ଓଡିଶା

odisha

ETV Bharat / entertainment

HBD Gauri Khan: 'ରାଣୀ ଅଛନ୍ତି ତ ରାଜା ଅଛନ୍ତି', ଗୌରୀ ଖାନଙ୍କ ବର୍ଥ ଡେ'କୁ ଏପରି ପାଳିଲେ ଶାହାରୁଖଙ୍କ ଫ୍ୟାନ୍ - ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ଜନ୍ମଦିନ

ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ଆଜି ୫୩ତମ ଜନ୍ମଦିନ । ଏହି ଅବସରରେ ଶାହାରୁଖଙ୍କ ଫ୍ୟାନ କ୍ଲବ ସ୍ପେଶାଲ କେକ୍ କାଟି ଖାସ୍ ଅନ୍ଦାଜରେ ଗୌରୀ ଖାନଙ୍କ ଜନ୍ମଦିନ ପାଳନ କରିଛନ୍ତି । ଅଧିକ ପଢନ୍ତୁ,

'ରାଣୀ ଅଛନ୍ତି ତ ରାଜା ଅଛନ୍ତି', ଗୌରୀ ଖାନଙ୍କ ବର୍ଥ ଡେ କୁ ଏପରି ପାଳିଲେ ଶାହାରୁଖଙ୍କ ଫ୍ୟାନ୍
'ରାଣୀ ଅଛନ୍ତି ତ ରାଜା ଅଛନ୍ତି', ଗୌରୀ ଖାନଙ୍କ ବର୍ଥ ଡେ କୁ ଏପରି ପାଳିଲେ ଶାହାରୁଖଙ୍କ ଫ୍ୟାନ୍

By ETV Bharat Odisha Team

Published : Oct 8, 2023, 1:22 PM IST

ହାଇଦ୍ରାବାଦ:୫୩ ବର୍ଷରେ ପାଦ ଥାପିଲେ ବଲିଉଡ କିଙ୍ଗଖାନ ଶାହାରୁଖ ଖାନଙ୍କ ପତ୍ନୀ ତଥା ଇଣ୍ଟେରିୟର ଡିଜାଇନର ଗୌରୀ ଖାନ। ଏହି ଅବସରରେ ଶାହାରୁଖ ଖାନଙ୍କ ଫ୍ୟାନ୍ସ କିଛି ଖାସ୍ ଅନ୍ଦାଜରେ ଗୌରୀ ଖାନଙ୍କ ଜନ୍ମଦିନକୁ ସେଲିବ୍ରେଟ କରିଛନ୍ତି । ଶାହାରୁଖଙ୍କ ଫ୍ୟାନ୍ସ ତାଙ୍କ ପତ୍ନୀଙ୍କ ପାଇଁ ସ୍ପେଶାଲ କେକ୍ କାଟି ବର୍ଥ ଡେ ପାଳନ କରିଛନ୍ତି ।

ଗୌରୀ ଖାନଙ୍କ ବର୍ଥ ଡେ କୁ ଏପରି ପାଳିଲେ ଶାହାରୁଖଙ୍କ ଫ୍ୟାନ୍

ମୁମ୍ବାଇରେ ଶାହାରୁଖ ଖାନଙ୍କ ଫ୍ୟାନ୍ସ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରିଛନ୍ତି । ଫ୍ୟାନ୍ସ ଗୌରୀ ଖାନଙ୍କ ପାଇଁ ଏକ ସ୍ପେଶାଲ କେକ୍ କାଟିଛନ୍ତି । କେକ୍‌ରେ ଗୌରୀ ଖାନଙ୍କ ରାଣୀ ବେଶ ଦେଖିବାକୁ ମିଳିଛି । କେକରେ ଲେଖାଅଛି, ହାପି ବର୍ଥ ଡେ କୁଇନ୍ ଗୌରୀ ଖାନ । ଏଥିସହ ଫ୍ୟାନ୍ସ ଗୌରୀଙ୍କ ଏକ ପୋଷ୍ଟର ସହ ଏକ ଫଟୋ କ୍ଲିକ୍‌ କରିଛନ୍ତି । ଯେଉଁଥିରେ ଲେଖାଅଛି,'ଶାହାରୁଖ ଖାନଙ୍କ ଫ୍ୟାନ୍ସ କ୍ଲବ୍‌ ଗୌରୀ ଖାନଙ୍କୁ ଶୁଭକାମନା ଜଣାଉଛି ।' ଏହି ସମୟରେ ଜଣେ ଫ୍ୟାନ୍ କହିଛନ୍ତି, 'ରାଣୀ ଅଛନ୍ତି ତ ରାଜା ଅଛନ୍ତି', ଆମେ ଆପଣଙ୍କୁ ବହୁତ ଭଲ ପାଉଛୁ ଗୌରୀ ମ୍ୟାମ୍ । ଆପଣଙ୍କ ଏପର୍ଯ୍ୟନ୍ତର ଯାତ୍ରା ବହୁତ ଶାନଦାର ରହିଛି । ଆପଣ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଅଟନ୍ତି । ଶାହାରୁଖ ଖାନଙ୍କ ଫ୍ୟାନ କ୍ଲବ ଟିମ୍ ତରଫରୁ ଆପଣଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛୁ ।'

