ଓଡିଶା

odisha

ଜବାନ କ୍ରେଜ୍: ଭେଣ୍ଟିଲେଟରରେ ଶାହାରୁଖଙ୍କ ଫିଲ୍ମ ଦେଖିଲେ ଫ୍ୟାନ, ଭାବପ୍ରବଣ ନୋଟ୍ ସେୟାର କଲେ କିଙ୍ଗ୍‌ ଖାନ

By ETV Bharat Odisha Team

Published : Sep 19, 2023, 7:29 AM IST

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜବାନ' ପ୍ରେକ୍ଷାଳୟରେ ଧମାଲ ମଚାଉଛି । କିଙ୍ଗ ଖାନଙ୍କ ଏହି ଫିଲ୍ମ ଦର୍ଶକଙ୍କଠାରୁ ଅପାର ଭଲପାଇବା ପାଉଛି । ଅଧିକ ପଢ଼ନ୍ତୁ

ଜବାନ କ୍ରେଜ୍
ଜବାନ କ୍ରେଜ୍

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜବାନ' ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରୁଛି। କିଙ୍ଗ ଖାନଙ୍କ ଏହି ଫିଲ୍ମ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଚର୍ଚ୍ଚାର ପରିସର ତିଆରି କରିଛି। ଅଟଲି କୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପରେ ଟିକେଟ୍ ୱିଣ୍ଡୋରେ ଅନେକ ବଡ଼ବଡ଼ ଚଳଚ୍ଚିତ୍ରର କଲେକ୍ସନ୍‌ ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଜବାନ ପ୍ରଶଂସକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ କିଙ୍ଗ୍‌ ଖାନ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଭେଣ୍ଟିଲେଟରରେ ଜବାନ ଦେଖିଲେ ପ୍ରଶଂସକ

ନିକଟରେ ଶାହାରୁଖ ଜଣେ ପ୍ରଶଂସକଙ୍କ ଭାଇରାଲ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ଭିଡିଓ ଦେଖିଲେ କାହାରି ଆଖିରେ ବି ଲୁହ ଆସିଯିବ । ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହ୍ୱିଲ୍ ଚେୟାରରେ ଜବାନ୍ ଚଳଚ୍ଚିତ୍ର ଦେଖିବାକୁ ଆସିଛନ୍ତି । ଏହି ବ୍ୟକ୍ତିର ନାମ ଅନିସ୍ ଫାରୁକି । ଏଠାରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ବ୍ୟକ୍ତିଙ୍କୁ ଭେଣ୍ଟିଲେଟର ସହିତ ଫିଲ୍ମ ଦେଖାଇବା ପାଇଁ ଥିଏଟରକୁ ଅଣାଯାଇଛି । ବ୍ୟକ୍ତି ଜଣକ ଶାହାରୁଖ ଖାନଙ୍କର ଜଣେ ବଡ଼ ପ୍ରଶଂସକ । ଜବାନ ଫିଲ୍ମ ଦେଖିବାକୁ ତାଙ୍କର ହୃଦୟରୁ ଇଚ୍ଛା ଥିଲା । କେବଳ ଏହି ଇଚ୍ଛା ପୂରଣ କରିବା ପାଇଁ ସେ ଭେଣ୍ଟିଲେଟର ସହିତ ଥିଏଟରକୁ ଆସିଥିଲେ । ଭିଡିଓରେ ଆପଣ ଦେଖିପାରିବେ ଯେ ସେହି ବ୍ୟକ୍ତିଙ୍କ ବେକରେ ଏକ ପାଇପ୍ ଲାଗିଛି । ତାଙ୍କ ସହିତ ଥିବା ଅନ୍ୟ ବ୍ୟକ୍ତି ଲାଇଫ୍ ସପୋର୍ଟ ମେସିନ୍ ଧରିଛନ୍ତି ।

