ଓଡିଶା

odisha

By

Published : Aug 15, 2023, 6:37 AM IST

ETV Bharat / entertainment

Shabana Azmi: IFFMରେ ଫ୍ଲାଗ୍ ହୋଷ୍ଟିଂ କରି ସ୍ବାଧୀନତା ଦିବସ ପାଳନ କଲେ ଶବାନା

ବଲିଉଡର ଭେଟେରାନ ଅଭିନେତ୍ରୀ ଶବାନା ଆଜମୀ ବର୍ତ୍ତମାନ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମେଲବୋର୍ଣ୍ଣରେ ଅଛନ୍ତି । ଯେଉଁଠାରେ ସେ ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧୀନତା ଦିବସ ପାଳନ କରିଛନ୍ତି । ଏହି ଗର୍ବ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

IFFMରେ ଫ୍ଲାଗ୍ ହୋଷ୍ଟିଂ କରି ସ୍ବାଧୀନତା ଦିବସ ପାଳନ କଲେ ଶବାନା
IFFMରେ ଫ୍ଲାଗ୍ ହୋଷ୍ଟିଂ କରି ସ୍ବାଧୀନତା ଦିବସ ପାଳନ କଲେ ଶବାନା

ମୁମ୍ବାଇ:ମେଲବୋର୍ଣ୍ଣର 14ତମ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅନେକ ବଳିଉଡ ସେଲିବ୍ରିଟି ଯୋଗ ଦେଇଛନ୍ତି । ସେଥିମଧ୍ୟରେ କାର୍ତ୍ତିକ ଆର୍ଯ୍ୟନ, କରଣ ଜୋହର ଏବଂ ବଲିଉଡ ଭେଟେରାନ ଅଭିନେତ୍ରୀ ଶବାନା ଆଜମୀ ମଧ୍ୟ ସାମିଲ ହୋଇଛନ୍ତି । ତେବେ ଏହି ସମୟରେ ଆଜି ସେଠାରେ ସ୍ବାଧୀନତା ଦିବସ ପାଳନ ହୋଇଛି । ଏହି ଅବସରରେ ଏହି ଅଭିନେତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ସମୟର ଭିଡିଓ ଏବଂ ଫଟୋ ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଶବାନା ଆଜମି ସମସ୍ତେ ଆର ବାଲ୍କିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଘୁମରର ସହ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଏହି ଉତ୍ସବରେ ଏହି ଫିଲ୍ମର ୱାର୍ଲଡ୍‌ ପ୍ରିମିୟର୍ ହୋଇଥିଲା । ଏଥିପାଇଁ ଶବାନା ଏଟାରେ ଉପସ୍ଥିତ ଥିଲେ । ତେବେ ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ମେଲବୋର୍ଣ୍ଣରେ ଜାତୀୟ ପତାକାକୁ ଉତ୍ତୋଳନ କରିବା ସହ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ସିନେମାର ପାୱାର ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ନିଜ ଦେଶ ପାଇଁ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଥିବା କହିଛନ୍ତି ।

ତେବେ ଏହି ସମୟରେ ଫ୍ଲାଗ୍ ହୋଷ୍ଟିଂ ପରେ ଶବାନା ଆଜମି କହିଛନ୍ତି, "ଭାରତୀୟ ପତାକା ଉତ୍ତୋଳନ କରିବା ମୋ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଜାତୀୟ ପତାକା ଉତ୍ତୋଳନ କରିବା ମୋ ପାଇଁ ଏକ ସମ୍ମାନ । ଯେଉଁ ପତାକା ପାଇଁ ମୁଁ ଅତ୍ୟନ୍ତ ଗର୍ବିତ ସେହି ପତାକା ପାଇଁ ଆମେ ସମସ୍ତେ ଏକାଠି ଛିଡ଼ା ହୋଇଥାଉ । ମୁଁ ପୁନର୍ବାର କହିବାକୁ ଚାହେଁ ଯେ ଆମେ ଭାରତୀୟ ସିନେମା ପାଳନ କରିବାକୁ ମେଲବୋର୍ଣ୍ଣକୁ ଆସିଛୁ ଏବଂ ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ କଳାର କୌଣସି ସୀମା ନଥାଏ ଏବଂ ସିନେମା ସାମାଜିକ ପରିବର୍ତ୍ତନର ଏକ ମାଧ୍ୟମ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ଆସିଲା ଅଭିଷେକ ବଚ୍ଚନଙ୍କ ଫିଲ୍ମ 'ଘୁମର'ର ଟ୍ରେଲର, ଏହି ଦିନ ରିଲିଜ ହେବ ଫିଲ୍ମ

ସୂଚନା ଥାଉ କି, ମେଲବୋର୍ଣ୍ଣର ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ (IFFM) ହେଉଛି ଭାରତ ବାହାରେ ଭାରତୀୟ ସିନେମାର ସବୁଠାରୁ ବଡ଼ ଫେଷ୍ଟିଭାଲ୍ । ଏଥର ଏହି ଫେଷ୍ଟିଭାଲ୍ 11 ଅଗଷ୍ଟରୁ ଆରମ୍ଭ ହୋଇ 20 ଅଗଷ୍ଟରେ ଶେଷ ହେବ । ଶବାନାଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ଶବାନାଙ୍କୁ ଶେଷ ଥର ପାଇଁ 'ରକି ଔର ରାନୀ କି ପ୍ରେମ କାହାନୀ'ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କୁ ଅଭିଷେକ ବଚ୍ଚନ ଏବଂ ସାୟାମି ଖେରଙ୍କ ଅଭିନୀତ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଘୁମର' ରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଅଗଷ୍ଟ 18ରେ ସିନେମା ହଲରେ ରିଲିଜ ହେବ ।

ABOUT THE AUTHOR

...view details