ସୂଚନା ଥାଉ କି, ଗୌରୀ ଖାନ୍‌ ବଲିଉଡ୍‌ର ସର୍ବୋତ୍ତମ ଇଣ୍ଟେରିୟର ଡିଜାଇନର ମାନଙ୍କ ମଧ୍ୟରେ ଜଣେ । ସିଦ୍ଧାର୍ଥ ମଲହୋତ୍ରା, ଫରାହ ଖାନ, ରଣବୀର କପୁର ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପରି ଅନେକ ସେଲିବ୍ରିଟିଙ୍କ ଘରକୁ ସଜାଇଛନ୍ତି । ଏହାସହ ସେ ଜଣେ ଫ୍ୟାଶନ ଡିଜାଇନର ସାଙ୍ଗକୁ ସେ ଜଣେ ଫିଲ୍ମ ନିର୍ମାତା ମଧ୍ୟ ଅଟନ୍ତି । ସେ ତାଙ୍କ ପ୍ରଡକ୍ସନ କମ୍ପାନୀ ରେଡ ଚିଲିସ ଏଣ୍ଟରଣ୍ଟେନମେଣ୍ଟରେ 'ମେ ହୁ ନା', 'ଓମ୍ ଶାନ୍ତି ଓମ୍', 'ରାୱାନ୍‌', ଏବଂ 'ଚେନ୍ନାଇ ଏକ୍ସପ୍ରେସ' ଭଳି ଅନେକ ଫିଲ୍ମ ନିର୍ମାଣ କରିଛନ୍ତି । ଏହି ସମସ୍ତ ଫିଲ୍ମ ସୁପରହିଟ୍ ହୋଇଥିଲା । କେବଳ ଏତିକି ନୁହେଁ ନିକଟରେ ରିଲିଜ ହୋଇଥିବା ଶାହାରୁଖଙ୍କ ଫିଲ୍ମ ଜବାନ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଯାହା ସାରା ବିଶ୍ବରେ ଏକ ରେକର୍ଡ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ:'ଜବାନ'ର ନୂଆ ରେକର୍ଡ, ବିଶ୍ୱରେ 1100 କୋଟି ଟଙ୍କା ପାର୍‌ କରିଥିବା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର

ଗୌରୀ ଖାନ ନିଜ ପରିବାର ସହ ସମୟ ବିତାଇବାକୁ ମଧ୍ୟ ବେଶ ଭଲ ପାଆନ୍ତି । ସୋସିଆଲ ମିଡିଆରେ ପ୍ରାୟତଃ ସେ ନିଜ ଫ୍ୟାମିଲି ସହ ଫଟୋ ସେୟାର କରୁଥିବା ଦେଖିବାକୁ ମିଳିଥାଏ । ନିକଟରେ ଗୌରୀ ଖାନ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫ୍ୟାମିଲି ଫଟୋ ସେୟାର କରିଥିଲେ । ଯେଉଁଥିରେ ଶାହାରୁଖ ଖାନ, ଗୌରୀ ଖାନଙ୍କ ସମେତ ସୁହାନା ଖାନ, ଆର୍ଯ୍ୟନ ଖାନ ଏବଂ ଅବରାମଙ୍କୁ ଦେଖିବାକୁ ମିଳିଛି । ସମସ୍ତେ କ୍ୟାମେରା ଆଗରେ ଏକ ଭିନ୍ନ ପୋଜରେ ନଜର ଆସିଛନ୍ତି । ଫଟୋ ରେ ଏକ ସୁଟକେସ୍ ଉପରେ ଶାହାରୁଖ ଏବଂ ଆର୍ଯ୍ୟନ ବସିଥିବା ବେଳେ ଶାହାରୁଖଙ୍କ ପଛରେ ଅବରାମ ଏବଂ ଡାହାଣ ପାର୍ଶ୍ବରେ ପତ୍ନୀ ଗୌରୀ ଖାନ ଏବଂ ବାମ ପାର୍ଶ୍ବରେ ଝିଅ ସୁହାନା ଖାନ ଅଭିନେତାଙ୍କ ଗାଲକୁ କିସ୍ କରୁଥିବା ପୋଜରେ ନଜର ଆସିଛନ୍ତି । ଏହି ଫଟୋ ସେୟାର ହେବା ମାତ୍ରେ ବେଶ ଭାଇରାଲ ହେବା ସହ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଥିଲେ ।

ABOUT THE AUTHOR

...view details