ପୁରା ଚଳଚ୍ଚିତ୍ରକୁ ଉପଭୋଗ କଲେ

ଅନିସ୍ ଫାରୁକି ଥିଏଟରରେ ପୁରା ଚଳଚ୍ଚିତ୍ରକୁ ଉପଭୋଗ କରିଥିଲେ । ତାଙ୍କ ସହିତ ଥିବା ଦୁଇ ଜଣ ତାଙ୍କ ପାଖରେ ଛିଡ଼ା ହୋଇଥିଲେ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ବ୍ୟକ୍ତିଙ୍କୁ ପ୍ରଶଂସା କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ଜଣେ ୟୁଜର କହିଛନ୍ତି, 'ରେକର୍ଡ ତ ତିଆରି ହେବ ଆଉ ଭାଙ୍ଗିବା ଜାରି ରହିବ । କିନ୍ତୁ ଏମିତି ପ୍ରେମ କେଉଁଠୁ ପାଇବ ?' ଅନ୍ୟ ଜଣେ ୟୁଜର କହିଛନ୍ତି, 'ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।' ଆପଣ ଶୀଘ୍ର ସୁସ୍ଥ ହୁଅନ୍ତୁ ।

ଏହା ମଧ୍ୟ ପଢନ୍ତୁ:Jawan Box Office Collection: ପଠାନର ରେକର୍ଡ ଭାଙ୍ଗିଲା ଜବାନ, 700 କୋଟି କ୍ଲବରେ ଫିଲ୍ମ

ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଲେ ଶାହାରୁଖ

ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ସେୟାର କରି ଶାହାରୁଖ ଟ୍ୱିଟ୍ କରି କହିଛନ୍ତି, "ମୋର ବନ୍ଧୁ ଧନ୍ୟବାଦ। ଭଗବାନ ଆପଣଙ୍କୁ ଦୁନିଆର ସମସ୍ତ ସୁଖ ଦିଅନ୍ତୁ । ମୁଁ ଆପଣଙ୍କ ଠାରୁ ଭଲପାଇବା ପାଇଥିବାରୁ ମୁଁ ଅତ୍ୟଧିକ କୃତଜ୍ଞ । ଆଶା କରୁଛି ଆପଣଙ୍କୁ ଏହି ଫିଲ୍ମ ପସନ୍ଦ ଆସିଥିବ । ବହୁତ ବହୁତ ଭଲପାଇବା ।"

ସେୟାର କଲେ ଭାବପ୍ରବଣ ନୋଟ୍

ଏହାପୂର୍ବରୁ ଆସାମର ଗୌହାଟିର କିଙ୍ଗ ଖାନଙ୍କ ଜଣେ ପ୍ରଶଂସକଙ୍କ ଦ୍ୱାରା ଏକ ଭିଡିଓ ସେୟାର କରାଯାଇଥିଲା ଯେଉଁଥିରେ ବୃଦ୍ଧାଶ୍ରମର ଅନେକ ମହିଳା ପ୍ରେକ୍ଷାଳୟରେ ଜବାନ ଦେଖିବାକୁ ଯାଉଥିଲେ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଭିନେତା ଲେଖିଛନ୍ତି, "ଧନ୍ୟବାଦ, ମୁଁ ଖୁସି ଯେ ମୁଁ ମୋର ଚଳଚ୍ଚିତ୍ର ମାଧ୍ୟମରେ ସେମାନଙ୍କ ମୁହଁରେ ହସ ଆଣିପାରିଲି । ଗୌହାଟି, ଦୟାକରି ଏହି ମହିଳାମାନଙ୍କୁ ମୋର ଭଲପାଇବା ଏବଂ କୃତଜ୍ଞତା ଜଣାନ୍ତୁ !!!"

ଉଲ୍ଲେଖନୀୟ ଯେ ଶାହାରୁଖ ଖାନ, ନୟନତାରା ଏବଂ ବିଜୟ ସେଥୁପଥୀଙ୍କ ଅଭିନୀତ 'ଜବାନ' ସେପ୍ଟେମ୍ବର 7ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ଖୁବଶୀଘ୍ର ବକ୍ସ ଅଫିସରେ 1000 କୋଟି ପାର୍‌ କରିବ । ରେଡ୍‌ ଚିଲିଜ୍ ଏଣ୍ଟରଟେନମେଣ୍ଟ ଅଧୀନରେ ଗୌରୀ ଖାନଙ୍କ ଦ୍ୱାରା ଜବାନ ନିର୍ମିତ ।

ABOUT THE AUTHOR

...view details