ଓଡିଶା

odisha

ETV Bharat / entertainment

ଗତ ୫ ବର୍ଷ ଶାହାରୁଖଙ୍କ ପରିବାର ପାଇଁ ଥିଲା ସଂଘର୍ଷପୂର୍ଣ୍ଣ, ଖୁଲାସା କଲେ ଅଭିନେତା - ଶାହାରୁଖ ଫ୍ୟାମିଲି ସଂଘର୍ଷ

ShahRukhKhan Family Struggles: ଗତ ୫ ବର୍ଷ ମଧ୍ୟରେ ତାଙ୍କ ପରିବାର ସମ୍ମୁଖୀନ ହୋଇଥିବା ସଂଘର୍ଷ ବିଷୟରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିଛନ୍ତି କିଙ୍ଗ ଖାନ । ଏହି ସମୟରେ ପ୍ରଥମ ଥର ପାଇଁ ନିଜ ପୁଅ ଆର୍ଯ୍ୟନ ଖାନ ଜଡିତ ଡ୍ରଗ୍ସ ମାମଲା ଏବଂ ତାଙ୍କ ପୂର୍ବ ଫିଲ୍ମ ଫ୍ଲପ ବିଷୟରେ ଅନେକ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

୫ ବର୍ଷ ଧରି ଏହି ସମସ୍ୟା ଭୋଗୁଛନ୍ତି କିଙ୍ଗ ଖାନଙ୍କ ପରିବାର
୫ ବର୍ଷ ଧରି ଏହି ସମସ୍ୟା ଭୋଗୁଛନ୍ତି କିଙ୍ଗ ଖାନଙ୍କ ପରିବାର

By ETV Bharat Odisha Team

Published : Jan 11, 2024, 12:44 PM IST

ହାଇଦ୍ରାବାଦ: ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ବ୍ଲକବ୍ଲଷ୍ଟର ଫିଲ୍ମ ଦେଇଥିବା ବଲିଉଡ ଅଭିନେତା ଶାହାରୁଖ ଖାନ ବାଦଶାହା ଏବଂ କିଙ୍ଗ ଖାନ ଭଳି ଆଖ୍ୟା ସମେତ ଅନେକ କୃତି ହାସଲ କରିଛନ୍ତି । କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ କିଙ୍ଗ ଖାନଙ୍କ ଅନେକ ଫ୍ୟାନ୍ସ ରହିଛନ୍ତି ଏବଂ ସେମାନେ ସର୍ବଦା ଅଭିନେତାଙ୍କ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା ମଧ୍ୟ କରିଥାନ୍ତି । ତେବେ ଗତ ୨୦୧୮ ପରେ ଶାହାରୁଖ ବୃତ୍ତିଗତ ଜୀବନ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନରେ ବେଶ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଯାହା ବିଷୟରେ ବର୍ତ୍ତମାନ ପ୍ରଥମ ଥର ପାଇଁ ଅଭିନେତା ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନ ପ୍ରତ୍ୟେକ ଇଭେଣ୍ଟ ଏବଂ ପାର୍ଟିରେ ଯୋଗ ଦିଅନ୍ତି କିନ୍ତୁ ପ୍ରମୋସନାଲ କାର୍ଯ୍ୟକ୍ରମ ବ୍ୟତୀତ ସେ ଗତ ୫ ବର୍ଷ ମଧ୍ୟରେ କୌଣସି ଗଣମାଧ୍ୟମକୁ ସାକ୍ଷାତାକାର ଦେଇନାହାନ୍ତି । ତେବେ ଅନେକ ବର୍ଷ ପରେ ଏକ ସାକ୍ଷାତକାରରେ ସାମିଲ ହୋଇ ଅଭିନେତା ନିଜ ସମସ୍ୟା ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି । ଏହି ସମୟରେ ଶାହାରୁଖ ଗତ କିଛି ବର୍ଷ ମଧ୍ୟରେ ସେ ଏବଂ ତାଙ୍କ ପରିବାର ସମ୍ମୁଖୀନ ହୋଇଥିବା କଷ୍ଟଦାୟକ ସମୟ ଏବଂ ଏଥିରୁ ସେ କ'ଣ ଶିଖିଛନ୍ତି ସେ ବିଷୟରେ କହିଛନ୍ତି ।

