ହାଇଦ୍ରାବାଦ: ବାଜିଲା ସାହାନାଇ । ପଡିଲା ହାତଗଣ୍ଠି, ନେଲେ ସାତ ଫେରା । ହାତକୁ ଦି ହାତ ହେଲେ ସାଉଥ ସୁନ୍ଦରୀ ନୟନ ତାରା । ଦୀର୍ଘ ଦିନର ସାଥୀ ବିଘ୍ନେଶଙ୍କୁ କରିଲେ ନିଜ ସାତ ଜୀବନର ସାଥୀ । ଚେନ୍ନାଇରେ ଏକ ବଡ ସମାରୋହରେ ସେମାନଙ୍କ ବିବାହ ହୋଇଛି, ଯେଉଁଥିରେ ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସମସ୍ତ ବଡ ବଡ ତାରକା ଉପସ୍ଥିତ ଥିଲେ ।
ଉଭୟ ବ୍ରହ୍ମ ମୁହୂର୍ତ୍ତ ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ରୀତିନୀତି ସକାଳ 8ଟା 10ରୁ ଆରମ୍ଭ ହୋଇଥିଲା ଏବଂ ଏହି ଉତ୍ସବରେ ଅନେକ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁହେଁ ମହାବଳିପୁରମରେ ଏକ ବିଳାସପୂର୍ଣ୍ଣ ରିସର୍ଟ ବିବାହ କରିଥିଲେ । ରିସୋର୍ଟରେ 129 ରୁମ୍ ଅଛି । ଏହି ରିସର୍ଟ ପୁରା ସପ୍ତାହ ପାଇଁ ବୁକ୍ ହୋଇଛି । ଉଭୟେ ଡିଜାଇନର୍ ମୋନିକାଙ୍କ କଲେକ୍ସରୁ ପୋଷାକ ପିନ୍ଧିଥିଲେ ।
ବିବାହ ପୂର୍ବରୁ ବିଘ୍ନେଶଙ୍କ ପୋଷ୍ଟ
ବିଘ୍ନେଶ ଶିବନ ଏବଂ ନୟନତାରା ପରସ୍ପରକୁ ବହୁତ ଭଲ ପାଆନ୍ତି । ବିବାହ ପୂର୍ବରୁ ବିଘ୍ନେଶ ତାଙ୍କ ଲେଡି ଲଭ୍ ସହିତ ଅନେକ ଫଟୋ ସେୟାର କରିଥିଲେ ଏବଂ ଏକ ନୋଟ୍ ମାଧ୍ୟମରେ କହିଥିଲେ ଯେ, ସେ ବିବାହ କରିବାକୁ କେତେ ଉତ୍ସାହିତ ଅଛନ୍ତି । ବିଘ୍ନେଶ କ୍ୟାପସନରେ ଲେଖିଥିଲେ, ଆଜି 9 ଜୁନ୍ ଏବଂ ଏହା ନୟନଙ୍କ ଦିନ । ଭଗବାନ, ବ୍ରହ୍ମାଣ୍ଡ, ମୋ ଜୀବନକୁ ଭଲପାଉଥିବା ସୁନ୍ଦର ମଣିଷ ତରଫରୁ ଶୁଭେଚ୍ଛା ପାଇଁ ଧନ୍ୟବାଦ !!!! ପ୍ରତ୍ୟେକ ଆତ୍ମା, ପ୍ରତ୍ୟେକ ଭଲ ମୁହୂର୍ତ୍ତ, ପ୍ରତ୍ୟେକ ଭଲ ସମକକ୍ଷତା, ପ୍ରତ୍ୟେକ ଶୁଭ ଆଶୀର୍ବାଦ, ପ୍ରତ୍ୟେକ ଦିନ ସୁଟିଂରେ ଏବଂ ପ୍ରତ୍ୟେକ ପ୍ରାର୍ଥନା ଯାହା ଜୀବନକୁ ଏତେ ସୁନ୍ଦର କରିଦେଇଛି ! ମୁଁ ଏହି ସମସ୍ତ ଭଲ ଅଭିବ୍ୟକ୍ତି ଏବଂ ପ୍ରାର୍ଥନା ପାଇଁ ଋଣୀ! "