଙ୍କୁ ମିଳିଲା ଗ୍ଲୋବାଲ ଆଇକନ୍‌ ଆଓ୍ବାର୍ଡ
ୟୁଏଇରେ ଶାହାରୁଖ ଖାନ୍‌ଙ୍କୁ ମିଳିଲା ଗ୍ଲୋବାଲ ଆଇକନ୍‌ ଆଓ୍ବାର୍ଡ

ମୁମ୍ବାଇ:ବଲିଉଡର ବାଦଶାହା ଶାହରୁଖ ଖାନ (Shah Rukh Khan) ଚଳିତ ମାସ ଆରମ୍ଭରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ । ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପଠାନ'ର ଟିଜର ଲଞ୍ଚ କରାଯାଇଥିଲା । ଦର୍ଶକଙ୍କ ଦ୍ବାରା ଟିଜରକୁ ଖୁବ୍‌ ପସନ୍ଦ କରାଯାଇଛି । ତେବେ ଏହି ସମୟରେ, ତାଙ୍କ ଖୁସି ଆହୁରି ଦ୍ବିଗୁଣିତ ହୋଇଯାଇଛି । ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଶାହରୁଖ ଖାନଙ୍କୁ ଏକ ସମ୍ମାନରେ ସମ୍ମାନିତ କରିଛି । ସିନେମାରେ ତାଙ୍କର ଅବଦାନ ପାଇଁ ଏବଂ ଏକ ବିଶ୍ୱସ୍ତରୀୟ ଆଇକନ୍ ଭାବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଶାହାରୁଖ ଖାନ୍‌ଙ୍କୁ ମିଳିଲା ଗ୍ଲୋବାଲ ଆଇକନ୍‌ ଆଓ୍ବାର୍ଡ

ୟୁଏଇର ଶାରଜାହ ସ୍ଥିତ ଏକ୍ସପୋ ସେଣ୍ଟରରେ ଶାରଜାହ ଆନ୍ତର୍ଜାତୀୟ ପୁସ୍ତକ ମେଳା 2022 (SIBF)ର 41 ତମ ସଂସ୍କରଣରେ ଯୋଗଦେବା ଅବସରରେ ଶାହରୁଖ ଖାନଙ୍କୁ ଗୋଟିଏ ଦିନ ପୂର୍ବରୁ ଗ୍ଲୋବାଲ ଆଇକନ୍‌ ଅଫ୍‌ ସିନେମା ଆଣ୍ଡ କଲ୍ଚର ନେରେଟିଭ୍‌ (Global Icon of Cinema and Cultural Narrative award) ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତାଙ୍କର ବହୁ ସଂଖ୍ୟକ ପ୍ରଶଂସକ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଭିଡିଓ ଏବଂ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏକ ଫ୍ୟାନ୍ ପେଜ୍ ଏହାର ଏକ ଭିଡିଓ ସେୟାର କରିଛି । ଭିଡିଓରେ ଶାହାରୁଖ ଖାନ ବ୍ଲାକ୍‌ ଲୁ୍କ୍‌ରେ ନଜର ଆସିଥିଲେ । ଭିଡିଓରେ ଶାହାରୁଖ ବ୍ୟାଖ୍ୟା କରିଛନ୍ତି ଯେ 'ସାସ୍କୃତିକ ପରିଦୃଶ୍ୟରେ ଯୋଗଦାନ ଓ ଲିଖନ ଏବଂ ରଚନାତ୍ମକତା କ୍ଷେତ୍ରରେ ବିକାଶ'ରେ ଦେଇଥିବା ଯୋଗଦାନ ପାଇଁ ଏହି ପୁରସ୍କାର ମିଳିଛି ।

'DDLJ' ର ରୋମାଣ୍ଟିକ୍ ପୋଜ୍

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଶାହରୁଖ ଖାନ କହୁଛନ୍ତି, "ଆମ ସମସ୍ତେ, ଆମେ କେଉଁଠାରେ ବି ରହୁ, କେଉଁ ରଙ୍ଗ ହେଉ, କେଉଁ ଧର୍ମର ପାଳନ କରୁ କିମ୍ବା ଆମେ କେଉଁ ଗୀତରେ ନାଚୁ, ପ୍ରତ୍ୟେକ ସଂସ୍କୃତିରେ ପ୍ରେମ, ଶାନ୍ତି ଏବଂ କରୁଣା ଅଛି ।" ଶାହରୁଖ ମଧ୍ୟ ମଞ୍ଚରେ 'ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ'ର ସିଗନେଚର ପୋଜ୍‌ ଦେଇଥିଲେ ।

'ଓମ୍ ଶାନ୍ତି ଓମ୍'ର ସଂଳାପ

ଅନ୍ୟ ଏକ କ୍ଲିପ୍‌ରେ ଶାହରୁଖ ଖାନ ମଧ୍ୟ ଏକ ଲୋକପ୍ରିୟ ସଂଳାପ କହିଥିଲେ । ଏହି ସଂଳାପ ତାଙ୍କ ଚଳଚ୍ଚିତ୍ର 'ଓମ୍ ଶାନ୍ତି ଓମ୍‌'ର । ସମ୍ପ୍ରତି ଏହି ଚଳଚ୍ଚିତ୍ରଟି 15 ବର୍ଷ ପୂରଣ କରିଛି ।

ABOUT THE AUTHOR

...view details