କିଙ୍ଗଖାନ କହିଛନ୍ତି, ''ଗତ ୪-୫ ବର୍ଷ ମୁଁ ଏବଂ ମୋ ପରିବାର ପାଇଁ କଷ୍ଟସାଧ୍ୟ ରହିଥିଲା । ମୋର ଅଧିକାଂଶ ଫିଲ୍ମ ଫ୍ଲପ ହୋଇଥିଲା । ଫଳରେ ଅନେକ ଲୋକ ମୋର କ୍ୟାରିଅର ଶେଷ ହେବା ଭଳି ଅନେକ କଥା ଆଲୋଚନା କରୁଥିଲେ । ଏହି ମୁହୁର୍ତ୍ତ ବେଶ କଠିନ ଥିବାବେଳେ ଏଭଳି ଆଉ ଏକ ଘଟଣା ମୋ ବ୍ୟକ୍ତି ସ୍ତରରେ ମଧ୍ୟ ଘଟିଛି । ଏଥିରୁ ମୁଁ ବହୁତ କିଛି ଶିଖିଛି ।'' ୨୦୨୧ରେ ଡ୍ରଗ୍ସ ମାମଲାରେ ବଡ଼ ପୁଅ ଆର୍ଯ୍ୟନ ଖାନଙ୍କ ଗିରଫଦାରୀକୁ ନେଇ ସେ ନିଜକୁ ଏବଂ ନିଜ ପରିବାରକୁ କିପରି ସମ୍ଭାଳିଥିଲେ ଏବଂ ସେହି ସମୟ ତାଙ୍କ ପରିବାର ପାଇଁ କେତେ କଷ୍ଟଦାୟକ ଥିଲା ସେନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ।

ସେ କହିଛନ୍ତି ଯେ, ମୋତେ ଲାଗୁଛି ଯେତେବେଳେ କଷ୍ଟଦାୟକ ସମୟ ଆସେ, ସେତେବେଳେ ତୁମେ ଶାନ୍ତ ରହିବା ଦରକାର ଏବଂ ସମ୍ମାନର ସହ କାମ କରିବା ଦରକାର । କାରଣ ଯେତେବେଳେ ତୁମେ ଭାବୁଛ ତୁମ ଜୀବନ ଠିକ ଚାଲୁଛି ବୋଲି ହେଲେ ହଠାତ୍ କେତେବେଳେ ଜୀବନ ତୁମକୁ କଷ୍ଟ ଦେଇଥାଏ ତାହା ଜଣାନଥାଏ । ଏହି ସମୟରେ ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କୁ ପ୍ରେରଣା ଦେଇ କହିଥିଲେ ଯେ, ଜୀବନରେ କେତେ ବି କଷ୍ଟ ସମୟ ଆସୁ କେବେ ବି ଆଶା ହରାଇବ ନାହିଁ ଏବଂ ସତ କାହାଣୀ କହିବ । କାରଣ ଜୀବନରେ ଦୁଃଖ ଆସିବ ଏବଂ ଠିକ ବି ହୋଇଯିବ ।

ଏହା ମଧ୍ୟ ପଢନ୍ତୁ:ଆର୍ଯ୍ୟନଙ୍କ ଗିରଫଦାରୀ ନେଇ ପ୍ରଥମଥର ମୁହଁ ଖୋଲିଲେ ଗୌରୀ ଖାନ

ଶେଷରେ ଶାହାରୁଖ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଏଠାରେ ଉପସ୍ଥିତ ସମସ୍ତ ଲୋକ ଏବଂ ଟିଭିରେ ଦେଖୁଥିବା ସମସ୍ତ ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ୨୦୨୩ ବର୍ଷ ମୋର ସମସ୍ତ ଫିଲ୍ମକୁ ଆପଣମାନେ ଦେଖିବାକୁ ଆସିଥିଲେ, ହୁଏତ କିଛି ଲୋକଙ୍କୁ ଫିଲ୍ମ ଭଲ ଲାଗିଥିବ ଆଉ କିଛି ଲୋକଙ୍କୁ ଭଲ ଲାଗିନଥିବ । କିନ୍ତୁ ମୁଁ ଜାଣେ ଆପଣମାନେ ସମସ୍ତେ ମୋତେ ଏବଂ ମୋ ପରିବାରକୁ ସମର୍ଥନ କରିବାକୁ ଆସିଛ । ମୋତେ ପୁଣି ଷ୍ଟାର କରିଥିବାରୁ, ମୋ ପରିବାର, ପିଲାଙ୍କୁ ଏବଂ ମୋର ପ୍ରିୟ ଲୋକଙ୍କୁ ଖୁସି ଦେଇଥିବାରୁ ଆପଣଙ୍କୁ ନମସ୍କାର ଏବଂ ଧନ୍ୟବାଦ ଜଣାଉଛି ।

ABOUT THE AUTHOR

...view details